Advertisment

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ସୌର ଝଡ଼ ! ବୈଜ୍ଞାନିକ ଦେଲେ ଏମିତି ଚେତାବନୀ...

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ସୌର ଝଡ଼ ! ଆଗାମୀ ଦିନରେ ଏହି ଝଡ଼ ପୃଥିବୀ ସହ ଧକ୍କା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଯଦି ଏହା ପୃଥିବୀପୃଷ୍ଠରେ ଧକ୍କା ହୁଏ, ତା’ହେଲେ ସାରା ବିଶ୍ୱରେ ବ୍ଲାକ୍‌ଆଉଟ୍‌ ହେବାର ବିପଦ ରହିଛି।

Unexpected Solar Storm Is Heading Towards Earth

Unexpected Solar Storm Is Heading Towards Earth

Advertisment

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ସୌର ଝଡ଼ ! ଆଗାମୀ ଦିନରେ ଏହି ଝଡ଼ ପୃଥିବୀ ସହ ଧକ୍କା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏନେଇ ବୈଜ୍ଞାନିକମାନେ ଚେତାବନୀ ଜାରି କରିଛନ୍ତି। ସୌର ମଣ୍ଡଳରେ ସୃଷ୍ଟି ହୋଇଥିବା ଏହି ଝଡ଼ କୌଣସି ବିପଦଠୁ କମ୍‌ ନୁହେଁ ବୋଲି ବୈଜ୍ଞାନିକମାନେ କହିଛନ୍ତି। ସୌର ପୃଷ୍ଠରେ NOAA(National Oceanic and Atmospheric Administration) ଏହି ଝଡ଼କୁ ଠାବ କରିବା ସହ ଏହାକୁ G2 ଲେବଲ୍‌ ଷ୍ଟର୍ମ କ୍ୟାଟେଗୋରୀରେ ସାମିଲ କରାଯାଇଛି। ଅଗଷ୍ଟ ୭ରେ ଆଉ ଏକ G1 ଲେବଲ୍‌ ଷ୍ଟର୍ମକୁ ଠାବ କରାଯାଇଥିଲା। ଉଭୟ ସୌର ଝଡ଼ ସୋମବାର ଦିନ ପୃଥିବୀ ପୃଷ୍ଠରେ ପହଞ୍ଚିବ ବୋଲି ଆଶଙ୍କା କରାଯାଉଛି। 

Advertisment

ବୈଜ୍ଞାନିକଙ୍କ କହିବା ଅନୁସାରେ, ସୌର ବାୟୁମଣ୍ଡଳରେ ସୃଷ୍ଟି ହୋଇଥିବା ଏହି ଝଡ଼ ପୃଥିବୀ ପୃଷ୍ଠରେ ଚୁମ୍ଭକୀୟ କ୍ଷେତ୍ରରେ ଧକ୍କା ହୋଇପାରେ। ଫଳରେ ଏହା ବୈଦ୍ୟୁତିକ ନେଟ୍‌ୱର୍କ ତଥା ମହାକାଶଯାନ କକ୍ଷପଥକୁ ପ୍ରଭାବିତ କରିପାରେ। NOAA ଅନୁସାରେ, ଯଦି ଅନ୍ୟ ଏକ ସୌର ଝଡ଼ ପୃଥିବୀ ପୃଷ୍ଠକୁ ଧକ୍କା ଦିଏ ତା’ହେଲେ ବଡ଼ ଧରଣର କ୍ଷତି ଘଟିପାରେ। ଏହାର ପ୍ରଭାବ ଇଲେକ୍ଟ୍ରିକାଲ୍‌ ସିଷ୍ଟମ ଉପରେ ପଡ଼ିପାରେ। ଫଳରେ ଏହାଦ୍ୱାରା ପାୱାର ଗ୍ରିଡ୍‌ ଓ GPS ଡିଭାଇସ୍‌ ଇତ୍ୟାଦି ପ୍ରଭାବିତ ହୋଇପାରେ। ଯଦି ଏହା ପୃଥିବୀପୃଷ୍ଠରେ ଧକ୍କା ହୁଏ, ତା’ହେଲେ ସାରା ବିଶ୍ୱରେ ବ୍ଲାକ୍‌ଆଉଟ୍‌ ହେବାର ବିପଦ ରହିଛି। ବ୍ଲାକ୍‌ଆଉଟ୍‌ ଯୋଗୁ ଅନେକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ରେଡିଓ ସିଗ୍ନାଲ, ମୋବାଇଲ୍‌ ସିଗ୍ନାଲ୍‌, ମହାକାଶରେ ସାଟେଲାଇଟ୍‌ ଇତ୍ୟାଦିରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି।

ମିଳିଥିବା ସୂଚନା ଅନୁସାରେ, ମୋବାଇଲ୍‌ ସିଗ୍ନାଲ ଉପରେ ଏହାର ଅଧିକ ପ୍ରଭାବ ପଡ଼ିବ ବୋଲି ଆକଳନ କରାଯାଉଛି। ଏହାଦ୍ୱାରା ମୋବାଇଲ୍‌ ନେଟ୍‌ୱର୍କ ସେବା ଠପ୍‌ ହେବାର ସମ୍ଭାବନା ରହିଛି। ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଏହି ୨ଟି ସୌର ଝଡ଼ G2 and G1 ଲେବଲ୍‌ର ହୋଇଥିବା ବେଳେ G5 ରାଙ୍କ୍‌ରେ ଥିବା ଝଡ଼ ହେଉଛି ସବୁଠାରୁ ଶକ୍ତିଶାଳୀ ଝଡ଼। ତେଣୁ ଏହି ଝଡ଼ ଏତେ ଶକ୍ତିଶାଳୀ ଝଡ଼ ନୁହେଁ ବୋଲି କୁହାଯାଉଛି। 

Advertisment
Earth Solar Storm
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ