Advertisment

ଜେଲ୍‌ରୁ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଗିରଫ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ

ଲଖିମପୁର ଖେରି ହିଂସା ଘଟଣାରେ ଗିରଫ ହୋଇଥିବା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଆଶିଷଙ୍କ ଠାରେ ଡେଙ୍ଗୁର ଲକ୍ଷଣ ଦେଖାଯାଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

Union Minister Ajay Mishra's son Ashish Mishra

Union Minister Ajay Mishra's son Ashish Mishra

Advertisment

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲଖିମପୁର ଖେରି ହିଂସା ଘଟଣାରେ ଗିରଫ ହୋଇଥିବା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଆଶିଷଙ୍କ ଠାରେ ଡେଙ୍ଗୁର ଲକ୍ଷଣ ଦେଖାଯାଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ଆଶିଷ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ଜେଲ୍‌ରୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। 

Advertisment

ସୂଚନାଥାଉ କି, ଅକ୍ଟୋବର ୩ ତାରିଖରେ ଲଖିମପୁର ଖେରିରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ SUV କାର୍‌ ସେମାନଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଚାରି ଜଣ ଚାଷୀଙ୍କ ସମେତ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ହୋଇଥିବା ହିଂସାକାଣ୍ଡରେ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆନ୍ଦୋଳନକାରୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଚାଷୀ ସଂଗଠନ ଅଭିଯୋଗ କରିଥିଲେ। କିନ୍ତୁ ଏଭଳି ଅଭିଯୋଗକୁ ଆଶିଷ ଖଣ୍ଡନ କରିଛନ୍ତି।

Advertisment

ମାମଲାରେ ଆଶିଷଙ୍କ ନାଁ ଆସିବା ପରେ ଘଟଣାର ୫ ଦିନ ପରେ ଅକ୍ଟୋବର ୯ ତାରିଖରେ ଆଶିଷଙ୍କୁ ଗିରଫ କରାଯାଇଥିଲା। ଚାଷୀଙ୍କ ଉପରେ ଚଢ଼ି ଯାଇଥିବା କାର୍‌ର ଡ୍ରାଇଭର ସିଟ୍‌ରେ ଆଶିଷ ବସି ଥିଲେ ବୋଲି ମୃତ ଚାଷୀଙ୍କ ପରିବାର ଲୋକ ଅଭିଯୋଗ ଆଣିଥିଲେ। 

ତେବେ ଆଶିଷ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ସାମ୍ପଲ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ଶୁକ୍ରବାର ପଠାଯାଇଛି। ରିପୋର୍ଟ ଆସିଲା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଲଖିମପୁର ଖେରି ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି। 

Advertisment

ଲଖିମପୁର ଖେରି ହିଂସା ଘଟଣାରେ ଆଶିଷଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩ ଜଣ ଗିରଫ ହୋଇସାରିଲେଣି। ଅକ୍ଟୋବର ୧୫ ତାରିଖରେ ରିମାଣ୍ଡ ଅବଧି ସରିବା ପରେ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଏବେ ତାଙ୍କୁ ଲଖିମପୁର ଜେଲ୍‌ରେ ରଖାଯାଇଛି।

Lakhimpur Kheri Violence Union Minister Ajay Mishra Union Minister's Son Ashish Mishra Ashish Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ