Advertisment

ଅକ୍ଷରଧାମ ମନ୍ଦିରରେ ଋଷି ସୁନକ; ପତ୍ନୀଙ୍କ ସହ କଲେ ପୂଜାର୍ଚ୍ଚନା

ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଗସ୍ତ ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କାରାଯାଇଛି ।

Rishi Sunak Visit Akshardham Temple

Rishi Sunak Visit Akshardham Temple

Advertisment

ଦିଲ୍ଲୀର ଅକ୍ଷରଧାମ ମନ୍ଦିର ପରିଦର୍ଶନରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ସକାଳୁ ସକାଳୁ ମନ୍ଦିର ଦର୍ଶନ ଲାଗି ଆସି ପହଞ୍ଚିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଗସ୍ତ ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କାରାଯାଇଛି । ଗତକାଲି ଜି-ଟ୍ୱେଣ୍ଟି ସମ୍ମିଳନୀରେ ଯୋଗ ଦେବା ସହ ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ।

Advertisment

ଅକ୍ଷରଧାମ ମନ୍ଦିର ପରିସରରେ ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମନ୍ଦିର ବାହାରେ ମଧ୍ୟ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ଆଖପାଖ ଅଞ୍ଚଳରେ କଡ଼ା ଚେକିଂ କରାଯାଉଛି ।

ରାଜଧାନୀରେ ଦିଲ୍ଲୀରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀର ଆଜି ଦ୍ୱିତୀୟ ତଥା ଅନ୍ତିମ ଦିନ। ଆଜି  ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଗତକାଲି ପ୍ରଥମ ଦିନରେ ୱାନ୍ ଆର୍ଥ, ୱାନ୍ ଫ୍ୟାମିଲି ଅର୍ଥାତ ଗୋଟିଏ ପୃଥିବୀ, ଗୋଟିଏ ପରିବାର ବିଷୟବସ୍ତୁ ଉପରେ ବିଶ୍ୱନେତା ମାନେ ଆଲୋଚନା କରିଥିବା ବେଳେ ଆଜି ୱାନ୍ ଫ୍ୟୁଚର ଅର୍ଥାତ ଗୋଟିଏ ଭବିଷ୍ୟତ ବିଷୟବସ୍ତୁ ଉପରେ ମାନସ ମନ୍ଥନ ହେବ।

Advertisment

ଆଜି ସକାଳ ପ୍ରାୟ ୯ଟା ବେଳେ ରାଜଘାଟରେ ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳରେ ବିଶ୍ୱନେତା ଓ ପ୍ରତିନିଧି ମଣ୍ଡଳୀ ପୁଷ୍ପମାଲ୍ୟ କରିବା କାର୍ଯ୍ୟକ୍ରମ ରହିଛି। ପରେ ୧୦ଟା ୧୫ ବେଳକୁ ଭାରତ ମଣ୍ଡପମକୁ ଆଗମନ କରିବେ ବିଶ୍ୱନେତାମାନେ। ଭାରତ ମଣ୍ଡପମ୍ ସାଉଥ୍ ପ୍ଲାଜା ପରିସରରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ରହିଛି। ପରେ ୧୦ଟା ୩୦ରୁ ଆରମ୍ଭ ହେବ ଜି-୨୦ ସମ୍ମିଳନୀର ତୃତୀୟ ଅଧିବେଶନ। ୧୨ଟା ୩୦ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବାକୁଥିବା ବେଳେ ଏଥିରେ ୱାନ୍ ଫ୍ୟୁଚର ଅର୍ଥାତ ଗୋଟିଏ ଭବିଷ୍ୟତ ବିଷୟବସ୍ତୁ ଉପରେ ମାନସ ମନ୍ଥନ କରିବେ ବିଶ୍ୱନେତା।

Akshardham Temple Rishi Sunak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ