Advertisment

ରେଳ ବ୍ରିଜ୍‌ ଉଡ଼ାଇବାକୁ ଖଞ୍ଜା ଯାଇଥିଲା ଭୟଙ୍କର ବିସ୍ଫୋରକ, ହମ୍‌ଲା ପଛରେ ଆତଙ୍କବାଦୀ ଷଡ଼ଯନ୍ତ୍ର...

ରାଜସ୍ଥାନରେ ଉଦୟପୁର ଅହମଦାବାଦ ରେଲ୍‌ୱେ ଟ୍ରାକ୍‌ ଉଡ଼ାଇବାକୁ ହୋଇଥିଲା ଆତଙ୍କୀ ଷଡ଼ଯନ୍ତ୍ର। ପୋଲିସ୍‌ ସୂଚନା ଅନୁସାରେ, ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ଏହି ବିସ୍ଫୋରଣ ପଛର ଉଦ୍ଦେଶ୍ୟ ଥିଲା।

ଅଦ୍ୟତନ ହୋଇଛି
Udaipur-Ahmedabad Railway Line Blast

Udaipur Railway Track Explosion Case Was An Act Of Terror

Advertisment

ରାଜସ୍ଥାନରେ ଉଦୟପୁର ଅହମଦାବାଦ ରେଲ୍‌ୱେ ଟ୍ରାକ୍‌ ଉଡ଼ାଇବାକୁ ହୋଇଥିଲା ଆତଙ୍କୀ ଷଡ଼ଯନ୍ତ୍ର। FIRରେ ରାଜସ୍ଥାନ ପୋଲିସ୍‌ ଏହା ଖୁଲାସା କରିଛି। ଏହି ହମ୍‌ଲାରେ ଆତଙ୍କବାଦୀ ଷଡ଼ଯନ୍ତ୍ର ରଚାଯାଇଥିବା ଆଶଙ୍କା କରି ଏହି ଆଧାରରେ ରାଜସ୍ଥାନ ପୋଲିସ୍‌ FIR ରୁଜୁ କରି ମାମଲାର ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଉଦୟପୁର ଅହମଦାବାଦ ରେଲ୍‌ୱେ ଟ୍ରାକ୍‌ରେ ହୋଇଥିବା ବିସ୍ଫୋରଣ ଆତଙ୍କବାଦୀ ହମ୍‌ଲା ଥିଲା। ଏହି ହମ୍‌ଲା ପରେ ରେଲ୍‌ୱେ ଟ୍ରାକ୍‌ ପୁରା ଭାଙ୍ଗି ଯାଇଥିଲା। ଯଦି ଏହି ଭଙ୍ଗା ଟ୍ରାକ୍‌ରେ ଟ୍ରେନ୍‌ ଗଡ଼ିଥାନ୍ତା, ହୁଏତ ଆଉ ଏକ ବଡ଼ ଅଘଟଣ ଘଟିଥାନ୍ତା। 

Advertisment

ପୋଲିସ୍‌ ସୂଚନା ଅନୁସାରେ, ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ଏହି ବିସ୍ଫୋରଣ ପଛର ଉଦ୍ଦେଶ୍ୟ ଥିଲା। ଉଦୟପୁରରୁ ପ୍ରାୟ ୩୫ କି,ମି. ଦୂର ସଲଂବୁର୍‌ ରୋଡ୍‌ରେ ନିର୍ମିତ ଓଢ଼ା ରେଲ୍‌ୱେ ବ୍ରିଜ୍‌ ଉପରେ ଏହି ହମ୍‌ଲା ହୋଇଥିଲା ବୋଲି ଜଣାପଡ଼ିଛି। ଏହି ରେଲ୍‌ୱେ ଟ୍ରାକ୍‌ ଦେଇ ଅହମଦାବାଦ ଉଦୟପୁର ଅସରୱା ଟ୍ରେନ୍‌ ନଂ 19703 ଓ 19704 ପ୍ରତିଦିନ ଚଳାଚଳ କରିଥାଏ। ସୂଚନାଥାଉ କି, ୧୪ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ରେଲ୍‌ୱ ଟ୍ରାକ୍‌ର ଉଦ୍‌ଘାଟନ କରିଥିଲେ।

ମିଳିଥିବା ସୂଚନା ଅନୁସାରେ, ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଓଢ଼ା ଗାଁ ଲୋକ ହବୁତ ଜୋରରେ ବିସ୍ଫୋରଣର ଶବ୍ଦ ଶୁଣି ଭୟଭୀତ ହୋଇଯାଇଥିଲେ। ଏହାପରେ ଗାଁ ଲୋକେ ଏକଜୁଟ ହୋଇ ରେଲ୍‌ୱେ ଟ୍ରାକ୍‌ ନିକଟରେ ପହଞ୍ଚିବା ପରେ ବିସ୍ଫୋରଣରେ ଟ୍ରାକ୍‌ ପୁରା କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ପାଇଥିଲେ। 

Advertisment

ରେଲ୍‌ୱେ ଟ୍ରାକ୍‌ ଉଡ଼ାଇବା ପାଇଁ ବ୍ୟବହୃତ ହୋଇଥିଲା ଭୟଙ୍କର ବିସ୍ଫୋରକ...

ସୂଚନା ଅନୁସାରେ, ଏହି ବିସ୍ଫୋରଣ ପାଇଁ ସୁପର ପାୱାର ୯୦ ଡେଟୋନେଟର୍ସର ପ୍ରୟୋଗ କରାଯାଇଥିଲା। ଯାହାକି ଏକ ଭୟଙ୍କର ବିସ୍ଫୋରକ। ଚଳିତ ବର୍ଷ ଅଗଷ୍ଟ ୨୮ରେ ନୋଏଡାରେ ସୁପରଟେକ୍‌ କମ୍ପାନୀ ଟ୍ୱିନ୍‌ ଟାୱାର ଭାଙ୍ଗିବା ପାଇଁ ଏହି ବିସ୍ଫୋରକ ବ୍ୟବହାର କରାଯାଇଥିଲା। 

ଘଟଣାସ୍ଥଳରେ NIA, ATS ଟିମ୍‌...

ଘଟଣାକୁ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ, ଉଦୟପୁରରୁ ୩୫ କି.ମି. ଦୂରରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ NIA, ATS, ରେଲ୍‌ୱେ RPF ଓ ସ୍ଥାନୀୟ ପୋଲିସ୍‌ ପହଞ୍ଚିଛନ୍ତି। ଯିଏ  ବି ଏହି ଘଟଣା ଘଟାଇଛନ୍ତି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

Advertisment
Terror Activities Railway Track
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ