Advertisment

ମିରଟରୁ ISI ଏଜେଣ୍ଟକୁ ଗିରଫ କଲା ୟୁପି ATS, ମସ୍କୋରୁ ପାକିସ୍ତାନ ପଠାଉଥିଲା ଗୋପନୀୟ ତଥ୍ୟ

ଉତ୍ତରପ୍ରଦେଶ ATSର ସୂଚନା ଅନୁସାରେ, ବୈଦେଶିକ ମନ୍ତ୍ରଣାଳୟରେ MTS ଭାବରେ କାର୍ଯ୍ୟରତ ଥିବା ସତ୍ୟେନ୍ଦ୍ର ସିୱାଲଙ୍କୁ ଗିରଫ କରାଯାଇଛି।

up ats arrest isi agent

up ats arrest isi agent

Advertisment

ରବିବାର ଉତ୍ତରପ୍ରଦେଶର ଏଟିଏସକୁ ମିଳିଛି ବଡ଼ ସଫଳତା। ୟୁପି ଏଟିଏସ୍ ଋଷରେ ଥିବା ଭାରତୀୟ ଦୂତବାସରେ କାର୍ଯ୍ୟ କରୁଥିବା ଜଣେ ଏଜେଣ୍ଟଙ୍କୁ ଗିରଫ କରିଛି। ଯିଏକି ISI ପାଇଁ କାର୍ଯ୍ୟ କରୁଥିଲା। ଋଷରେ ରହି ପାକସ୍ତାନକୁ ଗୁଇନ୍ଦା ତଥ୍ୟ ଦେଉଥିବା ଅଭିଯୋଗରେ ଏହି ISI ଏଜେଣ୍ଟକୁ ମିରଟରୁ ଗିରଫ କରିଛି ୟୁପି ATS । ତେବେ ଗିରଫ ହୋଇଥିବା ISI ଏଜେଣ୍ଟ ହେଉଛି ସତ୍ୟେନ୍ଦ୍ର ସିୱାଲ। ସେ ଋଷରେ ଥିବା ଭାରତୀୟ ଦୂତାବାସରେ କାର୍ଯ୍ୟରତ ଥିଲେ।

Advertisment

ଉତ୍ତରପ୍ରଦେଶ ATSର ସୂଚନା ଅନୁସାରେ, ବୈଦେଶିକ ମନ୍ତ୍ରଣାଳୟରେ MTS ଭାବରେ କାର୍ଯ୍ୟରତ ଥିବା ସତ୍ୟେନ୍ଦ୍ର ସିୱାଲଙ୍କୁ ଗିରଫ କରାଯାଇଛି। ସତ୍ୟେନ୍ଦ୍ର ଋଷରେ ଥିବା ଭାରତୀୟ ଦୂତବାସରେ କାର୍ଯ୍ୟରତ ଥିଲେ। ISI ପାଇଁ କାମ କରୁଥିବା ଅଭିଯୋଗରେ ତାଙ୍କୁ ୟୁପି ATS ଗିରଫ କରିଛି। ସତ୍ୟେନ୍ଦ୍ର ସିୱାଲ ଉତ୍ତରପ୍ରଦେଶର ହାପୁଡ୍ ଜିଲ୍ଲାର ବାସିନ୍ଦା । ମସ୍କୋରେ ଥିବା ଭାରତୀୟ ଦୂତାବାସରେ କେହି ଗୁପ୍ତଚର କାର୍ଯ୍ୟ କରୁଥିବା ନେଇ ATSକୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଏଟିଏସ୍‌ ଏହି ମାମଲାରେ ତଦନ୍ତ ଜାରି ରଖିଥିଲେ। ତେବେ ତଦନ୍ତ ସମୟରେ ସତ୍ୟେନ୍ଦ୍ରଙ୍କ ଉପରେ ସନ୍ଦେହ ବଢ଼ିଥିଲା। ଯେଉଁଥିପାଇଁ ତାଙ୍କୁ ୟୁପିର ମିରଟରୁ ଗିରଫ କରିଛି ୟୁପି ଏଟିଏସ୍‌।

କେବଳ ଏତିକି ନୁହେଁ, ପଚରାଉଚରା ସମୟରେ ସତ୍ୟେନ୍ଦ୍ର କହିଛି କି, ସେ ଭାରତୀୟ ସେନାର କିଛି ସମ୍ବେଦନଶୀଳ ଖବର ଜାଣିବା ପାଇଁ ସରକାରୀ କର୍ମଚାରୀଙ୍କୁ ଲାଞ୍ଚ ଦେଉଥିଲା। ଟଙ୍କାର ଲାଳସା ଦେଇ ଭାରତୀୟ ସେନାର ସାମରିକ ରଣନୀତି, ଭାରତୀୟ ଦୂତବାସ ଓ ବୈଦେଶିକ ବ୍ୟାପରର ଗୋପନୀୟ ତଥ୍ୟ ISIଙ୍କୁ ଦେଇଥିବା ଅଭିଯୋଗ ହୋଇଛି। ତେବେ ସତ୍ୟେନ୍ଦ୍ରଙ୍କୁ ଗିରଫ କରିବା ସହ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ୟୁପି ଏଟିଏସ୍‌।

Advertisment
India News Uttar Pradesh Pak ISI Agents Indian Embassy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ