Advertisment

ମାତ୍ର ୧୭ କିମି ରାସ୍ତାକୁ ଭଡ଼ା ଆସିଲା ୧୦ ହଜାର ଟଙ୍କା? ବିବାଦରେ ଉବର୍‌

୧୭ କିଲୋମିଟର ଯାତ୍ରା ପାଇଁ ଉବର ନେଲା ୧୦,୦୦୦ ଟଙ୍କା ଭଡା !

ଅଦ୍ୟତନ ହୋଇଛି
uber

uber

Advertisment

ମହଙ୍ଗା ପଡ଼ିଲା କ୍ୟାବ୍‌ରେ ଘରକୁ ଯିବା। ମାତ୍ର ୧୭ କିମି ରାସ୍ତା ଯିବା ପାଇଁ ଦେବାକୁ ପଡ଼ିଲା ୧୦ ହଜାର ଟଙ୍କା। ହୁଏତ ଏହି ଘଟଣା ଶୁଣିଲେ ଆପଣ ବିଶ୍ୱାସ କରିବେ ନାହିଁ। ଆଉ କହିବେ ମାତ୍ର ୧୭ କିମି ରାସ୍ତା ଯିବାକୁ ଅଧିକରୁ ଅଧିକ ୨୦୦ କିମ୍ବା ୩୦୦ ଟଙ୍କା ଭଡ଼ା ଦେବାକୁ ପଡିବ। ଆଉ ଯଦି ଅଡ଼ି କିମ୍ବା ମର୍ସିଡିଜ୍‌ ପରି ବିଳାସପୂର୍ଣ୍ଣ କାର୍ ବୁକ୍‌ କରନ୍ତି ତେବେ ସର୍ବାଧିକ ୧ ହଜାର ଟଙ୍କାରୁ ୨ ହଜାର ମଧ୍ୟରେ ଭଡ଼ା ପଡ଼ିଥାଏ। କିନ୍ତୁ ଏ କେମିତିକା କାର୍‌ ଯେ ମାତ୍ର ୧୭ କିମି ରାସ୍ତାକୁ ୧୦ ହଜାର ଟଙ୍କା ଭଡା ମାଗିଲା?

Advertisment

ତେବେ ଅନେକ ସମୟରେ ଓଭର ଚାର୍ଜିଂକୁ ନେଇ ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରନ୍ତି। କିନ୍ତୁ ଏତେ ଅଧିକ ଚାର୍ଜ ପଡ଼ିଲା ଯେ ଯାହାକୁ ନେଇ ଏବେ ସାରା ଦେଶରେ ବେଶ୍‌ ଚର୍ଚ୍ଚା ଚାଲିଛି। ଏମିତି ଲୋକମାନେ ଓଲା ଓ ଉବର୍‌ ପରି ଗାଡ଼ିରେ ଯିବାକୁ ଡରୁଥିବା ନେଇ ସୋସିଆଲ ମିଡ଼ିଆରେ ଅନେକ ପୋଷ୍ଟ ମଧ୍ୟ ହେଲାଣି।

ସୂଚନା ଅନୁସାରେ, ମାଞ୍ଚେଷ୍ଟର ସିଟିରେ ସାମ୍ ଜର୍ଜ ନାମକ ଯୁବକ ନିଜ ପରିବାର ସହିତ ରହୁଥିବା ବେଳେ ନିଜ ସାଙ୍ଗମାନଙ୍କ ସହ ଡିସେମ୍ବର ୨୮ରେ ଏକ ରେସ୍ତୋରାଁକୁ ପାର୍ଟି କରିବା ପାଇଁ ଯାଇଥିଲେ। ଆଉ ଘରକୁ ଫେରିବା ସମୟରେ ଅହେତୁକ ବିଳମ୍ବ ହୋଇଯିବାରୁ ସେ ଏକ କାର ବୁକିଂ କରିଥିଲେ। ଆଉ ସେହି କାର୍‌ଟି ଏସୟୁଭି ଥିଲା। ରାତି ଅଧିକ ହୋଇଥିବାରୁ ସେ କାର୍‌ଟି ବୁକ୍‌ କରିନେଇଥିଲେ। କିନ୍ତୁ କାର୍‌ରେ ଘରେ ପହଞ୍ଚିବା ବେଳେ ଯେଉଁ ବିଲ୍ ସାମ୍ନାକୁ ଆସିଥିଲା ତାହାକୁ ନେଇ ତାଙ୍କ ମୁଣ୍ଡ ଘୂରାଇ ଦେଇଥିଲା। କାରଣ ମାତ୍ର ୧୭ କିମି ରାସ୍ତାକୁ ୧୦ ହଜାର ଟଙ୍କା ଭଡ଼ା ମାଗିଥିଲେ କାର ଚାଳକ।

Advertisment

ଆଉ ଭଡ଼ାକୁ ନେଇ ଉଭୟ ଚାଳକ ଓ ସାମ୍‌ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା କିନ୍ତୁ ସାମ୍‌ ପରବର୍ତ୍ତୀ ସମୟରେ ୧୦ ହଜାର ଟଙ୍କା ଭଡ଼ା ଦେଇଥିଲେ। ତେବେ ଏନେଇ ଉବର ପକ୍ଷରୁ କୁହାଯାଇଛି ଯେ କାର୍ ବୁକ୍ କରିବା ସମୟରେ ହିଁ ଏକ ସମ୍ଭାବ୍ୟ ଭଡା ଦିଆଯାଇଥାଏ, ସାମଙ୍କ କ୍ଷେତ୍ରରେ ମଧ୍ୟ ଏପରି କରାହୋଇଛି । କିନ୍ତୁ ବୁକିଂ କରିବା ସମୟରେ ସେ ଏଥିପ୍ରତି ଧ୍ୟାନ ଦେଇ ନଥିଲେ । ଯାହା ଫଳରେ ୧୦ ହଜାର୍‌ ଟଙ୍କା ଭଡ଼ା ଗଣିଥିଲେ । ତେବେ ଅନେକ ଲୋକେ କହୁଛନ୍ତି ସାମଙ୍କୁ ପୂର୍ବରୁ ହିଁ ଅନଲାଇନରେ ଭଡା ଦେଖିନେବାର ଥିଲା ।

Uber
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ