Advertisment

ବାହାରୁ ଅର୍ଡର କଲେ ‘ଚିକେନ୍‌ ବକ୍ସ’, ଖାଇବା ବେଳେ ପାଇଲେ କୁକୁଡ଼ା ଗୋଡ଼; ତା’ପରେ ହେଲା ଏମିତି ଅବସ୍ଥା...

ବ୍ରିଟେନ ୱାଲେସ୍‌ର ଜଣେ ବ୍ୟକ୍ତିଙ୍କ ସହ ଏଭଳି କିଛି ଘଟିଛି, ଘଟଣା ପରେ ସେ ବାହାରୁ ଖାଇବା ଆଉ ଅର୍ଡର ନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ବାହାରୁ ଅର୍ଡର କରିଥିବା ଖାଇବା ପରେ ଅସୁସ୍ଥ ହୋଇପଡ଼ିଛନ୍ତି।

ଅଦ୍ୟତନ ହୋଇଛି
Man Finds Chicken Foot In Lunch Box

Man Finds Chicken Foot In Lunch Box

Advertisment

ଅଧିକାଂଶ ଲୋକ ବାହାରୁ ଖାଇବା ଅର୍ଡର କରି ଶାନ୍ତ ପରିବେଶରେ ଘରେ ଖାଇବା ପାଇଁ ପସନ୍ଦ କରିଥାନ୍ତି। ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ବାହାରେ ଖାଇବାକୁ ପସନ୍ଦ କରିନଥାନ୍ତି। ଏଭଳି ସ୍ଥଳେ ସେମାନେ ବାହାରୁ ଖାଇବା ଅର୍ଡର କରିଥାନ୍ତି ଓ ପରିବାର ସଦସ୍ୟଙ୍କ ସହ ଖାଇବାର ମଜା ଉଠାଇ ଥାନ୍ତି। ହେଲେ ବ୍ରିଟେନ ୱାଲେସ୍‌ର ଜଣେ ବ୍ୟକ୍ତିଙ୍କ ସହ ଏଭଳି କିଛି ଘଟିଛି, ଘଟଣା ପରେ ସେ ବାହାରୁ ଖାଇବା ଆଉ ଅର୍ଡର ନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ବାହାରୁ ଅର୍ଡର କରିଥିବା ଖାଇବା ପରେ ଅସୁସ୍ଥ ହୋଇପଡ଼ିଛନ୍ତି। 

Advertisment

ସୂଚନା ଅନୁସାରେ, ଉକ୍ତ ବ୍ୟକ୍ତି ବାହାରୁ ସଲ୍ଟ ଆଣ୍ଡ୍‌ ପେପର୍‌ ଚିକେନ୍‌ ବକ୍ସ ଅର୍ଡର କରିଥିଲେ। ଯେତେବେଳେ ସେ ବକ୍ସ ଖୋଲି ଚିକେନ୍‌ ଖାଇଥିଲେ ସେଥିରୁ ତାଙ୍କୁ କୁକୁଡ଼ାର ଗୋଡ଼ ମିଳିଥିଲା। ମିଲ୍‌ ବକ୍ସରୁ ଅଳ୍ପ କିଛି ଖାଇବା ପରେ ସେ ଜାଣିବାକୁ ପାଇଥିଲେ ଏହା କୁକୁଡ଼ାର ଗୋଡ଼ ଥିଲା। ଏହାପରେ ସେ ଅସୁସ୍ଥ ହୋଇପଡ଼ିଥିଲେ ବୋଲି ସୂଚନା ମିଳିଛି। ବାହାରୁ ସୁଆଦିଆ ଖାଇବା ଅର୍ଡର କରି ଘରେ ଖାଇବାର ମଜା ନେବାର ଯେଉଁ ସ୍ୱପ୍ନ ସେ ଦେଖିଥିଲେ, ଏହି ଘଟଣା ପରେ ଏସବୁ ତାଙ୍କ ମୁଣ୍ଡରୁ ଉତୁରି ଯାଇଥିଲା।

ଯେଉଁ ଦୋକାନରୁ ବ୍ୟକ୍ତି ଜଣକ ଖାଇବା ଅର୍ଡର କରିଥିଲେ, ଏନେଇ ଫୋନ୍‌ ଯୋଗେ ସେ ଅଭିଯୋଗ କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ଦୋକାନର କର୍ମଚାରୀ ତାଙ୍କର ଏହି କଥା ଶୁଣି ହସିବା ସହ ଫୋନ୍‌ କାଟି ଦେଇଥିଲେ। ଉକ୍ତ ବ୍ୟକ୍ତି ଚିକେନ୍‌ ବକ୍ସରୁ ମିଳିଥିବା କୁକୁଡ଼ାର ଗୋଡ଼ର ଫଟୋ ସୋସିଆଲ୍‌ ମିଡିଆରେ ଶେଆର କରିଛନ୍ତି। ଫଟୋରେ ଦେଖିବାକୁ ମିଳିଛି, କୁକୁଡ଼ାର ଗୋଡ଼କୁ ଫ୍ରାଏ କରାଯାଇଛି। 

Advertisment

ମିଲ୍‌ ବକ୍ସରୁ ମିଳିଥିବା କୁକୁଡ଼ାର ଏହି ବଡି ପାର୍ଟ କୁକୁଡ଼ା ଶରୀରର କେଉଁ ପାର୍ଟ ଜାଣିବା ପାଇଁ ଉକ୍ତ ବ୍ୟକ୍ତି ଜାଣିବାକୁ ଚେଷ୍ଟା କରିଥିଲେ। ଯେତେବେଳେ ସେ ଏହାର ଉତ୍ତର ପାଇ ଯାଇଥିଲେ, ଏହାପରେ ସେ ଆଉ ଖାଇ ନଥିଲେ। ପରେ ସେ ଅସୁସ୍ଥ ଅନୁଭବ କରିଥିଲେ ବୋଲି ଜଣାପଡ଼ିଛି। 

Advertisment
Chicken
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ