ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ଖୁସି ଖବର ! ପୁଣି କମିଲା ଗ୍ୟାସ୍‌ ଦର

ପୂର୍ବରୁ ସିଲିଣ୍ଡର ପିଛା ସବସିଡି ୨୦୦ ଟଙ୍କା ଘୋଷଣା ହୋଇଥିଲା ।ଏଥିରେ ଆହୁରି ୧୦୦ ଟଙ୍କା ବଢ଼ାଇ ସବସିଡି ଏଣିକି ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

Ujjwala Gas Price Reduce

ଆହୁରି କମିଲା ‘ଉଜ୍ଜ୍ୱଳା’ ଗ୍ୟାସ୍‌ ସିଲିଣ୍ଡର ଦର । ଉଜ୍ଜ୍ୱଳା ହିତାଧିକାରୀଙ୍କୁ ସବସିଡି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ସିଲିଣ୍ଡର ପିଛା ସବସିଡି ୨୦୦ ଟଙ୍କା ଘୋଷଣା ହୋଇଥିଲା ।ଏଥିରେ ଆହୁରି ୧୦୦ ଟଙ୍କା ବଢ଼ାଇ ସବସିଡି ଏଣିକି ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏନେଇ ଆଜି କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।

ନରେନ୍ଦ୍ର ମୋଦି କ୍ଷମତାକୁ ଆସିଲା ବେଳେ ଦେଶରେ ମାତ୍ର ସାଢେ ୧୪ କୋଟି ଗ୍ୟାସ୍ ଉପଭୋକ୍ତା ଥିଲେ । ଏବେ ଏହା ୩୩ କୋଟିରେ ପହଞ୍ଚିଲାଣି । ସେଥିମଧ୍ୟରୁ ଉଜ୍ଜଳା ଉପଭୋକ୍ତା ହେଉଛନ୍ତି ୯ କୋଟି ୬୦ ଲକ୍ଷ । ସେପଟେ ଆହୁରି ୭୫ ଲକ୍ଷ ଉଜ୍ଜଳା ସଂଯୋଗ ଉପରେ ମୋହର ମାରି ସାରିଛି କେନ୍ଦ୍ର କ୍ୟାବିନେଟ୍ । ଫଳରେ ଉଜ୍ଜଳା ହିତାଧିକାରୀଙ୍କ ସଂଖ୍ୟା ୧୦ କୋଟି ୩୫ ଲକ୍ଷକୁ ବୃଦ୍ଧି ପାଇବ । ନୂଆ ଉଜ୍ଜଳା ହିତାଧିକାରୀଙ୍କୁ ୩୬ଶହ ଟଙ୍କା ମୂଲ୍ୟର ଗ୍ୟାସ୍ ଚୁଲା ଓ ସିଲିଣ୍ଡର ମାଗଣାରେ ଯୋଗାଇ ଦେବ କେନ୍ଦ୍ର ସରକାର । ସେପଟେ ଗ୍ୟାସ ଦର କମିବା ପରେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ଗୃହିଣୀ ।

କେନ୍ଦ୍ର ସରକାରଙ୍କ ଫୋକସରେ ରହିଛନ୍ତି ମହିଳା । ଆଉ ମହିଳାମାନଙ୍କୁ ଖୁସ୍ କରିବା ଲାଗି ନିଆଯାଇଥିବା ଏହି ନିଷ୍ପତ୍ତି ଆଗାମୀ ନିର୍ବାଚନରେ ଟ୍ରଂପ୍ କାର୍ଡ ହେବ ବୋଲି ଚର୍ଚ୍ଚା ହେଉଛି ।