Advertisment

କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା, ତଦନ୍ତରେ ସହଯୋଗ କରୁନାହାନ୍ତି ଆଶିଷ୍‌

ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ଗିରଫ ହୋଇଛନ୍ତି କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା। ୧୧ ଘଣ୍ଟାକୁ ଉର୍ଦ୍ଧ୍ୱ ସମୟ ଧରି ଏସଆଇଟିର ମାରାଥନ ଜେରା ପରେ ଗତକାଲି ରାତିରେ ଆଶିଷଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ

ଅଦ୍ୟତନ ହୋଇଛି
Union minister's son Ashish Mishra

Union minister's son Ashish Mishra

Advertisment

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ଗିରଫ ହୋଇଛନ୍ତି କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା। ୧୧ ଘଣ୍ଟାକୁ ଉର୍ଦ୍ଧ୍ୱ ସମୟ ଧରି ଏସଆଇଟିର ମାରାଥନ ଜେରା ପରେ ଗତକାଲି ରାତିରେ ଆଶିଷଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଆଶିଷଙ୍କ ବିରୋଧରେ ହତ୍ୟା, ଦୁର୍ଘଟଣା ଜନିତ ମୃତ୍ୟୁ, ଅପରାଧୀକ ଷଡ଼ଯନ୍ତ୍ର, ବେପରୁଆ ଗାଡ଼ି ଚାଳନା ଅପରାଧରେ ଗିରଫ କରାଯାଇଥିବା ଜଣାପଡ଼ିଛି। ଚାଷୀ ନେତାଙ୍କ ଅଭିଯୋଗ ଅନୁସାରେ ଅୋବର ୩ତାରିଖରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଚାଷୀଙ୍କ ଉପରେ ମାଡ଼ି ଯାଇଥିବା ଗାଡ଼ିରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ଥିଲେ ।

Advertisment

ତେବେ ସେ ଗାଡ଼ିରେ ଥିଲେ ନା ନାହିଁ, ଯଦି ଥିଲେ ତେବେ ତାଙ୍କ ସହ କେତେ ଜଣ ଗାଡ଼ିରେ ଥିଲେ। ଯଦି, ସେ ଗାଡ଼ିରେ ନଥିଲେ ତେବେ ସେହି ସମୟରେ ସେହି ଗାଡ଼ିରେ ଆଉ କିଏ ଥିଲେ ସେ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଆଶିଷଙ୍କଠୁ ସବିଶେଷ ତଥ୍ୟ ଉଗାଳିଛି। ତେବେ ସେ ତଦନ୍ତରେ ସହଯୋଗ କରୁନଥିବାରୁ ତାଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି । ୧୧ ଘଣ୍ଟାର ଜେରା ମଧ୍ୟରେ ଆଶିଷଙ୍କୁ ୪୦ରୁ ଅଧିକ ପ୍ରଶ୍ନ ପଚରାଯାଇଥିଲା । ଅକ୍ଟୋବର ୩ ତାରିଖ ଦିନ ଅପରାହଣ ୨ଟା ୩୬ରୁ ୩ଟା ୩୦ ଯାଏ କେଉଁଠି ଥିଲେ କଣ କରୁଥିଲେ ତାହା ଜାଣିବାକୁ ପାଇଥିଲେ ମଧ୍ୟ କୌଣସି ଉତ୍ତର ଦେଇପାରିନଥିଲେ ଆଶିଷ।

Advertisment

ସୂଚନା ଅନୁସାରେ , ଘଟଣା ଘଟିବା ପରେ ସେ ନିଖୋଜ ହୋଇଯାଇଥିଲେ ଅର୍ଥାତ୍‌ ତାଙ୍କୁ ପୋଲିସ ଖୋଜି ପାଇନଥିଲା। ବାରମ୍ବାର ତାଙ୍କ ଘରକୁ ଯିବା ପରେ ମଧ୍ୟ ସେ ଘରେ ନଥିବା ପରିବାର ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା। ଯାହା ଫଳରେ ପୋଲିସ ବାଧ୍ୟ ହୋଇ କେନ୍ଦ୍ରମନ୍ତ୍ରୀଙ୍କ ଘର ସାମ୍ନାରେ ନୋଟିସ୍‌ ଲଗାଇଥିଲା। ସେପଟେ ଗତକାଲି କ୍ରାଇମବ୍ରାଞ୍ଚ କହିଥିଲା ଯେ, ଅଫିସ୍ ପକ୍ଷରୁ ତାଙ୍କୁ ଦିନ ୧୧ଟାରେ ପହଞ୍ଚିବା ପାଇଁ କୁହାଯାଇଥିଲା କିନ୍ତୁ ସେ ୧୦.୩୮ରେ ପହଞ୍ଚିଥିଲେ। ତେବେ ବିଜେପି ନେତାଙ୍କ ପୁଅ ଜଣେ ବିଧାୟକଙ୍କ ଗାଡ଼ିରେ ବସି କ୍ରାଇମବ୍ରାଞ୍ଚ ଅଫିସ ସମ୍ମୁଖରେ ପହଞ୍ଚିଥିଲେ। ଘଟଣାର ଗମ୍ଭୀରତାକୁ ନଜରରେ ରଖି ପୋଲିସ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀମାନେ ସକାଳ ୧୦ଟା ରୁ ପହଞ୍ଚିବା ଆରମ୍ଭ କରିଥିଲେ। ଆଶିଷ ମିଶ୍ରା ଭାରତୀୟ ଜନତା ପାର୍ଟି (ବିଜେପି)ର ବିଧାୟକ ଯୋଗେଶ ଭର୍ମାଙ୍କ ସହ ଲଖିମପୁର ଖେରୀ ସଦର ବିଧାନସଭା ନିର୍ବାଚନମଣ୍ଡଳୀରେ ପହଞ୍ଚିଥିଲେ। ପରେ ଉଭୟ ସ୍କୁଟିରେ କ୍ରାଇମବ୍ରାଞ୍ଚ ଅଫିସ୍‌ରେ ପହଞ୍ଚିଥିଲେ। ତେବେ ଜଣେ ବଧାୟକଙ୍କ ସହ କାହିଁକି ଆସିଲେ ଓ ଏହା ପଛରେ କାରଣ କଣ ଥିଲା ତାହାକୁ ନେଇ ଚର୍ଚ୍ଚା ଚାଲିଛି।

Lakhimpur Kheri Violence Union Minister's Son Ashish Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ