Udaipur killing Accused Beaten Up by People Court Premises
ରାଜସ୍ଥାନ ଉଦୟପୁରରେ ଟେଲର୍ କିଲିଂ ମାମଲାର ଅଭିଯୁକ୍ତଙ୍କୁ କୋର୍ଟ ବାହାରେ ପିଟିଲେ ଲୋକେ। NIA କୋର୍ଟରେ ହାଜର ବେଳେ ପୋଲିସ ଭ୍ୟାନ୍ରୁ ଟାଣି ଆଣି ୪ ଅଭିଯୁକ୍ତଙ୍କୁ କୋର୍ଟ ବାହାରେ ଉପସ୍ଥିତି ଲୋକେ ପିଟିଥିବା ଦେଖିବାକୁ ମିଳିଛି।
ଫଳରେ ଅଭିଯୁକ୍ତଙ୍କୁ ହେପାଜତକୁ ନେବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା। ୪ ଅଭିଯୁକ୍ତଙ୍କୁ ୧୦ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି। ଏହି ମାମଲାରେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ କିପରି ଗୋଡ଼େଇ ଗୋଡ଼େଇ ଧରିଲା ତାର ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ଗୋଟିଏପଟେ ପୋଲିସ ଅଭିଯୁକ୍ତଙ୍କୁ ଗୋଡ଼ାଉଥିବା ଏବଂ ଅନ୍ୟଏକ ଭିଡିଓରେ ଅଭିଯୁକ୍ତଙ୍କୁ ଧରି ପୋଲିସ ଉତ୍ତମ ମଧ୍ୟମ ଦେଉଥିବା ଦେଖିବାକୁ ମିଳିଛି।
ଟେଲର୍ କହ୍ନେୟା ଲାଲ୍ଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିବା ଏହି ଅପରାଧୀଙ୍କୁ ଗିରଫ କରାଯାଇଥିବା ବେଳେ ଏହି ଘଟଣାକୁ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ପୋଲିସ ଘୋଷଣା କରିଛି।ଏହି ହତ୍ୟାକାରୀଙ୍କର କେବଳ ପାକିସ୍ତାନ ଲିଙ୍କ୍ ନୁହେଁ, ସାମ୍ନାକୁ ଆସିଛି ଆହୁରି ଅନେକ ରୋଚକ ତଥ୍ୟ।
ଉଦୟପୁର ଟେଲର୍ କିଲିଂକୁ ପ୍ରୋତ୍ସାହିତ କରୁଥିବା ପ୍ରଶଂସା କରୁଥିବା କିମ୍ବା ଉଚିତ ଦର୍ଶାଉଥିବା ପୋଷ୍ଟ ଓ ବିଷୟବସ୍ତୁକୁ ନିଜ ପ୍ଲାଟଫର୍ମରୁ ହଟାଇବା ଲାଗି ବିଭିନ୍ନ ସୋସିଆଲ ମିଡିଆ କଂପାନୀଙ୍କୁ ନିର୍ଦ୍ଦେଶ ଦେଇଛି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1656821788.jpg)