Advertisment

ପାକିସ୍ତାନର ଗୁପ୍ତଚର କି ସୀମା ? ଭାରତ ଆସିବାକୁ କିଏ ଦେଖାଇଥିଲା ଗଳା ବାଟ ?

ଆମେ କହୁଛୁ ସେହି ମହିଳାଙ୍କ କଥା, ଯିଏ ମୁସଲିମ୍ ରାଷ୍ଟ୍ର ପାକିସ୍ତାନରୁ ଖସିଆସିଛନ୍ତି ହିନ୍ଦୁସ୍ତାନକୁ । ଯାହାଙ୍କ ନାଁ ସୀମା ଗୁଲାମ୍ ହାଇଦର । ଘର ପାକିସ୍ତାନର କରାଚୀ ।

undefined

Seema from Pakistan

Advertisment

PUBG ବାଲା ପ୍ରେମିକ ପାଇଁ ଭାରତ ଚାଲିଆସିଥିବା ପାକିସ୍ତାନୀ ମହିଳା ସୀମା ହାଇଦରଙ୍କୁ ନେଇ ଏବେ ଦେଶବ୍ୟାପି ଚର୍ଚ୍ଚା। ଭାରତକୁ ଆସି ମଥାରେ ସିନ୍ଦୂର ଲଗାଇବା ସହ ରାମ ନାମ ଜପୁଛନ୍ତି, ପୁଣି ତୁଳସୀ ଚଉଁରାମୂଳେ ପାଣି ଦେଉଛନ୍ତି। ତେବେ ସତରେ ସେ କ’ଣ ପ୍ରେମ ପାଇଁ ଭାରତ ଚାଲି ଆସିଛନ୍ତି, ନା ସେ ଜଣେ ପାକିସ୍ତାନୀ ଗୁପ୍ତଚର ?

Advertisment

ସୁଦୂର ପାକିସ୍ତାନରୁ ଖସିଆସି ଭାରତରେ ବେଆଇନ ଏଣ୍ଟ୍ରି । ବିବାହିତା ହିନ୍ଦୁ ନାରୀ ଭଳି ମଥାରେ ପିନ୍ଧୁଛନ୍ତି ସିନ୍ଦୁର। କେତେବେଳେ ମୁହଁରେ ରାମ ନାମ ଗାନ କରୁଛନ୍ତି ତ ପୁଣି କେତେବେଳେ ତୁଳସୀ ଚଉଁରା ମୂଳେ ପାଣି ଦେଉଛନ୍ତି। ଆମେ କହୁଛୁ ସେହି ମହିଳାଙ୍କ କଥା, ଯିଏ ମୁସଲିମ୍ ରାଷ୍ଟ୍ର ପାକିସ୍ତାନରୁ ଖସିଆସିଛନ୍ତି ହିନ୍ଦୁସ୍ତାନକୁ । ଯାହାଙ୍କ ନାଁ ସୀମା ଗୁଲାମ୍ ହାଇଦର । ଘର ପାକିସ୍ତାନର କରାଚୀ ।

ତେବେ ସୀମା ହାଇଦରଙ୍କ ଭାରତ ଆସିବା ପଛର ଅସଲ ଉଦ୍ଦେଶ୍ୟ କ’ଣ ? ଭାରତୀୟ ଯୁବକଙ୍କ ସହ ସତରେ ପ୍ରେମ, ନା ଗୁଇନ୍ଦାଗିରି ପାଇଁ ମାରିଛନ୍ତି ଏଣ୍ଟ୍ରି ? ରହସ୍ୟ ଭେଦିବାକୁ କସରତ ଚଳାଇଛି ଉତ୍ତରପ୍ରଦେଶ ଆଣ୍ଟି ଟେରୋରିଷ୍ଟ ସ୍କାଡ-ATS । କାରଣ ବିନା ଭାରତୀୟ ଭିସାରେ ଆସିଛନ୍ତି ସେ। ଏପରିକି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ସହ ତାଙ୍କର ଲିଙ୍କ୍ ଥିବା ଆଶଙ୍କା କରାଯାଉଛି। ଗତ ୨ ଦିନ ହେଲା ଜେରା କରୁଛି ୟୁପି ଏଟିଏସ୍ । ସୀମାଙ୍କ ସହ ତାଙ୍କ ପ୍ରେମିକ ସଚିନ୍ ଓ ସଚିନଙ୍କ ବାପା ନେତ୍ରପାଲ ସିଂହଙ୍କୁ ବି ସ୍କାନରରେ ରଖି ଖିଅ ଖୋଜୁଛି ATS।

Advertisment

ସୀମାଙ୍କ ମୋବାଇଲରୁ ଡିଲିଟ୍ ଡାଟାର ରିକଭରି ପାଇଁ ଉଦ୍ୟମ ଚଳାଇଛି ଫୋରେନସିକ ଲାବ୍। ସୀମାଙ୍କ କାକା ଓ ଭାଇ ପାକିସ୍ତାନ ଆର୍ମିରେ ଥିବାରୁ ସୀମାଙ୍କୁ ନିଜ ହେପାଜତକୁ ନେଇ ଟିକିନିଖି ତଥ୍ୟ ଉଗାରୁଛି ୟୁପି ATS। ଏପରିକି ସୀମାଙ୍କ ପ୍ରଥମ ସ୍ୱାମୀ ଗୁଲାମ୍ ହାଇଦରଙ୍କ ସହ ଫୋନରେ କଥା ହୋଇଥିବା ATS, ଉଭୟଙ୍କ ବୟାନକୁ ମ୍ୟାଚ୍ କରାଉଥିବା ସୂଚନା ମିଳିଛି ।

ସୀମା ଗୁଲାମ୍ ହାଇଦର। ବୟସ ପ୍ରାୟ ୨୭ ବର୍ଷ । ଆଉ ଯେଉଁ ଯୁବକଙ୍କ ପାଇଁ ସେ ଭାରତ ଆସିଛନ୍ତି ସେ ହେଲେ ଉତ୍ତରପ୍ରଦେଶର ସଚିନ ମୀନା। ବୟସ ୨୨ ବର୍ଷ । ଅର୍ଥାତ ସଚିନଙ୍କଠାରୁ ସୀମା ବୟସରେ ୫ ବର୍ଷ ବଡ଼ । କିନ୍ତୁ ୨୦୧୯ରେ ଅନଲାଇନ ଗେମ୍ ପବଜୀ ଖେଳୁ ଖେଳୁ କୁଆଡ଼େ ଗଢ଼ି ଉଠିଥିଲା ପ୍ରେମ ସଂପର୍କ। ଆଉ ସେହି ପ୍ରେମ ପାଇଁ ସ୍ୱାମୀ ଗୁଲାମ୍ ଓ ପରିବାରକୁ ଛାଡ଼ି ଭାରତ ଚାଲିଆସିଛନ୍ତି ସୀମା।

Advertisment

କୁହାଯାଉଛି,ପ୍ରଥମେ ସେ ପାକିସ୍ତାନରୁ ଦୁବାଇ ଯାଇଥିଲେ। ଆଉ ଦୁବାଇରୁ ନେପାଳ କାଠମାଣ୍ଡୁକୁ ଫ୍ଲାଇଟରେ ଆସି ବେଆଇନ ଭାବେ ଭାରତରେ ଏଣ୍ଟ୍ରି ମାରିଥିଲେ। ଗତ ମେ’ ୧୩ରେ ନେପାଳରୁ ବସ୍ ଯୋଗେ ଭାରତ ଆସିଥିଲେ। ଆସିବାବେଳେ ସାଙ୍ଗରେ ୪ ପିଲାଙ୍କୁ ମଧ୍ୟ ଭାରତ ନେଇ ଆସିଛନ୍ତି ସୀମା। ୟୁପି ପୋଲିସର କହିବା କଥା, ସୀମା ଓ ସଚିନ୍ ଗ୍ରେଟର୍ ନୋଇଡା ଗୌତମ ବୁଦ୍ଧନଗର ରବୁପୁରାରେ ରହୁଛନ୍ତି। ସଚିନ ସେଠାରେ ଏକ ତେଜରାତି ଦୋକାନ ଚଳାଉଛନ୍ତି।

ବିନା ଭିସାରେ ଭାରତ ପ୍ରବେଶ ଅଭିଯୋଗରେ ସୀମାଙ୍କୁ ଗତ ଜୁଲାଇ ୪ରେ ଗିରଫ କରିଛି ପୋଲିସ। ଏଥିସହ ଅବୈଧ ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ସଚିନଙ୍କୁ ମଧ୍ୟ ପୋଲିସ ଜେଲ୍ ପଠାଇଥିଲା। ତେବେ ଗତ ଜୁଲାଇ ୭ରେ ସ୍ଥାନୀୟ ଏକ କୋର୍ଟରୁ ଉଭୟଙ୍କୁ ବେଲ୍ ମିଳିଛି।

ସଚିନଙ୍କ ପୂର୍ବରୁ ଦିଲ୍ଲୀ ଏନସିଆର ଅଞ୍ଚଳର ବହୁ ଯୁବକଙ୍କ ଲିଙ୍କରେ ଥିଲେ ସୀମା। ସେତେ ବେଶୀ ପାଠସାଠ ପଢ଼ିନଥିଲେ ବି ଉର୍ଦ୍ଦୁ ଅପେକ୍ଷା ଚମତ୍କାର ଢଙ୍ଗରେ ଇଂରାଜୀ ସହ ହିନ୍ଦି କହୁଛନ୍ତି ସେ। ତେଣୁ ସୀମାଙ୍କ ହାବଭାବ ଓ ଗତିବିଧିକୁ ନେଇ ATS ଖୋଳତାଡ଼ ଜାରି ରଖିଛି। ସୀମା କେମିତି ଦୁବାଇରୁ ନେପାଳ ଦେଇ ଭାରତକୁ ଆସିଲେ ? ତାଙ୍କୁ କିଏ ଗାଇଡ୍ କରିଥିଲା ? ଭାରତ ଆସିବା ଆଗରୁ କେଉଁ ମାନଙ୍କ ସହ ଲିଙ୍କରେ ଥିଲେ ? ସେନେଇ ସୀମା ଓ ସଚିନଙ୍କ ଠାରୁ ସତ ଖୋଜୁଛି ATS।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ