Advertisment

ଯୁଦ୍ଧ ଘନଘଟା ମଧ୍ୟରେ ୟୁକ୍ରେନରେ ଫସିଛନ୍ତି ୨୦ ହଜାର ଭାରତୀୟ, ଅଧାରୁ ଫେରି ଆସିଲା ଭାରତୀୟ ବିମାନ

ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଘନଘଟା ମଧ୍ୟରେ ୨୦ ହଜାରରୁ ଅଧିକ ଭାରତୀୟ ୟୁକ୍ରେନରେ ଅଛନ୍ତି। ୟୁକ୍ରେନ ନୋ ଫ୍ଲାଇଂ ଜୋନ୍ ଘୋଷଣା କରିଥିବାରୁ ଭାରତୀୟ ବିମାନ ଅଧାରୁ ଦିଲ୍ଲୀ ଫେରି ଆସିଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Air India Flight Coming Back To Delhi

Air India Flight Coming Back To Delhi

Advertisment

ୟୁକ୍ରେନ ବିରୋଧରେ ରୁଷିଆ ଯୁଦ୍ଧ ଘୋଷଣା କରିବା ପରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି। ୟୁକ୍ରେନ୍‌ର ସବୁ ଏୟାର ବେସ୍ ସଫା କରିଦେଇଥିବା ଦାବି ରୁଷିଆ ଦାବି କରିଛି। ଏୟାର ବେସ୍ ଓ ଏୟାର ସିଷ୍ଟମ ଧ୍ୱଂସ କରିଥିବା ନେଇ ରୁଷିଆ ଦାବି କରିଥିବା ବେଳେ ରୁଷିଆର ୫ଟି ଲଢ଼ୁଆ ବିମାନ ଖସାଇଥିବା ନେଇ ୟୁକ୍ରେନ ଦାବି କରିଛି। 

Advertisment

ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଘନଘଟା ମଧ୍ୟରେ ୨୦ ହଜାରରୁ ଅଧିକ ଭାରତୀୟ ୟୁକ୍ରେନରେ ଫସି ରହିଛନ୍ତି। ସେମାନଙ୍କୁ ଆଣିବା ପାଇଁ ଏୟାର ଇଣ୍ଡିଆର AI1947 ବିମାନ ୟୁକ୍ରେନ ଅଭିମୁଖେ ବାହାରି ଥିଲା। ହେଲେ ୟୁକ୍ରେନ ନୋ ଫ୍ଲାଇଂ ଜୋନ୍ ଘୋଷଣା କରିଥିବାରୁ ଭାରତୀୟ ବିମାନ ଅଧାରୁ ଦିଲ୍ଲୀ ଫେରି ଆସିଥିବା ସୂଚନା ମିଳିଛି। 

ସୂଚନାଥାଉ କି, ଗତକାଲି କିଛି ଭାରତୀୟ ସ୍ୱଦେଶ ଫେରି ଥିବାବେଳେ ଆଜି ସକାଳ ୭ଟା ୪୫ ମିନିଟ୍‌ରେ ୧୮୨ ଜଣ ଭାରତୀୟ ସୁରକ୍ଷିତ ଭାବେ Indira Gandhi International Airportରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ଅଛନ୍ତି। ତେବେ ୨୦ ହଜାରରୁ ଅଧିକ ଭାରତୀୟ ଏବେବି ୟୁକ୍ରେନରେ ଫସି ଥିବା ସୂଚନା ମିଳିଛି। ଯୁଦ୍ଧ ଘନଘଟା ମଧ୍ୟରେ ଭୟଭୀତ ଅବସ୍ଥାରେ ସେମାନେ ଥିବା ଜଣାପଡ଼ିଛି। 

Advertisment

ସୂଚନାଥାଉ କି, ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି ହେବା ପରେ ସୁରକ୍ଷିତ ଭାବେ ଭାରତୀୟଙ୍କୁ ୟୁକ୍ରେନରୁ ଆଣିବା ଲାଗି ଭାରତ ସମସ୍ତ ପ୍ରକାରର ବ୍ୟବସ୍ଥା କରିଛି। ୟୁକ୍ରେନରେ ଫସି ରହିଥିବା ଅନ୍ୟ ଭାରତୀୟଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଆଣିବା ଲାଗି ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଉଛି ବୋଲି ଭାରତ କହିଛି। ଏଥିପାଇଁ ଅଧିକାଂଶ ଏୟାର ଲାଇନ୍ସର ସ୍ୱତନ୍ତ୍ର ବିମାନକୁ କାର୍ଯ୍ୟରେ ନିୟୋଜିତ କରାଯାଇଛି।

Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ