Advertisment

ଘରେ ୪ ବୋତଲରୁ ଅଧିକ ମଦ ରଖିଲେ ୬୩ ହଜାର ଫାଇନ୍‌

ଘରେ ୪ ବୋତଲରୁ ଅଧିକ ମଦ ରଖିଲେ ଆପଣଙ୍କୁ ଦେବାକୁ ପଡ଼ିବ ୬୩ ହଜାର ଟଙ୍କାର ଜୋରିମାନା ରାଶି। ଅବକାରୀ ବିଭାଗ ଚଢ଼ାଉ କରିବା ସମୟରେ ଏହା ଜଣାପଡ଼ିଲେ ଆପଣଙ୍କୁ ଫାଇନ୍‌ ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ବି ନିଆଯାଇପାରେ

ଅନ୍ ଲାଇନରେ ମିଳିବ ମଦ

wine online

Advertisment

ଲକ୍ଷ୍ନୌ: ଘରେ ୪ ବୋତଲରୁ ଅଧିକ ମଦ ରଖିଲେ ଆପଣଙ୍କୁ ଦେବାକୁ ପଡ଼ିବ ୬୩ ହଜାର ଟଙ୍କାର ଜୋରିମାନା ରାଶି। ଅବକାରୀ ବିଭାଗ ଚଢ଼ାଉ କରିବା ସମୟରେ ଏହା ଜଣାପଡ଼ିଲେ ଆପଣଙ୍କୁ ଫାଇନ୍‌ ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ବି ନିଆଯାଇପାରେ। ଉତ୍ତରପ୍ରଦେଶରେ ଏକ୍ସାଇଜ୍ ବିଭାଗ ଏକ ନୂଆ ନିୟମ ଜାରି କରିଛି। ଯାହାକୁ ନେଇ ଚର୍ଚ୍ଚା ବେଶ୍‌ ଚାଲିଛି। ବର୍ତ୍ତମାନ ଆପଣ ନିଜ ଘରେ ୪ ବୋତଲ ମଦ ରଖିପାରିବେ। ଯଦି ଏହାଠାରୁ ଅଧିକ ରଖୁଛନ୍ତି ତେବେ ଫାଇନ୍‌ ଦେବେ। ରାଜ୍ୟର ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଯେଉଁମାନେ ଘରେ ବାର୍‌ର ଲାଇସେନ୍ସ ରଖିଛନ୍ତି କେବଳ ସେମାନେ ହିଁ ସର୍ବାଧିକ ସୀମା ମଧ୍ୟରେ ମଦ ରଖିବାକୁ ସ୍ଥିର କରାଯାଇଛି।

Advertisment

୧୫ ଟି ବର୍ଗର ମଦରେ କେବଳ ୭୨ ବୋତଲ ମଦ ରଖାଯାଇପାରିବ। ଏକ୍ସାଇଜ୍ ଅଧିକାରୀଙ୍କ ଅନୁଯାୟୀ, ଏହି ନିୟମର ଉଦ୍ଦେଶ୍ୟ କାହାକୁ ହଇରାଣ କରିବା ନୁହେଁ, ବରଂ ଘରେ ନିଜର ବ୍ୟକ୍ତିଗତ ବାର୍ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଆଇନଗତ ସ୍ୱୀକୃତି ପାଇବା। ବର୍ତ୍ତମାନ ଘରେ କେବଳ ୭୫୦ ମିଲି ବୋତଲ ମଦ ରଖାଯାଇପାରିବ। ଏଥିରେ ଦୁଇଟି ଭାରତୀୟ ବ୍ରାଣ୍ଡ ଏବଂ ଦୁଇଟି ବିଦେଶୀ ବ୍ରାଣ୍ଡ ଅନ୍ତର୍ଭୁକ୍ତ ହେବ। ଯେଉଁମାନେ ଏହାଠାରୁ ଅଧିକ ମଦ ରଖିବାକୁ ଚାହାଁନ୍ତି, ସେମାନଙ୍କୁ ଘରେ ବାରର ଲାଇସେନ୍ସ ପାଇଁ ଆବେଦନ କରିବାକୁ ପଡ଼ିବ। ଯଦି କେଉଁମାନେ ବିନା ଲାଇସେନ୍ସରେ ମଦ ରଖିଥିବେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

Advertisment

ଏହି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ପରେ ୟୁପିର ଏକ୍ସାଇଜ୍ ବିଭାଗ ଉପରେ ଅନେକ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି। ହେଲେ ଏହାପୂର୍ବରୁ ହୋମ ବାର ଲାଇସେନ୍ସ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା କଷ୍ଟସାଧ୍ୟ ଥିଲା। ବର୍ତ୍ତମାନ ଏହି ନିର୍ଦ୍ଦେଶ ପୁଣି ଥରେ କାର୍ଯ୍ୟକାରୀ ହେବାକୁ ଯାଉଛି।

ତେବେ ପ୍ରଥମ ପ୍ରଶ୍ନ ହେଉଛି, ମନିଟରିଂ କିପରି କରାଯିବ? ଏହି ନିୟମ ଲାଗୁ ହେବା ପରେ ଅନେକ ବାଧା ସାମ୍ନାକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି। କାରଣ କାହା ଘରେ କେତେ ପରିମାଣରେ ମଦ ରହିଛି ତାହାକୁ ସରକାର ଜାଣିବେ କେମିତି? କିନ୍ତୁ ସରକାରୀ ଅଧିକାରୀମାନେ କହିଛନ୍ତି, ଗୁଇନ୍ଦା ସୂଚନା ଆଧାରରେ ଚଢାଉ କରାଯିବ।

Advertisment

କେବଳ ଏତିକି ନୁହେଁ, ନୂତନ ନିୟମ ଅନୁଯାୟୀ, ଯେଉଁମାନେ ଦୋକାନରୁ ବହୁ ପରିମାଣରେ ମଦ ବୋତଲ କିଣୁଛନ୍ତି ସେମାନଙ୍କୁ ହୋମ ବାର୍ ଲାଇସେନ୍ସ ମଧ୍ୟ କୁହାଯାଇପାରେ। ସୂଚନା ଅନୁଯାୟୀ, ଘର ବାର ପାଇଁ ଜିଲ୍ଲା ଏକ୍ସାଇଜ୍ ବିଭାଗ ପାଖରେ ଆବେଦନ କରିବା ପାଇଁ ପଡ଼ିବ। ଯାହାକୁ ଡିଏମ୍ ଅର୍ଥାତ୍‌ ଜିଲ୍ଲାପାଳ ଅନୁମୋଦନ କରିବେ। ହୋମ ବାର୍ ଲାଇସେନ୍ସର ଏକ ବର୍ଷ ପାଇଁ ୧୨ ହଜାର ଟଙ୍କା ଦେୟ ରହିଥିବା ବେଳେ ଏବଂ ୫୧ ହଜାର ଟଙ୍କା ସିକ୍ୟୁରିଟି ଦେବାକୁ ପଡ଼ିବ ବୋଲି କୁହାଯାଇଛି।

Lucknow UP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ