Viral Video
ଅଚାନକ୍ ଫାଟିଲା ଜମି, ଆଉ ତା’ପରେ ଭୁସ୍ ଭୁସ୍ ହୋଇ ଉପରକୁ ଉଠିଲା ପାଣି । ପାଣିର ସ୍ରୋତ ଦେଖି ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ମହାରାଷ୍ଟ୍ରର ୟବତମାଲରୁ ଏପରି ଏକ ଚକିତ କଲା ପରି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ରାସ୍ତା ଫଟାଇ ପାଣି ବାହାରିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ୟବତମାଳର ଏକ ଛକ ନିକଟରେ ହଠାତ୍ ଏକ ଅଣ୍ଡରଗ୍ରାଉଣ୍ଡ ପାଇପଲାଇନର ବିସ୍ଫୋରଣ ହୋଇଥିଲା । ଦୁର୍ଭାଗ୍ୟବଶତଃ ସେହି ରାସ୍ତା ଦେଇ ଜଣେ ଯୁବତୀ ସ୍କୁଟିରେ ରାସ୍ତାରେ ଯାଉଥିଲେ, ଆଉ ପାଣିର ପ୍ରଖର ସ୍ରୋତରେ ସେ ଗଭୀର ଭାବରେ ଆହତ ହୋଇଛନ୍ତି ।
ମହାରାଷ୍ଟ୍ରର ୟବତମାଲରେ ଘଟିଛି ଘଟଣା । ଏଠାରେ ସହର ତଳ ଦେଇ ଯାଇଥିବା ଏକ ପାଇପ୍ ଲାଇନ୍ ହଠାତ୍ ଫାଟି ଯାଇଥିଲା । ରାସ୍ତା ଫାଟି ଜୋରରେ ପାଣି ବାହାରିବା ଭିଡିଓ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଏଥି ଯୋଗୁଁ ରାସ୍ତାର ଏକ ବଡ଼ ଅଂଶ ବାହାରକୁ ବାହାରି ଆସିଥିଲା । ପାଣିର ପ୍ରବଳ ସ୍ରୋତ ଭାରି ଭୟଙ୍କର ଦିଶୁଥିଲା । ଏହି ସମୟରେ ଜଣେ ଯୁବତୀ ସ୍କୁଟିରେ ସେହି ରାସ୍ତା ଦେଇ ଯାଉଥିଲେ, ଆଉ ସେ ପାଣିର ସ୍ରୋତରେ ଗଳି ପଡ଼ିଥିଲେ । ଏଥିରେ ସେ ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ନିକଟରେ ସେହି ପାଇପ୍ ଲାଇନ୍ କାମ ଶେଷ ହୋଇଛି । ଏହି ପାଇପ ଲାଇନର କାମ ଅମୃତ ଯୋଜନା ଅନୁସାରେ କରାଯାଇଛି । ତେବେ ଅଳ୍ପ ଦିନ ଭିତରେ ପାଇପ୍ ଲାଇନ୍ ଫାଟି ଏପରି ଦୁର୍ଘଟଣା ଘଟିବା ପରେ କାମର କାମକୁ ନେଇ ପ୍ରଶ୍ନ ଉଠୁଛି । ଭାଇରାଲ ହେଉଥିବା ଭିଡିଓକୁ ଦେଖି ଅନେକ ପ୍ରକାରର ମନ୍ତବ୍ୟ ଆସୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677938896.jpg)