Advertisment

ଖୁବଶୀଘ୍ର ହେବ କେନ୍ଦ୍ର କ୍ୟାବିନେଟ୍‌ର ସଂପ୍ରସାରଣ, କିଛି ସାଂସଦଙ୍କୁ ଦିଲ୍ଲୀ ଡାକରା

ଖୁବଶୀଘ୍ର କେନ୍ଦ୍ର କ୍ୟାବିନେଟ୍‌ର ସଂପ୍ରସାରଣ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି କିଛି ସାଂସଦଙ୍କୁ ଦିଲ୍ଲୀ ଡକରା ଯାଇଛି। କ୍ୟାବିନେଟ୍ ସଂପ୍ରସାରଣରେ ଏଥିରେ ୨୮ ଜଣଙ୍କୁ ନୂଆ ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

ଅଦ୍ୟତନ ହୋଇଛି
ଖୁବଶୀଘ୍ର ହେବ କେନ୍ଦ୍ର କ୍ୟାବିନେଟ୍‌ର ସଂପ୍ରସାରଣ, କିଛି ସାଂସଦଙ୍କୁ ଦିଲ୍ଲୀ ଡାକରା

PM Modi

Advertisment

ନୂଆଦିଲ୍ଲୀ: ଆସନ୍ତା ୮ ତାରିଖ ସକାଳ ସାଢ଼େ ୧୦ଟାରେ କେନ୍ଦ୍ର କ୍ୟାବିନେଟ୍‌ର ସଂପ୍ରସାରଣ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି କିଛି ସାଂସଦଙ୍କୁ ଦିଲ୍ଲୀ ଡକରା ଯାଇଛି। କ୍ୟାବିନେଟ୍ ସଂପ୍ରସାରଣରେ ଏଥିରେ ୨୮ ଜଣଙ୍କୁ ନୂଆ ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଆଉ ଏହି ଚର୍ଚ୍ଚା ଭିତରେ ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇନ୍ଦୋରରୁ ଦିଲ୍ଲୀ ମୁହାଁ ହୋଇଛନ୍ତି। ଦିଲ୍ଲୀ ଯିବା ପୂର୍ବରୁ ସେ ମଧ୍ୟପ୍ରଦେଶର ମହାକାଳ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। କେବଳ ଜ୍ୟୋତିରାଦିତ୍ୟ ନୁହନ୍ତି, ସର୍ବାନନ୍ଦ ସୋନୱାଲ, ଜନତା ଦଳ ନେତା ସିପି ସିଂ ପ୍ରମୁଖ ଦିଲ୍ଲୀ ଅଭିମୁଖେ ଯାଇଛନ୍ତି।

Advertisment

କ୍ୟାବିନେଟ୍‌ର ଏହି ସଂପ୍ରସାରଣରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗକୁ ଅଧିକ ଗୁରୁତ୍ୱ ମିଳିପାରେ। ଏହାସହ ଏନ୍‌ଡିଏର ଅଂଶୀଦାର ଦଳକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ୱ ଦେଇପାରନ୍ତି। କେନ୍ଦ୍ର କ୍ୟାବିନେଟ୍‌ରେ ଅଦଳବଦଳକୁ ନେଇ ଲାଗି ରହିଥିବା ଜୋରଦାର ଚର୍ଚ୍ଚା ଭିତରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାର ଥିଲା, କିନ୍ତୁ ତାହା ବାତିଲ୍ ହୋଇଯାଇଛି। ମୋଦି ସରକାରଙ୍କ ଦ୍ୱିତୀୟ ପାଳିକୁ ଏହା ଭିତରେ ଦୁଇ ବର୍ଷ ପୂରି ସାରିଥିଲେ ବି ଏଯାଏ କ୍ୟାବିନେଟ୍ ସଂପ୍ରସାରଣ ହୋଇନାହିଁ। ଆବଶ୍ୟକତାଠୁ ବହୁ କମ୍ ମନ୍ତ୍ରୀରେ ସରକାର ଚାଲିଛି। ତେଣୁ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନର ଯଥେଷ୍ଟ ପୂର୍ବରୁ ସଂପ୍ରସାରଣ ଓ ଅଦଳବଦଳ କାମ ସାରି କ୍ୟାବିନେଟ୍‌ରେ ତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗରୁ ପ୍ରତିନିଧିତ୍ୱ ବଢ଼ାଇବା ଲକ୍ଷ୍ୟରେ ଆଗକୁ ବଢୁଛି ମୋଦିଙ୍କ ଥିଙ୍କ ଟ୍ୟାଙ୍କ। 

Advertisment

କ୍ୟାବିନେଟ୍‌ରେ ୮୧ ଜଣ ପର୍ଯ୍ୟନ୍ତ ମନ୍ତ୍ରୀ ରହିବାର ବ୍ୟବସ୍ଥା ଥିବାବେଳେ ଏବେ ସୁଦ୍ଧା ଅଛନ୍ତି ମାତ୍ର ୫୩ ମନ୍ତ୍ରୀ। ଅର୍ଥାତ୍ ଏବେ ବି ଆହୁରି ୨୮ ଜଣଙ୍କୁ ମନ୍ତ୍ରୀ କରିବାର ବିକଳ୍ପ ମହଜୁଦ ରହିଛି ପ୍ରଧାନମନ୍ତ୍ରୀଙ୍କ ପାଖରେ। ତେଣୁ ସମ୍ଭାବ୍ୟ ସଂପ୍ରସାରଣର ସ୍ୱରୂପ କ’ଣ ରହୁଛି, କେଉଁ ରାଜ୍ୟରୁ କିଏ ସାମିଲ ହେଉଛନ୍ତି ? ଓଡ଼ିଶାରୁ ଆଉ କେଉଁ ନୂଆ ମୁହଁଙ୍କୁ ଟିମ୍ ମୋଦିରେ ଦେଖିବାକୁ ମିଳୁଛି, ତାକୁ ନେଇ ଜୋର୍ ଧରିଛି କଳ୍ପନାଜଳ୍ପନା।

PM Modi Union Cabinet Cabinet Reshuffle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ