Advertisment

ପାକିସ୍ତାନ ମିଡିଆରେ ଯୋଗୀଙ୍କୁ ନେଇ ଚର୍ଚ୍ଚା: ଆଖି ମୋଦିଙ୍କ ଉପରେ

ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ପାକିସ୍ତାନରେ ମଧ୍ୟ ଚର୍ଚ୍ଚା ଚାଲିଛି। ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ ଉପରେ ପାକିସ୍ତାନୀ ମିଡିଆର ନଜର ରହିଛି। ପାକିସ୍ତାନର ଅନେକ ଖବରକାଗଜରେ ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ ରିପୋର୍ଟ ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
Yogi Adityanath

Yogi Adityanath

Advertisment

ମାର୍ଚ୍ଚ ୧୦ରେ ଆସିବ ଉତ୍ତରପ୍ରଦେଶ ନିର୍ବାଚନର ଫଳାଫଳ। ହେଲେ ତା’ପୂର୍ବରୁ ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶରେ କ୍ଷମତା ବଜାୟ ରଖିପାରେ ବିଜେପି। ବହୁମତ ହାସଲ କରି ପୁଣିଥରେ ଯୋଗୀ ଆଦିତ୍ୟନାଥ ସରକାର ଗଠନ କରିବେ ବୋଲି ଚର୍ଚ୍ଚା ହେଉଛି। ଶେଷ ପର୍ଯ୍ୟାୟ ଭୋଟ୍ ପରେ ପ୍ରକାଶ ପାଇଥିବା ଏକ୍‌ଜିଟ୍‌ ପୋଲରେ ଏହି ଆକଳନ କରାଯାଇଛି। ଉତ୍ତର ପ୍ରଦେଶର ୪୦୩ ଆସନରୁ ପି ମାର୍କ ସଂସ୍ଥାର ଆକଳନ ଅନୁଯାୟୀ ବିଜେପିକୁ ୨୪୦, ସମାଜବାଦୀ ପାର୍ଟିକୁ ୧୪୦, କଂଗ୍ରେସ ୪, ଅନ୍ୟାନ୍ୟ ଦଳଙ୍କୁ ୧୯ଟି ଆସନ ମିଳିବ। ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ପାକିସ୍ତାନରେ ମଧ୍ୟ ଚର୍ଚ୍ଚା ଚାଲିଛି। ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ ଉପରେ ପାକିସ୍ତାନୀ ମିଡିଆର ନଜର ରହିଛି। ପାକିସ୍ତାନର ଅନେକ ଖବରକାଗଜରେ ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ ରିପୋର୍ଟ ପ୍ରକାଶ ପାଇଛି। 

Advertisment

ପାକିସ୍ତାନର ପ୍ରମୁଖ ଖବରକାଗଜ ‘ଡନ୍‌’ରେ କ’ଣ ପ୍ରକାଶିତ ହୋଇଛି ? 

ଏକ୍‌ଜିଟ୍‌ ପୋଲ୍‌ ଫଳାଫଳକୁ ଆଧାର କରି ‘ଡନ୍‌’ ରିପୋର୍ଟ ପ୍ରକାଶ କରିଛି। ‘ମୋଦିଙ୍କ ପାର୍ଟି ଉତ୍ତରପ୍ରଦେଶ ନିର୍ବାଚନ ଜିତିବା ପାଇଁ ପ୍ରସ୍ତୁତ’ ବୋଲି ରିପୋର୍ଟ ପ୍ରକାଶିତ ହୋଇଛି। ରିପୋର୍ଟରେ କୁହାଯାଇଛି ଯେ, ଉତ୍ତରପ୍ରଦେଶରେ ବିଜେପି ବଡ଼ ବିଜୟର ଆଶା ରଖିଥିଲା। ଚଳିତ ଥର ଯଦିଓ ବିଜେପିକୁ ବହୁମତ ମିଳିବ ହେଲେ ପୂର୍ବଥର ଭଳି ଏଥର ନିର୍ବାଚନରେ ସେତେ ପରିମାଣରେ ସିଟ୍‌ ହାତେଇବାରେ ଦଳ ସଫଳ ହୋଇପାରି ନାହିଁ। ଯାହାକି ଏକ୍‌ଜିଟ୍‌ ପୋଲ୍‌ରେ ଦେଖିବାକୁ ମିଳିଛି। ଏହାସହ ରିପୋର୍ଟରେ ଏକ୍‌ଜିଟ୍‌ ପୋଲ୍‌ ଫଳାଫଳର ବିଶ୍ୱସନୀୟତା ଉପରେ ମଧ୍ୟ ପ୍ରଶ୍ନ ଉଠା ଯାଇଛି। ‘ଡନ୍‌’ରେ ପ୍ରକାଶିତ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ‘ଭାରତରେ ଏକ୍‌ଜିଟ୍‌ ପୋଲ୍‌ ସବୁବେଳେ ବିଶ୍ୱସନୀୟ ନୁହେଁ। ହେଲେ ୪ଟି ଏକ୍‌ଜିଟ୍‌ ପୋଲ୍‌ର ଫଳାଫଳ ସାମ୍ନାକୁ ଆସିବା ପରେ  ସଙ୍କେତ ମିଳିଛି ଯେ, ଉତ୍ତରପ୍ରଦେଶରେ ବିଜେପି ଯୋଗୀ ଆଦିତ୍ୟ ନାଥଙ୍କ ନେତୃତ୍ୱରେ ୨୪୦ ଆସନ ଜିତିବ।’

ରିପୋର୍ଟରେ ଆହୁରି କୁହାଯାଇଛି, ‘ବିରୋଧୀ ଦଳ ସମାଜବାଦୀ ପାର୍ଟି ରୋଜଗାର ଓ ମହଙ୍ଗା ପ୍ରସଙ୍ଗକୁ ନେଇ ନିର୍ବାଚନ ଜିତିବା ପାଇଁ ପ୍ରୟାସ କରିଥିଲା। ହେଲେ ଏକ୍‌ଜିଟ୍‌ ପୋଲ୍‌ରୁ ଯାହା ଜଣାପଡ଼ୁଛି, ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି କେବଳ ୧୫୦ ସିଟ୍‌ ହାତେଇବାରେ ସଫଳ ହେବ। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବେ ନା ନାହିଁ ଉତ୍ତରପ୍ରଦେଶ ନିର୍ବାଚନର ଫଳାଫଳରୁ ଜଣାପଡ଼ିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି।

Advertisment

‘ଦ ଏକ୍ସପ୍ରେସ୍‌ ଟ୍ରିବ୍ୟୁନ୍’ ଏକ୍‌ଜିଟ୍‌ ପୋଲ୍‌ ଫଳାଫଳକୁ ନେଇ କହିଲା ଏମିତି କିଛି...

ପାକିସ୍ତାନର ଅନ୍ୟ ଏକ ଖବରକାଗଜ ‘ଦ ଏକ୍ସପ୍ରେସ୍‌ ଟ୍ରିବ୍ୟୁନ୍’ରେ ପ୍ରକାଶ ପାଇଛି, ଉତ୍ତରପ୍ରଦେଶରେ ବିଜେପିର ବିଜୟ ମୋଦିଙ୍କ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପାଇଁ ବଡ଼ ସହାୟକ ହେବ। ଏହାଦ୍ୱାରା ସବୁଠାରୁ ଲୋକପ୍ରିୟ ନେତା ଭାବେ ମୋଦିଙ୍କ ଭାବମୂର୍ତ୍ତି ମଧ୍ୟ ଆହୁରି ସୁଦୃଢ଼ ହେବ। ଏକ୍‌ଜିଟ୍‌ ପୋଲ୍‌ର ଆକଳନ ଅନୁସାରେ ‘ଦ ଏକ୍ସପ୍ରେସ୍‌ ଟ୍ରିବ୍ୟୁନ୍’ରେ ଉଲ୍ଲେଖ କରାଯାଇଛି, ‘ମୋଦିଙ୍କ ହିନ୍ଦୁ ରାଷ୍ଟ୍ରବାଦୀ ଭାରତୀୟ ଜନତା ପାର୍ଟିକୁ ୪୦୩ ଆସନରୁ ୨୧୧-୨୭୭ ଆସନ ମିଳିପାରେ ବୋଲି ଅନୁମାନ କରାଯାଉଛି। ଯାହାକି ପୂର୍ଣ୍ଣ ବହୁମତ। ସଠିକ୍‌ ଭାବେ କୋଭିଡ୍‌ ମହାମାରୀକୁ ପରିଚାଳନା ନ କରିପାରିବା, ବେରୋଜଗାର, ଚାଷୀ ଆନ୍ଦୋଳନ ଇତ୍ୟାଦିକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ହେଲେ ବିଜେପି ଏସବୁକୁ ସାମ୍ନା କରି ନିଜ ରଣନୀତି ପ୍ରସ୍ତୁତ କରିଥିଲା ଓ ଏହି ରଣନୀତି ଲୋକଙ୍କ ଉପରେ ପ୍ରଭାବ ପକାଇଥିଲା।

Advertisment

ସେହିପରି ପାକସ୍ତାନର ଅନ୍ୟ ଏକ ଖବରକାଗଜ ‘ଡେଲି ଟାଇମ୍ସ’ରେ ପ୍ରକାଶ ପାଇଛି, ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ୩୧୨ ସିଟ୍‌ ଜିତି ଥିଲା। ହେଲେ ଚଳିତ ଥର ଏକ୍‌ଜିଟ୍‌ ପୋଲ୍‌ ଆକଳନ ଅନୁସାରେ, ଯଦିଓ ବିଜେପିକୁ ବହୁମତ ମିଳିବ ହେଲେ ପୂର୍ବଥର ଭଳି ଦଳକୁ ସେତିକି ସିଟ୍‌ ମିଳିବ ନାହିଁ। ଏକଜିଟ୍‌ ପୋଲ୍‌ ଆକଳନ ଅନୁସାରେ, ଚଳିତ ନିର୍ବାଚନରେ ବିଜେପିକୁ ୨୪୦ ସିଟ୍‌ ମିଳିପାରେ। 

BJP Yogi Adityanath UP Election 2022 Pakistan Media
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ