Advertisment

ନିପା ଭାଇରସ୍‌ ଆତଙ୍କ: ୧୨ ବର୍ଷ ବାଳକର ମୃତ୍ୟୁ ପରେ ଆଉ ୨ ସଂକ୍ରମିତ ଚିହ୍ନଟ

ସାରା ଦେଶ ଏବେ ମହାମାରୀ କରୋନା ସହ ଲଢ଼େଇ କରୁଥିବା ବେଳେ ଏବେ ପୁଣି ନିପା ଭାଇରସ୍ ଭୟ। କେରଳରେ ଏହି ଭାଇରସ୍ ଜଣେ ୧୨ ବର୍ଷର ନାବାଳକର ଜୀବନ ନେଇଥିବା ବେଳେ ଆଉ ୨ ଜଣ ଏହି ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି।

Nipah Virus

Nipah Virus

Advertisment

ଥିରୁଅନନ୍ତପୁରମ୍‌: ସାରା ଦେଶ ଏବେ ମହାମାରୀ କରୋନା ସହ ଲଢ଼େଇ କରୁଥିବା ବେଳେ ଏବେ ପୁଣି ନିପା ଭାଇରସ୍ ଭୟ। କେରଳରେ ଏହି ଭାଇରସ୍ ଜଣେ ୧୨ ବର୍ଷର ନାବାଳକର ଜୀବନ ନେଇଥିବା ବେଳେ ଆଉ ୨ ଜଣ ଏହି ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି। ଏନେଇ କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ରବିବାର ସୂଚନା ଦେଇଛନ୍ତି। ଏହି ୨ ଜଣ ମୃତ ନାବାଳକ ସହ କଣ୍ଟାକ୍ଟସ୍‌ରେ ଆସିଥିବା ଜଣାପଡ଼ିଛି। ୨୦ ଜଣ ମୃତ ନାବାଳକ ସହ ହାଇ ରିସ୍କ କଣ୍ଟାକ୍ଟସ୍‌ରେ ଆସିଥିଲେ। ସେମାନଙ୍କ ମଧ୍ୟରେ ଏହି ୨ ଜଣ ଅଛନ୍ତି। 

Advertisment

କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ‘ବର୍ତ୍ତମାନ ସୁଦ୍ଧା ନାବାଳକଙ୍କ ସହ ଯୋଗାଯୋଗରେ ଆସିଥିବା ୧୮୮ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସର୍ଭେଲାନ୍ସ ଟିମ୍‌ ୨୦ ଜଣଙ୍କୁ ହାଇ ରିସ୍କ କଣ୍ଟାକ୍ଟସ୍‌ ଭାବେ ଚିହ୍ନଟ କରିଛି। ଏମାନଙ୍କ ମଧ୍ୟରୁ ୨ ଜଣଙ୍କର ଲକ୍ଷଣ ରହିଛି ଓ ଉଭୟ ସ୍ୱାସ୍ଥ୍ୟକର୍ମୀ। ଜଣେ ପ୍ରାଇଭେଟ୍‌ ହସ୍ପିଟାଲ୍‌ରେ ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ଜଣେ କୋଝିକୋଡ ମେଡିକାଲ୍‌ କଲେଜ ହସ୍ପିଟାଲରେ ଷ୍ଟାଫ୍‌ ମେମ୍ବର ଭାବେ କାର୍ଯ୍ୟ କରୁଛନ୍ତି।’ ସମସ୍ତ ୨୦ ଜଣ ହାଇ ରିସ୍କଙ୍କୁ କୋଝିକୋଡ ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ମୃତ ନାବାଳକଙ୍କ ସହ ଯୋଗାଯୋଗରେ ଆସିଥିବା ଅନ୍ୟ ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବା ପାଇଁ କୁହାଯାଇଥିବା କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

Advertisment

ନିପା ଭାଇରସ୍‌ରେ ୧୨ ବର୍ଷର ବାଳକଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟ କ୍ୱାରେଣ୍ଟିନରେ ରହିଛନ୍ତି । ନିପା ଭାଇରସ ସଂକ୍ରମଣରେ ଜଣଙ୍କ ମୃତ୍ୟୁ ହେବା ପରେ କୋଝିକୋଡ଼ିରେ ଏହା ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ କଡା କଟକଣା ଲାଗୁ କରାଯାଇଛି । ମୃତ ନାବାଳକ ଜଣକ କୋଝିକୋଡ଼ ଜିଲ୍ଲା ଚୁଲୁର ଗାଁର। ଜ୍ୱର ଲାଗି ରହିବାରୁ ସେପଟେମ୍ବର ୧ରେ ତାଙ୍କୁ କୋଝିକୋଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍ ଭାଇରୋଲୋଜିରୁ ଆସିଥିବା ରିପୋର୍ଟରେ ସେ ନିପା ଭାଇରସରେ ସଂକ୍ରମିତ ଥିବା ଜଣାପଡିଥିଲା। ନାବାଳକର ପ୍ଲାଜମା, CSF ଓ ସେରମରେ ନିପା ଭୂତାଣୁ ଠାବ ହୋଇଥିଲା। ସୂଚନାଥାଉ କି, ୨୦୧୮ ରେ କେରଳରେ ନିପା ସଂକ୍ରମଣରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା। 

Kerala Nipah Virus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ