Advertisment

ୟୁକ୍ରେନରେ ବିଗିଡ଼ୁଛି ସ୍ଥିତି: ଦେଶ ଛାଡ଼ୁଛନ୍ତି ପ୍ରବାସୀ, ସ୍ୱଦେଶ ଫେରିଲେ ୨୪୨ ଭାରତୀୟ

ୟୁକ୍ରେନରେ ସ୍ଥିତି ବିଗିଡ଼ିବା ପରେ ଦେଶ ଛାଡ଼ୁଛନ୍ତି ପ୍ରବାସୀ। ୟୁକ୍ରେନ୍‌ରେ ଥିବା ୨୪୨ ଜଣ ଭାରତୀୟ ସ୍ୱଦେଶ ଫେରିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ଡାକ୍ତରୀ ଛାତ୍ରଛାତ୍ରୀ ଅଛନ୍ତି।

242 Indians Return Home From Ukraine

242 Indians Return Home From Ukraine

Advertisment

ଗୋଟିଏପଟେ ରଷିଆ-ୟୁକ୍ରେନ ବିବାଦ ବଢ଼ିବାରେ ଲାଗି ଥିବାବେଳେ ଅନ୍ୟପଟେ ରଷିଆ ଉପରେ ଆମେରିକା କଟକଣା ଲଗାଇଛି। ରଷିଆ ସହ ସମସ୍ତ ବ୍ୟବସାୟିକ ସମ୍ପର୍କ, ଆର୍ଥିକ ସହାୟତା ଉପରେ ଆମେରିକା କଟକଣା ଲଗାଇଛି।ରଷିଆ ସହ ୟୁରୋପ ମହାଦେଶ ତଥା ଆମେରିକାରେ ହେଉଥିବା ଆର୍ଥିକ କାରବାର ଉପରେ ଆମେରିକା ରାଷ୍ଟ୍ରପତି ରୋକ ଲଗାଇଛନ୍ତି। 

Advertisment

ସେପଟେ ୟୁକ୍ରେନ୍‌ର ପୂର୍ବ ସୀମାରେ ଉତ୍ତେଜନା ଲାଗି ରହିଛି। ଗତକାଲି ପୂର୍ବ ସୀମାରେ ୟୁକ୍ରେନ୍ ସେନାର ଜଣେ ଯବାନ ପ୍ରାଣ ହରାଇଥିବା ଅନ୍ତଜାର୍ତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏବେ ବି ୟୁକ୍ରେନ୍‌ର ୬ ଜଣ ଯବାନ ନିଖୋଜ ଥିବା ଜଣାପଡ଼ିଛି। ଘଟଣାକୁ ନେଇ ୟୁକ୍ରେନ୍ ସରକାର ଉଦବେଗ୍ ପ୍ରକାଶ କରିବା ସହ ଏଥିପାଇଁ ରଷିଆକୁ ଦାୟୀ କରିଛନ୍ତି।

ୟୁକ୍ରେନରେ ସ୍ଥିତି ବିଗିଡ଼ିବା ପରେ ଦେଶ ଛାଡ଼ୁଛନ୍ତି ପ୍ରବାସୀ। ୟୁକ୍ରେନ୍‌ରେ ଥିବା ୨୪୨ ଜଣ ଭାରତୀୟ ସ୍ୱଦେଶ ଫେରିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ଡାକ୍ତରୀ ଛାତ୍ରଛାତ୍ରୀ ଅଛନ୍ତି। ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ୨୪୨ ଜଣ ଭାରତୀୟ ଗତକାଲି ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହାପରେ ସମସ୍ତ ଯାତ୍ରୀଙ୍କୁ ନିଜ ରାଜ୍ୟକୁ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି। 

Advertisment

ସ୍ୱଦେଶ ଫେରିବା ପରେ ଆଶ୍ୱସ୍ତ ଅନୁଭବ କରିଛନ୍ତି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ। ୟୁକ୍ରେନ୍‌ରେ ସ୍ଥିତି ଏବେ ଯାଏ ସାମାନ୍ୟ ଥିବା ଭାରତୀୟ ଛାତ୍ରଛାତ୍ରୀ କହିଛନ୍ତି। କେବଳ ଅଭିଭାବକଙ୍କ ଚିନ୍ତା ଓ ଭବିଷ୍ୟତର ଆଶଙ୍କା ପାଇଁ ସ୍ୱଦେଶ ଫେରିଥିବା ସେମାନେ କହିଛନ୍ତି। ୟୁକ୍ରେନ୍‌ରେ ଯୁଦ୍ଧ ଆଶଙ୍କା ଦେଖା ଦେବା ପରେ ଦେଶ ଛାଡ଼ିବାକୁ ଭାରତୀୟ ଦୂତାବାସ ଗାଇଡ୍‌ଲାଇନ୍‌ ଜାରି କରିଥିଲା। 

Russia-Ukraine Conflict Russia Ukraine Crisis Ukraine Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ