Advertisment

ଚିହ୍ନଟ ହେଲା ନୂଆ ପ୍ରାଣ ଘାତକ ଫଙ୍ଗସ୍, ନେଲା ୨ ରୋଗୀଙ୍କ ଜୀବନ

ମହାମାରୀ କରୋନା ଭାଇରସ୍‌ ପରେ ଏବେ ଆଉ ଏକ ଫଙ୍ଗସ୍‌କୁ ନେଇ ଚିନ୍ତା ବଢ଼ିଛି। ଦିଲ୍ଲୀ ଏମ୍ସ ଡାକ୍ତରମାନେ ନୂଆ ପ୍ରାଣ ଘାତକ ଫଙ୍ଗସ୍ ‘Aspergillus Lentulus’ ଚିହ୍ନଟ କରିଛନ୍ତି।

ଅଦ୍ୟତନ ହୋଇଛି
Patient Die Of Aspergillus Lentulus

Patient Die Of Aspergillus Lentulus

Advertisment

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପରେ ଏବେ ଆଉ ଏକ ଫଙ୍ଗସ୍‌କୁ ନେଇ ଚିନ୍ତା ବଢ଼ିଛି।  ଦିଲ୍ଲୀ ଏମ୍ସ ଡାକ୍ତରମାନେ ଏହି ନୂଆ ପ୍ରାଣ ଘାତକ ଫଙ୍ଗସ୍ ଚିହ୍ନଟ କରିଛନ୍ତି। ଯାହାର ନାଁ ‘Aspergillus Lentulus’। ଏହା ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିଥାଏ। ଏହି ନୂଆ ଫଙ୍ଗସ୍‌ର ସଂକ୍ରମଣରେ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Advertisment

ଛାତି ରୋଗରେ ପୀଡ଼ିତ ଏହି ୨ ରୋଗୀ ନୂଆ ଫଙ୍ଗସ୍‌ରେ ସଂକ୍ରମିତ ହୋଇଥିଲେ। ଜଣଙ୍କ ବୟସ ୫୦ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୪୦ ବର୍ଷର ବୋଲି ଜଣାପଡ଼ିଛି। ଶ୍ୱାସକ୍ରିୟା ସମସ୍ୟା ନେଇ ଏମାନେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଏହି ନୂଆ ଫଙ୍ଗସ୍ ସଂକ୍ରମଣ ଯୋଗୁ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 

ଏହି ଫଙ୍ଗସ ବିଶେଷକରି ଫୁସ୍‌ଫୁସ୍‌କୁ ଅଧିକ ସଂକ୍ରମିତ କରିଥାଏ। ୨୦୦୫ରୁ ଏନେଇ ବିଦେଶରେ ଚର୍ଚ୍ଚା ହୋଇଥିଲେ ମଧ୍ୟ ଭାରତରେ ପ୍ରଥମ ଥର ପାଇଁ ‘Aspergillus Lentulus’ ଫଙ୍ଗସ୍‌ ଚିହ୍ନଟ ହୋଇଛି।  

Advertisment
Delhi AIIMS New Fungus Aspergillus Lentulus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ