Advertisment

ଅଧୁରା ରହିଗଲା ଅଗ୍ନିବୀର ସ୍ୱପ୍ନ: ଦୌଡ଼ ପରେ ବେହୋସ ହେଲେ ଦୁଇ ଭାଇ, ୪ ଦିନ ଭିତରେ ଚାଲିଗଲା ଜୀବନ

ସେନାରେ ଭର୍ତ୍ତି ଲାଗି ଆୟୋଜିତ ଅଗ୍ନିବୀର ରାଲିରେ ଭାଗ ନେଇଥିବା ୨ ଭାଇଙ୍କ ମୃତ୍ୟୁ ହୋଇଛି। ୪ ଦିନ ମଧ୍ୟରେ ୨ ଭାଇଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Agniveer Candidate Death

Two Brothers Died After Running In Agniveer Recruitment Rally

Advertisment

ଅଧୁରା ରହିଗଲା ସ୍ୱପ୍ନ। ଛୋଟ ବେଳୁ ସେନାରେ ଭର୍ତ୍ତି ହେବା ପାଇଁ ସ୍ୱପ୍ନ ଦେଖିଥିଲେ, ହେଲେ ଭାଗ୍ୟର ବିଡ଼ମ୍ବନା, ସ୍ୱପ୍ନ ପୂରଣ ହେବା ପୂର୍ବରୁ ଦୁନିଆ ଛାଡ଼ି ଚାଲିଗଲେ। ସେନାରେ ଭର୍ତ୍ତି ଲାଗି ଆୟୋଜିତ ଅଗ୍ନିବୀର ରାଲିରେ ଭାଗ ନେଇଥିବା ୨ ଭାଇଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶରେ ଏହି ଅଭାବନୀୟ ଘଟଣା ଘଟିଛି। ବୈତୁଲରେ ସେନାରେ ଭର୍ତ୍ତି ଲାଗି ଆୟୋଜିତ ରାଲିରେ ଭାଗ ନେଇଥିବା ୨ ଭାଇଙ୍କ ମୃତ୍ୟୁ ଘଟିଛି। ୪ ଦିନ ମଧ୍ୟରେ ୨ ଭାଇଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 

Advertisment

ଦୁଇ ଭାଇ ଅଲଗା ଅଲଗା ଦିନରେ ରାଲିରେ ସାମିଲ ହୋଇଥିଲେ ଓ ଦୌଡ଼ରେ ଭାଗ ନେଇଥିଲେ। ଏହାପରେ ସେମାନେ ବେହୋସ ହୋଇଯାଇଥିଲେ। ମୃତ ଦୁଇ ଭାଇ ହେଲେ- ରୂପେନ୍ଦ୍ର ଯାଦବ(୨୩) ଓ ତାଙ୍କ ସାନ ଭାଇ ଅଙ୍କିତ ଯାଦବ(୨୧)। ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି। ଘଟଣାପରେ ଆମ୍‌ଲା ତହସିଲ ଅନ୍ତର୍ଗତ ଦିଆମହୁ ଗାଁରେ ଶୋକର ଛାୟା ଖେଳି ଯାଇଛି। 

ସୂଚନା ଅନୁସାରେ, ଗାଁର ପ୍ରୟାଗ ରାଜ ଯାଦବଙ୍କ ୨ ପୁଅ ରୂପେନ୍ଦ୍ର ଓ  ଅଙ୍କିତ ଛୋଟ ବେଳୁ ସେନାରେ ଭର୍ତ୍ତି ହେବା ପାଇଁ ସ୍ୱପ୍ନ ଦେଖିଥିଲେ। ଏଥିପାଇଁ ଦୁଇ ଭାଇ ଗତ ୩-୪ ବର୍ଷ ହେବ ପ୍ରସ୍ତୁତ ହେଉଥିଲେ। ଅକ୍ଟୋବର ୨୯ ତାରିଖରେ ମଧ୍ୟପ୍ରଦେଶ ଭୋପାଳ ସ୍ଥିତ ଲାଲ୍‌ ପରେଡ୍‌ ଗ୍ରାଉଣ୍ଡରେ ଆୟୋଜିତ ଅଗ୍ନିବୀର ଭର୍ତ୍ତି ରାଲିରେ ରୂପେନ୍ଦ୍ର ସାମିଲ ହୋଇଥିଲେ। ଦୌଡ଼ ସରିବା ପରେ ସେ ବେହୋସ ହୋଇଯାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ନଭେମ୍ବର ୪ରେ ରୂପେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ଦ୍ୱାଦଶ ପର୍ଯ୍ୟନ୍ତ ପଢ଼ିବା ପରେ ସେ ସେନାରେ ଭର୍ତ୍ତି ହେବା ଲାଗି ପ୍ରସ୍ତୁତ ଆରମ୍ଭ କରି ଦେଇଥିଲେ।

Advertisment

ଗୋଟିଏପଟେ ରୂପେନ୍ଦ୍ରଙ୍କ ଚିକିତ୍ସା ଚାଲି ଥିବାବେଳେ ଅନ୍ୟପଟେ ତାଙ୍କର ସାନ ଭାଇ ଅଙ୍କିତ ଅଗ୍ନିବୀର ଭର୍ତ୍ତି ରାଲିରେ ସାମିଲ ହେବା ପାଇଁ ଭୋପାଳ ଯାଇଥିଲେ। ନଭେମ୍ବର ୩ରେ ସେ ଦୌଡ଼ରେ ସାମିଲ ହୋଇଥିଲେ ଓ ପରେ ବେହୋସ ହୋଇଯାଇଥିଲେ। ତାଙ୍କୁ ମଧ୍ୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ନଭେମ୍ବର ୭ ଅର୍ଥାତ୍‌ ବଡ଼ ଭାଇ ରୂପେନ୍ଦ୍ରଙ୍କ ମୃତ୍ୟୁର ୪ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା, ଦୁଇ ଭାଇଙ୍କ ମୃତ୍ୟୁର କାରଣ ସମାନ ଥିବା ଜଣାପଡ଼ିଛି। ଉଭୟଙ୍କ ଲିଭର ଓ କିଡ୍‌ନୀ ଫେଲ୍‌ ହେବା ଯୋଗୁ ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି। ଷ୍ଟାମିନା ବୁଷ୍ଟରର ଓଭରଡୋଜ୍‌ ଯୋଗୁ ଏଭଳି ଘଟିଥିବା ଡାକ୍ତର ଆଶଙ୍କା କରିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷଷ, ଘଟଣାର ଯାଞ୍ଚ ପାଇଁ ଦାବି ହୋଇଛି। 

Advertisment
Agniveer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ