ରେଜଲ୍ଟ ବାହାରିବା ପରେ ପାର୍ଟି କରିବା ପାଇଁ ବାହାରିଥିଲେ, ପାଣିରେ ବୁଡ଼ି ଦୁଇ ଛାତ୍ର ମୃତ

ମାଟ୍ରିକ ପାସ୍‌ କରିବା ପରେ ଗତକାଲି ମଧ୍ୟାହ୍ନ ସମୟରେ ପାର୍ଟି କରିବାକୁ ୮ ଛାତ୍ର ଘରୁ ଟଙ୍କା ଧରି ବାହାରିଥିଲେ, ହେଲେ କିଏ ଜାଣିଥିଲା ସେମାନେ ଆଉ ଫେରିବେନି . . .

Sangrur

ଦଶମ ଶ୍ରେଣୀ ରେଜଲ୍ଟ ବାହାରିବ ପରେ ପାର୍ଟି କରିବା ହେଲା କାଳ । ଅତ୍ୟଧିକ ଗରମ ହେତୁ ଛାତ୍ରମାନେ ଏକ ପୋଖରୀରେ ଗାଧୋଉ ଗାଧୋଉ ଘଟିଲା ଅଘଟଣ । ହେଲେ ଅସାବଧାନତା ବଶତଃ କେତେବେଳେ ଯେ ସେମାନେ ଗଭୀର ପାଣି ଭିତରକୁ ଚାଲି ଯାଇଥିବା କେହି ଜାଣିପାରି ନଥିଲେ । ଫଳରେ ପାଣିରେ ବୁଡ଼ି ଯାଇ ୨ ଛାତ୍ରଙ୍କ ଜୀବନ ଚାଲିଯାଇଛି । ପଞ୍ଜାବ ସଙ୍ଗରୁରର ଗୁରୁଦ୍ୱାରର ଏକ ପୋଖରୀରେ ଏଭଳି ଅଘଟଣ ଘଟିଛି ।

ପାର୍ଟି କରିବା ପାଇଁ ବାହାରିବା ହେଲା କାଳ:

ମାଟ୍ରିକ ପାସ୍‌ କରିବା ପରେ ଗତକାଲି ମଧ୍ୟାହ୍ନ ସମୟରେ ପାର୍ଟି କରିବାକୁ ୮ ଛାତ୍ର ଘରୁ ଟଙ୍କା ଧରି ବାହାରିଥିଲେ । ହେଲେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପ୍ରଥମେ ସେମାନେ ଗୁରୁଦ୍ୱାର ପରିସରରେ ଥିବା ପୋଖରୀରେ ଗାଧୋଇବା ପାଇଁ କଥା ହୋଇଥିଲେ । ଆଉ ତା’ପରେ ଜଣେ ପରେ ଜଣେ ପୋଖରୀକୁ ଡେଇଁ ପଡ଼ିଥିଲେ ।

ଦିନ ଗୋଟାଏର ଘଟଣା:

ଗୁରୁଦ୍ୱାରର ମ୍ୟାନେଜରଙ୍କ ଅନୁସାରେ, ରବିବାର ଦିନ ପ୍ରାୟ ୧ଟା ସମୟରେ ଗୁରୁଦ୍ୱାର ସାହେବର ପୋଖୀରରେ ପ୍ରାୟ ଆଠ ଜଣ ଛାତ୍ର ଗାଧୋଉଥିଲେ । ହେଲେ ହଠାତ୍‌ ଦୁଇଜଣ ଛାତ୍ର ଗଭୀର ପାଣି ଭିତରକୁ ଚାଲିଯାଇଥିଲେ, ଫଳରେ ସେମାନଙ୍କର ମୃତ୍ୟୁ ହୋଇଛି । ପିଲାମାନେ ପୋଖରୀରେ ଗାଧୋଉଥିବାର ସେ ସିସିଟିଭିରେ ଦେଖିବାକୁ ପାଇଥିଲେ । ତୁରନ୍ତ ସେଠାକୁ ଯାଇ ପୋଖରୀରୁ ବାହାରିବାକୁ ପିଲାଙ୍କୁ କହିଥିଲେ । ପିଲାଙ୍କ ଚେତାଇବାର କିଛି କ୍ଷଣ ପରେ ହିଁ ଏଭଳି ଅଘଟଣ ଘଟିଛି । ଦୁଇ ଜଣ ପିଲା ପୋଖରୀରେ ବୁଡ଼ି ପ୍ରାଣ ହରାଇବା ପରେ ଅନ୍ୟ ସାଙ୍ଗମାନେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ ।

ପାଟି ସ୍ଥାନୀୟ ଲୋକ ସେଠାରେ ରୁଣ୍ଡ ହୋଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ପହଞ୍ଚି ପୋଖରୀରେ ଖୋଜାଖୋଜି କରି ୨ ମୃତଦେହ ଉଦ୍ଧାର କରିଛନ୍ତି । ଖୁସର ମାହୋଲରେ ଏବେ କାନ୍ଦବୋବାଳି ପଡ଼ିଯାଇଛି ।