Advertisment

ଅଭାବନୀୟ ଘଟଣା: ଭୁଶୁଡ଼ିଲା ନିର୍ମାଣାଧୀନ ବିଲ୍ଡିଂ, କିଛି ଶ୍ରମିକ ଫସି ରହିଥିବା ଆଶଙ୍କା

ଆଜାଦ୍‌ ମାର୍କେଟ ଅଞ୍ଚଳରେ ଥିବା ଏକ ୪ ମହଲା ବିଲ୍ଡିଂର ନିର୍ମାଣ କାର୍ଯ୍ୟ ଚାଲିଥିଲା। ତେବେ ଆଜି ସକାଳେ ହଠାତ୍‌ ଏହା ଭୁଶୁଡ଼ି ପଡ଼ିଥିଲା।

ଅଦ୍ୟତନ ହୋଇଛି
Under Construction Building Collapses In Delhi

Under Construction Building Collapses In Delhi

Advertisment

ଦିଲ୍ଲୀର ଆଜାଦ୍‌ ମାର୍କେଟ ଅଞ୍ଚଳରେ ଏକ ନିର୍ମାଣାଧୀନ ୪ ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିଛି। ଫଳରେ ଭଗ୍ନାବଶେଷ ତଳେ ୫ ଜଣ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି । ଏଥିରେ ୨ ଜଣ ଆହତ ହୋଇଛନ୍ତି। ଆଜି ସକାଳ ପ୍ରାୟ ୯ଟା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ଖବରପାଇ ରେସ୍କ୍ୟୁ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। 

Advertisment

ସୂଚନା ଅନୁସାରେ, ଆଜାଦ୍‌ ମାର୍କେଟ ଅଞ୍ଚଳରେ ଥିବା ଏକ ୪ ମହଲା ବିଲ୍ଡିଂର ନିର୍ମାଣ କାର୍ଯ୍ୟ ଚାଲିଥିଲା। ତେବେ ଆଜି ସକାଳେ ହଠାତ୍‌ ଏହା ଭୁଶୁଡ଼ି ପଡ଼ିଥିଲା। ଫଳରେ ଭଗ୍ନାବଶେଷ ତଳେ କିଛି ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ସ୍ଥାନୀୟ ଲୋକ ଓ ରେସ୍କ୍ୟୁ ଟିମ୍‌ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାସ୍ଥଳକୁ ୪ଟି ଦମକଳ ବାହିନୀ ପଠାଯାଇଛି। 

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଯେଉଁଠି ବିଲ୍ଡିଂ ଭୁଶୁଡିଛି, ତା’ପାଖରେ ଏକ ସ୍କୁଲ୍‌ ରହିଛି। ତେଣୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରାଯାଇଛି। ଦିଲ୍ଲୀ ଡିସିପିଙ୍କ କହିବା ଅନୁସାରେ, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଧିକ ଓଜନ ସହି ନପାରିବା ଯୋଗୁ ନିର୍ମାଣାଧୀନ ବିଲ୍ଡିଂଟି ଭୁଶୁଡ଼ି ପଡ଼ିଛି। ବର୍ତ୍ତମାନ ସୁଦ୍ଧା କାହାର ମୃତ୍ୟୁ ଘଟି ନଥିବା ସୂଚନା ମିଳିଛି। ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ୫ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ଉଦ୍ଧାର ଲାଗି ସର୍ଚ୍ଚ ଅପରେସନ ଜାରି ରହିଛି। 

Advertisment

Under Construction Building Collapse Building Collapse New Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ