Advertisment

ରାତି ଅଧରେ ଜାମିନ୍‌ ପାଇଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଜାମିନ ମିଳିଛି। ଗତକାଲି ମଧ୍ୟରାତ୍ରରେ ମହାଡ଼ ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ନାରାୟଣ ରାଣେଙ୍କୁ ପୋଲିସ ଗିରଫ କରିବା ପରେ ରତ୍ନଗିରି କୋର୍ଟରେ ହାଜର କରିଥିଲା

 Union Minister Narayan Rane

Union Minister Narayan Rane

Advertisment

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଜାମିନ ମିଳିଛି। ଗତକାଲି ମଧ୍ୟରାତ୍ରରେ ମହାଡ଼ ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ନାରାୟଣ ରାଣେଙ୍କୁ ପୋଲିସ ଗିରଫ କରିବା ପରେ ରତ୍ନଗିରି କୋର୍ଟରେ ହାଜର କରିଥିଲା। ତେବେ ସେଠାରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା ତେବେ ପରବର୍ତ୍ତୀ ସମୟରେ ରାଣେଙ୍କୁ ମହାଡ କୋର୍ଟ ବେଲ ଦେଇଥିବା ନେଇ ତାଙ୍କ ଓକିଲ ସୂଚନା ଦେଇଥିଲେ। ରତ୍ନଗିରିର ସଙ୍ଗମେଶ୍ୱର ଠାରେ ବିଜେପିର ଜନ ଆଶୀର୍ବାଦ ଯାତ୍ରାରେ ଯାଉଥିବା ବେଳେ ପୁଲିସ୍ ଟିମ୍ ତାଙ୍କୁ ସ୍ଥାନୀୟ ଥାନାକୁ ଆଣିଥିଲେ। ସେଠାରେ ବରିଷ୍ଠ ପୁଲିସ୍ ଅଧିକାରୀମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଗିରଫ କରାଯାଇଥିବା ବିଧିବଦ୍ଧ ଭାବେ ଦର୍ଶାଇଥିଲେ। ଜନ ଆଶୀର୍ବାଦ ଯାତ୍ରା ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ନାରାୟଣ ରାଣେ। ଏହାକୁ ନେଇ ଶିବସେନା ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ୩୬ଟି ଏଫଆଇଆର ରୁଜୁ ହୋଇଥିଲା। ନାସିକ ପୁଲିସ ଅପରାଧ ଶାଖା ଦ୍ୱାରା ତାଙ୍କୁ ଗିରଫ କରାଯାଇଥିଲା । ସେପଟେ ଏ ମାମଲାକୁ ଖାରଜ କରିବା ନେଇ ରାଣେ ହାଇକୋର୍ଟକୁ ଯିବେ ବୋଲି ସୂଚନା ମିଳିଛି। ସେପଟେ ତାଙ୍କ ଗିରଫକୁ ନେଇ ବିଜେପି ସାମ୍ବିଧାନିକ ମୂଲ୍ୟବୋଧର ଉଲ୍ଲଂଘନ ବୋଲି କହିଛି।

Advertisment

ସୂଚନା ଅନୁସାରେ, ଜନ ଆଶୀର୍ବାଦ ଯାତ୍ରା ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ନାରାୟଣ ରାଣେ। ଏହାକୁ ନେଇ ଶିବସେନା ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ୩୬ଟି ଏଫଆଇଆର ରୁଜୁ ହୋଇଥିଲା। ଏହା ପରେ ନାସିକ ପୁଲିସ ଅପରାଧ ଶାଖା ଦ୍ୱାରା ଗିରଫ କରାଯାଇଥିଲା।

Advertisment

ରତ୍ନଗିରି ପୁଲିସ୍‌ ତାଙ୍କୁ ଗିରଫ କରିବା ପରେ ରାଇଗଡ଼ ପୁଲିସ ହେପାଜତରେ ଛାଡ଼ିଥିଲା। ରାଇଗଡ଼ ପୁଲିସ୍‌ ଗତକାଲି ତାଙ୍କୁ ସନ୍ଧ୍ୟାରେ ମାହାଦ ଏମଆଇଡିସି ଥାନକୁ ଆଣିଥିଲା। ସେଠାରେ ଡାକ୍ତରଙ୍କ ଦ୍ୱାରା ଚେକଅପ୍ ଶେଷ ହେବା ପରେ ଶ୍ରୀ ରାଣେଙ୍କୁ ରାତି ପ୍ରାୟ ୧୦ଟା ବେଳେ ମାହାଦରେ ଥିବା ବାବାସାହେବ ଶୈଖ ପାଟିଲର ମାଜିଷ୍ଟ୍ରେଟ କୋର୍ଟଙ୍କ ଆଗରେ ହାଜର କରାଯାଇଥିଲା। ପ୍ରଥମେ ତାଙ୍କୁ ଭିଡିଓ କନଫରେନ୍ସିଂରେ ହାଜର କରାଇବାକୁ ଯୋଜନା ହୋଇଥିଲା। କିନ୍ତୁ ଶେଷରେ ରାଣେଙ୍କୁ ବ୍ୟକ୍ତିଗତ ଭାବେ ହାଜର କରାଯାଇଥିଲା।

Maharashtra Union Minister Narayan Rane
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ