Advertisment

କେବେ କମିବ କରୋନା? ବ୍ରିଟିଶ ବୈଜ୍ଞାନିକ କଲେ ବଡ଼ ଖୁଲାସା

କରୋନା ମହାମାରୀକୁ ନେଇ ବ୍ରିଟିଶ ବୈଜ୍ଞାନିକ ଦେଲେ ସାଂଘାତିକ ତଥ୍ୟ। କହିଲେ, କେବଳ ଡେଲ୍‌ଟା ପ୍ଲସ୍‌ ନୁହେଁ ବରଂ ଆଗକୁ ଆହୁରି ଅନେକ ପ୍ରକାର ଭ୍ୟାରିଆଂଟ୍‌ ଆସିବ। କେବଳ ଏତିକି ନୁହେଁ ବରଂ ଆଗକୁ ଆସିବାକୁ ଥିବା ଭ୍ୟାରିଆଂଟ୍‌କୁ ଭ୍ୟାକ୍ସିନ୍‌ ମଧ୍ୟ କାମ ନକରିପାରେ। ତେଣୁ ସାବଧାନର ସହ ଚଳିବା ସହ ଅନ୍ୟ କୌଣସି ରାସ୍ତା ନଥିବା ବୈଜ୍ଞାନିକ ସ୍ପଷ୍ଟ କରିଛନ୍ତି। ଏହାସହ ଭବିଷ୍ୟତରେ ବୁଷ୍ଟର ଡୋଜ୍‌ ନେବାକୁ ମଧ୍ୟ ପଡ଼ିପାରେ।

undefined

Corona Virus

Advertisment

ନୂଆଦିଲ୍ଲୀ: କରୋନାକୁ ନେଇ ଥମିବାରେ ନା ନେଉନାହିଁ ଟେନ୍‌ସନ୍‌। ଦୋଳି ଖେଳିବା ପରି କମୁଛି ଓ ବଢୁଛି ଦୈନିକ ଗ୍ରାଫ୍‌। ତେବେ ଏହାରି ମଧ୍ୟରେ କେବେ ମହାମାରୀ କମିବ ସେନେଇ ସମସ୍ତଙ୍କ ମନରେ ଆଶା ଓ ଆଶଙ୍କା ରହିଛି। ଗୋଟିଏ ପଟେ କରୋନାର ଦ୍ୱିତୀୟ ଲହର ଦେଶରେ ଅନେକ ଲୋକଙ୍କୁ ସଂକ୍ରମଣ କରୁଥିବା ସମୟରେ ଅନେକଙ୍କ ପ୍ରାଣ ମଧ୍ୟ ନେଇଛି। ଆଉ ଏହାରି ମଧ୍ୟରେ ନୀତି ଆୟୋଗ ଯେଉଁ ଚାଚଂଲ୍ୟକର ତଥ୍ୟ ଦେଇଛି ତାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି। ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ସେପ୍ଚେମ୍ବରରେ କରୋନାର ତୃତୀୟ ଲହର ପିକ୍‌ରେ ରହିବ। ସ୍ଥିତି ଏମିତି ବି ହୋଇପାରେ ଦୈନିକ ସଂକ୍ରମଣର ଟ୍ରେଣ୍ଡ୍‌ ପାଖାପାଖି ୬ ଲକ୍ଷ ପହଞ୍ଚିପାରେ। ଆଉ ଏହି ସମୟରେ ପିଲାମାନେ ହିଁ ଅଧିକ ସଂକ୍ରମଣ ହେବେ। କିନ୍ତୁ ଏହି ସଂକ୍ରମଣ କେବେ କମିବ? କେବେ ଶାନ୍ତିରେ ଜୀବନ ଯାପନ କରିବେ ଲୋକେ ତାହାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି।

Advertisment

କରୋନା ମହାମାରୀକୁ ନେଇ ବ୍ରିଟିଶ ବୈଜ୍ଞାନିକ ଦେଲେ ସାଂଘାତିକ ତଥ୍ୟ। କହିଲେ, କେବଳ ଡେଲ୍‌ଟା ପ୍ଲସ୍‌ ନୁହେଁ ବରଂ ଆଗକୁ ଆହୁରି ଅନେକ ପ୍ରକାର ଭ୍ୟାରିଆଂଟ୍‌ ଆସିବ। କେବଳ ଏତିକି ନୁହେଁ ବରଂ ଆଗକୁ ଆସିବାକୁ ଥିବା ଭ୍ୟାରିଆଂଟ୍‌କୁ ଭ୍ୟାକ୍ସିନ୍‌ ମଧ୍ୟ କାମ ନକରିପାରେ। ତେଣୁ ସାବଧାନର ସହ ଚଳିବା ସହ ଅନ୍ୟ କୌଣସି ରାସ୍ତା ନଥିବା ବୈଜ୍ଞାନିକ ସ୍ପଷ୍ଟ କରିଛନ୍ତି। ଏହାସହ ଭବିଷ୍ୟତରେ ବୁଷ୍ଟର ଡୋଜ୍‌ ନେବାକୁ ମଧ୍ୟ ପଡ଼ିପାରେ।

ଡେଲ୍‌ଟା ଭ୍ୟାରିଆଂଟ୍‌ କାହିଁକି ବିପଦପୂର୍ଣ୍ଣ?

କୁହାଯାଉଛି କରୋନାର ଡେଲ୍‌ଟା ଭ୍ୟାରିଆଂଟ୍‌ ଅନ୍ୟ ଭ୍ୟାରିଆଂଟ୍‌ର R ଭ୍ୟାଲ୍ୟୁଠାରୁ ଅଧିକ ଶକ୍ତିଶାଳୀ। ଏହାସହ ୨୦୧୯ରେ ଆସିଥିବା ଉହାନ ଭ୍ୟାଲୁର ସଂଖ୍ୟା ୨ ରୁ ୩ ରହିଥିଲା। କିନ୍ତୁ ଡେଲ୍‌ଟା ଭ୍ୟାରିଆଂଟ୍‌ର R ଭ୍ୟାଲ୍ୟୁ ୫ ରୁ ୬ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା R ଭ୍ୟାଲ୍ୟୁଠାରୁ ହିଁ ସ୍ପଷ୍ଟ ହୋଇପାରିବ ଜଣେ ସଂକ୍ରମିତ ବ୍ୟକ୍ତି କେତେ ଜଣଙ୍କୁ ସଂକ୍ରମିତ କରିପାରିବ? ଡେଲ୍‌ଟା ଭ୍ୟାରିଆଂଟ୍‌ରେ ଆକ୍ରାନ୍ତ ବ୍ୟକ୍ତି ସର୍ବନିମ୍ନ ୫ ରୁ ୬ ଜଣଙ୍କୁ ସଂକ୍ରମଣ କରିପାରିବ। ମାତ୍ର କିଛି କ୍ଷଣ ମଧ୍ୟରେ ଏହା ବାୟୁରେ ମଧ୍ୟ ମିଶିଯାଇପାରେ। ତେଣୁ ସ୍ଥିତି ଅଧିକ ବିଗିଡ଼ିପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି।

Advertisment

ଡେଲ୍‌ଟା ଭ୍ୟାରିଆଂଟ୍‌ରେ କେତେ ଦୂର କାମ କରେ ଭ୍ୟାକ୍ସିନ୍‌?

ବୈଜ୍ଞାନିକଙ୍କ ତଥ୍ୟ ଅନୁସାରେ, ବର୍ତ୍ତମାନ ଆସିଥିବା ଭ୍ୟାକ୍ସିନ୍‌ ଡେଲ୍‌ଟା ଭ୍ୟାରିଆଂଟ୍‌ ଉପରେ ଏତେଟା ପ୍ରଭାବ ପକାଉନାହିଁ। ତେଣୁ ଆଗାମୀ ଦିନରେ ବୁଷ୍ଟର ଡୋଜ୍‌ର ଆବଶ୍ୟକତା ରହିଛି। ଏମିତି କି କରୋନା ଭ୍ୟାକ୍ସିନ୍‌ ନେବା ପରେ ମଧ୍ୟ ପୁଣି ଥରେ ସଂକ୍ରମଣ ହେବାର ଭୟ ରହିଛି। ଆଗାମୀ ଦିନରେ ଭ୍ୟାକ୍ସିନ ପ୍ରଭାବହୀନ ମଧ୍ୟ ହୋଇପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି। କିଛି ଦିନ ପରେ ପଶୁମାନଙ୍କୁ ଏହି ମହାମାରୀ ଆକ୍ରାନ୍ତ କରିବା ପରେ ତାହା ମଣିଷଙ୍କୁ ବ୍ୟାପିବା ନେଇ ପୂର୍ବାନୁମାନ କରିଛନ୍ତି ବ୍ରିଟିଶ ବୈଜ୍ଞାନିକ।

Advertisment

ଆଗକୁ କେତେ ଭୟଙ୍କର ହେବ ଭାଇରସ୍‌?

ଆଗାମୀ ଦିନରେ ଭାଇରସ୍‌ର ନୂଆ ଭ୍ୟାରିଆଂଟ୍‌ ସୃଷ୍ଟି ହୋଇପାରେ। ଜଣେ ସଂକ୍ରମିତ ଆଉ ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ଉଭୟଙ୍କ ଭୂତାଣୁ ମିଶି ନୂଆ ଷ୍ଟ୍ରେନ୍‌ ସୃଷ୍ଟି କରିପାରେ ଯାହା ଅଧିକ କ୍ଷତିକାରକ ହୋଇପାରେ। କିନ୍ତୁ କେତେ ବିପଦପୂର୍ଣ୍ଣ ହେବ ଭାଇରସ୍‌ ତାହା ଏବେଠୁ କହିବା ସମ୍ଭବ ନୁହେଁ ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି। ସେ ଯାହା ବି ହେଉ ବୈଜ୍ଞାନିକଙ୍କର ଏହି ତଥ୍ୟକୁ ନେଇ ଏବେ ପୂରା ବିଶ୍ୱ ଆତଙ୍କିତ ହୋଇ ପଡ଼ିଛି।

Coronavirus India COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ