Advertisment

ଲାଞ୍ଚ ନେଇ ବିଚ୍ ରାସ୍ତାରେ ଦଉଡ଼ୁଛନ୍ତି ପୋଲିସ୍ ବାବୁ ! ଆଗେ ଆଗେ ସବ୍-ଇନ୍‌ସପେକ୍ଟର, ପଛରେ ଆଣ୍ଟି କରପ୍‌ସନ୍ ଟିମ୍

ପୋଲିସ-ପୋଲିସ୍ ଛକାପଞ୍ଚା । ଧାଉଁଥିବା ସବ୍ ଇନ୍‌ସପେକ୍ଟରଙ୍କ ବିରୋଧରେ ଲାଞ୍ଚ ନେଇଥିବାର ଅଭିଯୋଗ ହୋଇଥିଲା

ଅଦ୍ୟତନ ହୋଇଛି
karnatak

karnatak

Advertisment

ବେଙ୍ଗାଲୁରୁ : ପୋଲିସ୍ ପଛରେ ପୋଲିସ୍ । ଚୋର ପଛରେ ପୋଲିସ୍ ପଡ଼ିଥିବାର ଆପଣ ଦେଖିଥିବେ । କିନ୍ତୁ ଦୁର୍ନୀତିଗ୍ରସ୍ତ ପୋଲିସ୍ ବାବୁଙ୍କୁ ସ୍ପଷ୍ଟ ଦିବାଲୋକରେ ପୋଲିସ୍ ଗୁଡ଼ାଇବା କଥା ବୋଧହୁଏ ପ୍ରଥମ । ନିକଟରେ କର୍ଣ୍ଣାଟକର ରାସ୍ତାରେ ଦୁଇଜଣ ପୋଲିସ ଅଧିକାରୀ ଜଣେ ସବ୍-ଇନ୍‌ସପେକ୍ଟରଙ୍କୁ ଗୋଡାଉଥିବାର ଦେଖିବାକୁ ମିଳିଛି । ପ୍ରାଣ ବିକଳରେ ଜୀବନ ବଞ୍ଚାଇବା ପାଇଁ ଧାଉଁଥିବା ସବ୍- ଇନ୍‌ସପେକ୍ଟରଙ୍କ ବିରୋଧରେ ଲାଞ୍ଚ ନେଇଥିବାର ଅଭିଯୋଗ ହୋଇଥିଲା । ଆଉ ଅଭିଯୋଗ ଆଧାରରେ ଦୁର୍ନୀତିଗ୍ରସ୍ତଙ୍କୁ ଧରିବା ପାଇଁ ପହଞ୍ଚିଥିଲା ଆଣ୍ଟି କରପସ୍ସନ୍ ଟିମ୍ । ହେଲେ ଦୁଇ ପୋଲିସ ଅଧିକାରୀଙ୍କୁ ଦେଖି ସେ ରାସ୍ତାରେ ଦଉଡିବାକୁ ଲାଗିଲେ । ସବ୍- ଇନ୍‌ସପେକ୍ଟର ଆଗେ ଆଗେ ଆଉ ଆଣ୍ଟି କରପପସନ୍ ଟିମ୍ ପଛେ ପଛେ । ପାଖାପାଖି ୧ କିଲୋମିଟର ଦଉଡ଼ିବା ପରେ ସବ୍-ଇନ୍‌ସପେକ୍ଟର ଧରାପଡିଥିଲେ ।

Advertisment

କର୍ଣ୍ଣାଟକର ତୁମକୁର ସହରରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗତ ବୁଧବାର ଦିନ ଜଣେ ସବ୍ ଇନ୍‌ସପେକ୍ଟରଙ୍କୁ ଧରିବା ପାଇଁ ଦୁଇଜଣ ପୋଲିସ ରାସ୍ତାରେ ଦଉଡ଼ୁଥିବା ଦେଖିବାକୁ ମିଳିଥିଲା । ସବ୍ ଇନ୍‌ସପେକ୍ଟର ସୋମଶେଖରଙ୍କ ବିରୋଧରେ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଥିଲା । ପ୍ରାୟ ୧ କିଲୋମିଟର ଗୋଡାଇବା ପରେ ଜନସାଧାରଣଙ୍କ ସାହାଯ୍ୟରେ ସବ୍ ଇନ୍‌ସପେକ୍ଟର ଧରାପଡ଼ିଥିଲେ । ଲାଞ୍ଚ ନେବା ଅଭିଯୋଗରେ ସୋମଶେଖରଙ୍କ ବ୍ୟତୀତ କନଷ୍ଟେବଳଙ୍କ ନୟାଜ ଅହମ୍ମଦଙ୍କୁ ମଧ୍ୟ ଗିରଫ କରାଯାଇ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି।

କିଛି ଦିନ ପୂର୍ବରୁ ଅଭିଯୁକ୍ତ ପୋଲିସ୍ ବାବୁ କାର୍ଯ୍ୟରତ ଥିବା 'ଚନ୍ଦ୍ରଶେଖରପୁର ପୋଲିସ ଷ୍ଟେସନ'ରେ ଏକ ମାମଲା ରୁଜୁ ହୋଇଥିଲା । ଆଉ ତା’ପରେ ପୋଲିସ ଚନ୍ଦ୍ରନା ନାମକ ଜଣେ ବ୍ୟକ୍ତିଙ୍କ ଗାଡି ଜବତ କରିଥିଲା । ତେବେ ଜବତ କାର ଛାଡିବା ପାଇଁ ୨୮,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ସବ୍ ଇନ୍‌ସପେକ୍ଟର ସୋମଶେଖର ଓ କନଷ୍ଟେବଳଙ୍କ ନୟାଜ ଅହମ୍ମଦ । ତେବେ ଚନ୍ଦ୍ରନା ଲାଞ୍ଚ ନଦେଇ ଉଭୟଙ୍କ ବିରୋଧରେ ଆଣ୍ଟି କରପସନ୍ ଟିମ୍ ନିକଟରେ ଅଭିଯୋଗ କରିଥିଲେ । ଆଉ ତା’ପରେ ଦୁର୍ନୀତିଗ୍ରସ୍ତଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା ।

Advertisment

ଚନ୍ଦ୍ରନା କନଷ୍ଟେବଳଙ୍କୁ ୧୨,୦୦୦୦ ଟଙ୍କା ଦେଇଥିବା ସମୟରେ ମାଡ଼ି ବସିଥିଲା ଆଣ୍ଟି କରପସନ୍ ଟିମ୍ । ପ୍ରଥମେ କନଷ୍ଟେବଳଙ୍କୁ ଗିରଫ କରାଯାଇଥିଲା । ଆଉ କନେଷ୍ଟେବଳଙ୍କ ବୟାନ୍ ଆଧାରରେ ସବ୍ ଇନ୍‌ସପେକ୍ଟରଙ୍କୁ ଗିରଫ କରାଗଲା । କାରଣ ସବ୍ ଇନ୍‌ସପେକ୍ଟରଙ୍କ ନିର୍ଦ୍ଦେଶ ଆଧାରରେ ଲାଞ୍ଚ ମାଗିଥିବା କହିଥିଲେ କନେଷ୍ଟେବଳ । ତେବେ ଆଣ୍ଟି କରପସନ୍ ଟିମ୍ ପୋଲିସ ଷ୍ଟେସନରେ ପହଞ୍ଚିବା ପରେ  ସବ୍ ଇନ୍‌ସପେକ୍ଟର ତୁରନ୍ତ ଅଫିସରୁ ଖସି ପଳାଇ ଯାଇଥିଲେ। ତାଙ୍କୁ ଧରିବା ପାଇଁ ଟିମ୍ ଗୋଡ଼ାଇବା ଆରମ୍ଭ କରିଥିଲା ​​ଏବଂ ପରେ ତାଙ୍କୁ ପୋଲିସ ଷ୍ଟେସନ ନିକଟ ରାସ୍ତାରେ ଧରିଥିଲା ।

Karnataka
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ