Advertisment

ପୋଲିସ ବାବୁଙ୍କ ପରକୀୟା ପ୍ରୀତି ପଡ଼ିଲା ମହଙ୍ଗା; ଡିଏସ୍‌ପିରୁ ହେଲେ କନଷ୍ଟେବଳ

ଉତ୍ତର ପ୍ରଦେଶର ଉନ୍ନାଓରେ ଜଣେ ପୋଲିସ ଅଧିକାରୀଙ୍କୁ ପରକୀୟାପ୍ରିତି ମହଙ୍ଗା ପଡ଼ିଛି । ଅଧିକାରୀଙ୍କ ପରକୀୟାପ୍ରିତି ଧରାପଡ଼ିବା ପରେ ଡେପୁଟି ଏସ୍‌ପି ରାଙ୍କରୁ ସିଧାସଳଖ ସେ କନଷ୍ଟେବଳକୁ ଖସି ଆସିଛନ୍ତି।

ଅଦ୍ୟତନ ହୋଇଛି
UP DSP Demoted To Constable After Being Caught with Female Constable in Hotel Room

DSP Demoted To Constable

Advertisment

ମହଙ୍ଗା ପଡ଼ିଲା ପରକୀୟା ପ୍ରିତି । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା ସହ ରଙ୍ଗେ ହାତୋ ଧରାପଡିଲେ। ଘରେ ସ୍ତ୍ରୀ ଥାଉ ଥାଉ ଜଣେ ମହିଳା ପୋଲିସ କର୍ମଚାରୀଙ୍କ ସହ କରୁଥିଲେ ପରକୀୟା ପ୍ରିତି। ଯାହାଫଳରେ ପ୍ରମୋସନ ହେବା ବଦଳରେ ତାଙ୍କର ହୋଇଛି ଡିମୋସନ୍‌। ଡିଏସ୍‌ପିରୁ ପାଲଟିଛନ୍ତି କନଷ୍ଟେବଳ।

Advertisment

ଉତ୍ତର ପ୍ରଦେଶର ଉନ୍ନାଓରେ ଜଣେ ପୋଲିସ ଅଧିକାରୀଙ୍କୁ ପରକୀୟା ପ୍ରିତି ମହଙ୍ଗା ପଡ଼ିଛି। ଅଧିକାରୀଙ୍କ ପରକୀୟାପ୍ରିତି ଧରାପଡ଼ିବା ପରେ ଡେପୁଟି ଏସ୍‌ପି ରାଙ୍କରୁ ସିଧାସଳଖ ସେ କନଷ୍ଟେବଳକୁ ଖସି ଆସିଛନ୍ତି। ଉକ୍ତ ପୋଲିସ ଅଧିକାରୀଙ୍କ ନାମ କ୍ରିପା ଶଙ୍କର କନୌଜିଆ ବୋଲି ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ: ମହଙ୍ଗା ପଡ଼ିଲା ପ୍ରେମିକାକୁ ଧୋକା ଦେଇ ଅନ୍ୟତ୍ର ବିବାହ; ଅଧାବାଟରୁ ବରକୁ ଉଠାଇନେଲା ପୋଲିସ

Advertisment

ପୋଲିସ ଅଧିକାରୀ କ୍ରିପା ଶଙ୍କର କନୌଜିଆ। ୨୦୨୧ ଜୁଲାଇ ୬ ତାରିଖରେ ପାରିବାରିକ କାରଣ ଦର୍ଶାଇ ଉନ୍ନାଓ ଏସ୍‌ପିଙ୍କ ଠାରୁ ଛୁଟି ମାଗିଥିଲେ। କିନ୍ତୁ ଛୁଟି ମଞ୍ଜୁର ହେବା ପରେ ଘରକୁ ଯିବା ପରିବର୍ତ୍ତେ ସେ ଅନ୍ୟତ୍ର ଚାଲି ଯାଇଥିଲେ। ସେ କାନପୁରର ଏକ ହୋଟେଲରେ ଚେକ୍‌ ଇନ୍‌ କରିଥିଲେ। ତାଙ୍କ ସହିତ ଜଣେ ମହିଳା କନଷ୍ଟେବଳ ମଧ୍ୟ ଥିଲେ। ଏହି ସମୟ ମଧ୍ୟରେ ସେ ଉଭୟ ବ୍ୟକ୍ତିଗତ ଏବଂ ସରକାରୀ ମୋବାଇଲ ନମ୍ବର ବନ୍ଦ କରିଦେଇଥିଲେ। ତାଙ୍କର ଦୁଇଟି ଯାକ ନମ୍ବର ବନ୍ଦ ଥିବାରୁ ଚିନ୍ତାରେ ପଡ଼ିଥିଲେ ତାଙ୍କ ସ୍ତ୍ରୀ।

ଏହାପରେ ଚିନ୍ତିତ ପତ୍ନୀ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ୱାମୀ ଛୁଟି ନେଇ ଘରକୁ ଯାଇଛନ୍ତି। କିନ୍ତୁ ଦୀର୍ଘ ସମୟ ପରେ ବି ସେ ପହଞ୍ଚି ନଥିବାରୁ ତାଙ୍କ ଚିନ୍ତା ଆହୁରି ବଢ଼ି ଯାଇଥିଲା। ଏହା ପରେ ସେ ଏନେଇ ଉନ୍ନାଓ ଏସପିଙ୍କୁ ଭେଟି ସ୍ୱାମୀଙ୍କୁ ଖୋଜିବା ପାଇଁ ସାହାଯ୍ୟ ମାଗିଥିଲେ। ପରେ ଏସ୍‌ପି ତାଙ୍କ କ୍ରିପା ଶଙ୍କରଙ୍କ ମୋବାଇଲ ନମ୍ବର ଟ୍ରେସ୍‌ କରିବାକୁ ଆଦେଶ ଦେଇଥିଲେ। ପରେ ସେ ହୋଟେଲରେ ଥିବା ଜଣାପଡ଼ିଥିଲା। ଏହାପରେ ପୋଲିସ ସେଠାରେ ପହଞ୍ଚିଥିଲା। ତଲାସି ବେଳେ ସିସିଟିଭି ଫୁଟେଜରେ ନଜର ଆସିଥିଲେ ନିଜ ପ୍ରେମିକା ସହ ନଜର ଆସିଥିଲେ ପୋଲିସ ବାବୁ। ଏହାପରେ ଜଣେ ମହିଳା କର୍ମଚାରୀଙ୍କ ସହ ହୋଟେଲ ରୁମ୍‌ରୁ କ୍ରିପା ଶଙ୍କରଙ୍କୁ ରଙ୍ଗେହାତ ଧରା ହୋଇଥିଲା ।

Advertisment

ଏହି ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ସମଗ୍ର ମାମଲାର ସମୀକ୍ଷା କରି କ୍ରିପା ଶଙ୍କର କାନୌଜିଆଙ୍କୁ ସର୍କଲ ଅଫିସରରୁ ପୁଣି ଥରେ କନଷ୍ଟେବଳ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉନ୍ନାଓରେ ବିଘାପୁରର CO ଥିବା କ୍ରିପା ଶଙ୍କର କାନୌଜିଆଙ୍କୁ ବର୍ତ୍ତମାନ କନଷ୍ଟେବଳ କରାଯାଇଛି। ଗୋରଖପୁରର 26 PAC ବଟାଲିଅନରେ ତାଙ୍କର ନୂତନ ପୋଷ୍ଟିଂ ହୋଇଛି।

ଅଧିକ ପଢ଼ନ୍ତୁ: ହ୍ୱାଟସଆପରେ ନିନ୍ଦା ମେସେଜ ପଡିଲା ମହଙ୍ଗା...ଛାତ୍ରଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଲେ କୋର୍ଟ

Police Extra Marital Affair Constable Police Officers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ