Advertisment

VIRAL VIDEO : ବିଲେଇ ସହ ସମୟ କାଟିଲେ ୟୁପି ମୁଖ୍ୟମନ୍ତ୍ରୀ, ପଚାରିଲେ...କ’ଣ କିଛି ଖାଇବ ?

ଯୋଗୀ ଆଦିତ୍ୟନାଥଙ୍କ ଏହି ଭିଡିଓକୁ ଜଣେ ଟ୍ୱିଟର ୟୁଜର୍ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ଅଦ୍ୟତନ ହୋଇଛି
Yogi Adityanath

Yogi Adityanath

Advertisment

ମଣିଷ ଯେତେ ବ୍ୟସ୍ତ ଜୀବନ କାଟିଲେ ବି ପୋଷା ଜୀବଜନ୍ତୁଙ୍କ ସହ କିଛି ସମୟ କାଟିଲେ ବେଶ୍ ହାଲକା ଲାଗେ । ଏମିତି ଅନୁଭବ ଉଣା ଅଧିକେ ସମସ୍ତଙ୍କର ରହିଛି । ଅବଶ୍ୟ କହିବାକୁ ଗଲେ ଆଜିକାଲି ଏଇଟା ଗୋଟେ ଫ୍ୟାସନ୍‌ ହେଇଯାଇଛି ।

Advertisment

ବ୍ୟସ୍ତ ଜୀବନ କାଟୁଥିବା ବହୁ ନାମୀଦାମୀ ଲୋକ ବି ଆଜିକାଲି ପୋଷା ଜୀବଜନ୍ତୁଙ୍କ ମାୟାକୁ ଭୁଲି ପାରୁନାହାଁନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ(Uttar Pradesh Chief Minister Yogi Adityanath)  ମଧ୍ୟ ଏବେ ଏମିତି ମାୟାରେ ପଡ଼ିଯାଇଛନ୍ତି ।

ଏକ ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଏକ ସୋଫା ଉପରେ ବସିଥିବା ବିଲେଇ ସହ ଯୋଗୀ ବେଶ୍ ମଜାଳିଆ ଢଙ୍ଗରେ କଥା ହେଉଛନ୍ତି । ବିଲେଇଟି ମଧ୍ୟ ଯୋଗୀଙ୍କ କଥା ମନଧ୍ୟାନ ଦେଇ ଶୁଣୁଛି । ଯୋଗୀ ବିଲେଇଟିକୁ ପଚାରୁଛନ୍ତି, କ’ଣ କିଛି ଖାଇବ ? ଥରେ ନୁହେଁ, ଯୋଗୀ ବିଲେଇଟିକୁ ଏକଥା ବାରମ୍ବାର ପଚାରୁଛନ୍ତି ।

Advertisment

ଏ କଥା ଶୁଣି ବିଲେଇଟି ଏକ ଲୟରେ ଯୋଗୀଙ୍କୁ ଚାହୁଁଛି । ଏପରିକି ହଲଚଲ୍ ବି ହେଉନି । ଏହି ଭିଡିଓ ଉପରେ କିଛି ଲୋକ ମଜାଳିଆ ଢଙ୍ଗରେ ଲେଖିଛନ୍ତି...ବିଲେଇଟି ବୋଧେ ବୁଝିଯାଇଛି ତା’ ସାମ୍ନାରେ ମୁଖ୍ୟମନ୍ତ୍ରୀ ଛିଡ଼ାହେଇଛନ୍ତି । ସେଥିପାଇଁ ସେ ଦୁଷ୍ଟାମୀ ନକରି ଚୁପ୍‌ଚାପ୍ ଛିଡ଼ାହେଇଛି । ଆଉ କିଛି ଏହି ଭିଡିଓକୁ ବେଶ୍ ମଜାଦାର୍ ବୋଲି କହିବା ସହ ୟାକୁ ଦେଖିବା ପରେ ମନ ହାଲକା ହେଇଗଲା ବୋଲି ଲେଖିଛନ୍ତି ।

Advertisment
Yogi Adityanath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ