Astrospeak
  • Live TV
  • Read In English

"ଆମେ ଇଡି ଓ ସିବିଆଇକୁ ଡରୁ ନାହୁଁ"

କେନ୍ଦ୍ରକୁ ଟାର୍ଗେଟ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ମହାରାଷ୍ଟ୍ରରେ ଏବର୍ଷ ଦଶହରା ପର୍ବକୁ ଭର୍ଚୁଆଲ ପରିବର୍ତ୍ତେ ଲାଇଭର ଆୟୋଜନ କରାଯାଇଥିଲା । ଦଶହରାର ଏକ ଉତ୍ସବରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଦ୍ଧବ ଠାକରେ । ସେ କେନ୍ଦ୍ରକୁ ସମାଲୋଚନା କରି କହିଛନ୍ତି ଯେ ସେ ଇଡି ଓ ସିବିଆଇକୁ ଭୟ କରୁ ନାହାନ୍ତି ।

uddhav thackeray
uddhav thackeray

ମୁମ୍ବାଇ: କେନ୍ଦ୍ରକୁ ଟାର୍ଗେଟ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ମହାରାଷ୍ଟ୍ରରେ ଏବର୍ଷ ଦଶହରା ପର୍ବକୁ ଭର୍ଚୁଆଲ ପରିବର୍ତ୍ତେ ଲାଇଭର ଆୟୋଜନ କରାଯାଇଥିଲା । ଦଶହରାର ଏକ ଉତ୍ସବରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଦ୍ଧବ ଠାକରେ । ସେ କେନ୍ଦ୍ରକୁ ସମାଲୋଚନା କରି କହିଛନ୍ତି ଯେ ସେ ଇଡି ଓ ସିବିଆଇକୁ ଭୟ କରୁ ନାହାନ୍ତି ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ଆମେ ଇଡି ଏବଂ ସିବିଆଇକୁ ଭୟ କରୁନାହୁଁ କାରଣ ଶିବାଜୀ ଏବଂ ଶିବସେନାର ପ୍ରତିଷ୍ଠାତା ଆମକୁ ଶିକ୍ଷା ଦେଇଛନ୍ତି ଯେ ଆମେ କୌଣସି ଜିନିଷକୁ ଭୟ କରିବା ଉଚିତ୍ ନୁହେଁ। ଏଭଳି ଧମକକୁ ଭୟ କରି ଆମେ ପୋଲିସ ପଛରେ ଲୁଚିବାକୁ ଯାଉନାହୁଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରତିବର୍ଷ ଶିବାଜୀ ପାର୍କରେ ଆୟୋଜିତ ହେଉଥିବା ଏହି ମେଳା କରୋନା କାରଣରୁ ସୀମିତ ଲୋକଙ୍କ ଉପସ୍ଥିତିରେ ଶାନମୁଖାନନ୍ଦ ହଲରେ ଆୟୋଜିତ ହୋଇଥିଲା । ଏହି ଅବସରରେ ସିଏମ ଠାକରେ କେନ୍ଦ୍ର ସରକାରଙ୍କ ସମେତ ଆରଏସଏସକୁ ମଧ୍ୟ ଟାର୍ଗେଟ କରିଥିଲେ।

ସିଏମ ଠାକରେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଆଜି ଆରଏସଏସର ମଧ୍ୟ ଏକ ବୈଠକ ଆୟୋଜିତ ହୋଇଥିଲା ଯେଉଁଥିରେ ହିନ୍ଦୁତ୍ୱ ବିଷୟରେ ଆଲୋଚନା କରାଯାଇଥିଲା । ଠାକରେଙ୍କ କହିବାନୁଯାୟୀ ସେ ମୋହନଙ୍କୁ ଉପରେ କୌଣସି ଟିପ୍ପଣୀ ଦେଉନାହାନ୍ତି ବରଂ ବୈଠକରେ ଉଠାଯାଇଥିବା ହିନ୍ଦୁତ୍ୱ ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ହିନ୍ଦୁତ୍ୱ ହେଉଛି ଦେଶପ୍ରେମ ନା କି କୌଣସି ଜାତି ବିଶେଷ । ବାଲା କେଶବ ଠାକରେଙ୍କ ଅନୁଯାୟୀ ଆମେ ପାଇଁ ପ୍ରଥମେ ଦେଶ ଆସେ ତା’ପରେ ଧର୍ମ ।

କେବଳ ଏତିକି ନୁହେଁ ସେ ବିଜେପିକୁ ଚେତାବନୀ ଦେଇ କହିଛନ୍ତି ଯେ ଆସନ୍ତା ମାସରେ ଶିବସେନା ସରକାରର ଦୁଇ ବର୍ଷ ପୂରଣ ହେବାକୁ ଯାଉଛି, ଯଦି କେନ୍ଦ୍ର ସରକାରଙ୍କ ସାହାସ ଅଛି ତ ଆମକୁ ସରକାରରୁ ଓହ୍ଲାଇ ଦେଖାନ୍ତୁ । ସେ ସକିନାକା ଦୁଷ୍କର୍ମଣ ମାମଲାରେ ରାଜ୍ୟପାଳ ଭଗତ ସିଂହକୁ ସମାଲୋଚନା କରି କହିଛନ୍ତି ଯେ ମହାରାଷ୍ଟ୍ରରେ ମା ଓ ଭଉଣୀ ମାନଙ୍କୁ ସମ୍ମାନ ଦିଆଯିବାର ଶିକ୍ଷା ଦିଆଯାଏ । ରାଜ୍ୟରେ ଏପରି ଘଟଣାର ଅଭିଯୁକ୍ତଙ୍କୁ ଆମେ କୌଣସି ପ୍ରକାରେ କ୍ଷମା ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ସାକିନାକା ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ନ ଦିଆଯିବା ପର୍ଯ୍ୟନ୍ତ ମୁକ୍ତ କରାଯିବ ନାହିଁ । ତାଙ୍କ କହିବାନୁଯାୟୀ ଯେ ସାରା ଦେଶରେ ମହିଳାଙ୍କ ପ୍ରତି ହିଂସା ବୃଦ୍ଧି ପାଇବାରେ ଲାଗିଛି । ତେବେ କେନ୍ଦ୍ରକୁ ଏଦିଗରେ ଜାଗୃତ ରହିବାକୁ ପଡିବ ବୋଲି ଠାକରେ କହିଛନ୍ତି ।