Advertisment

ଏଣିକି ଏଡିଟ୍‌ କରିପାରିବେ ଟ୍ୱିଟ୍‌; ଜାଣନ୍ତୁ, କ’ଣ ରହିଛି ନିୟମ...

ଟ୍ୱିଟରର ଏହି ନୂଆ ଏଡିଟ୍‌ ଫିଚର ସମସ୍ତଙ୍କ ପାଇଁ ଉପଲ୍ଲବ୍ଧ ନୁହେଁ। କେବଳ ଟ୍ୱିଟର ବ୍ଳ୍ୟୁ ସବ୍‌ସ୍କ୍ରିପସନ୍‌ ଥିବା ୟୁଜର୍ସ ଏହି ନୂଆ ଏଡିଟ୍‌ ଫିଚରର ସୁବିଧା ଉଠାଇ ପାରିବେ।

Twitter will let you edit your tweets

Twitter will let you edit your tweets

Advertisment

ଖୁବ୍‌ଶୀଘ୍ର ଆପଣ ଟ୍ୱିଟ୍‌କୁ ଏଡିଟ୍‌ କରିପାରିବେ। ଟ୍ୱିଟର ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଥିବା ବେଳେ ଏହାକୁ ବାସ୍ତବ ରୂପ ଦେବାପାଇଁ ଏହି ଫିଚରକୁ ଟେଷ୍ଟିଂ କରାଯାଉଛି। ଆହୁରି ମଧ୍ୟ ଖୁଲାସା ହୋଇଛି ଯେ, ଏକ ଛୋଟ ଗ୍ରୁପ୍‌ରେ ଥିବା ଲୋକମାନଙ୍କୁ ନେଇ ଏହି ଫିଚରର ଟେଷ୍ଟିଂ କରାଯାଉଥିବା ବେଳେ ଖୁବ୍‌ଶୀଘ୍ର ଏହା କାର୍ଯ୍ୟକାରୀ ହେବ। ତେବେ ସମସ୍ତଙ୍କ ପାଇଁ ଏହି ଏଡିଟ୍‌ ଫିଚର୍‌ ଉପଲ୍ଲବ୍ଧ ହେବନାହିଁ। 

Advertisment

ଜାଣନ୍ତୁ, ଟ୍ୱିଟରର ଏହି ନୂଆ ଏଡିଟ୍‌ ଫିଚର ସମ୍ପର୍କରେ...

  • ଯଦିଓ ଆପଣ ଟ୍ୱିଟ୍‌କୁ ଏଡିଟ୍‌ କରିପାରିବେ, କିନ୍ତୁ ଏଥିପାଇଁ କିଛି ସମୟସୀମା ରହିବ। ଟ୍ୱିଟ୍‌କୁ ପୋଷ୍ଟ କରିବାର ୩୦ ମିନିଟ୍‌ ମଧ୍ୟରେ ଆପଣ ଏହାକୁ ଏଡିଟ୍‌ କରିପାରିବେ
  • ପ୍ରତ୍ୟେକ ଟ୍ୱିଟ୍‌କୁ ଏଡିଟ୍‌ କରିବା ପାଇଁ ଆପଣଙ୍କୁ ୫ଥର ସୁଯୋଗ ମିଳିବ। ଆଉ ଆପଣ ଏହି ସମୟସୀମା ମଧ୍ୟରେ ଏହାକୁ ଏଡିଟ୍‌ କରିପାରିବେ।
  • ଯଦି ଆପଣ ଟ୍ୱିଟ୍‌କୁ ଏଡିଟ୍ କରିବେ ତା’ହେଳେ ଅତି ସହଜରେ ଏହାକୁ ଅନ୍ୟ ଜଣେ ଜାଣିପାରିବେ
  • “Edited Tweets” ଏକ ଆଇକନ୍‌ ଭାବେ ଉପଲ୍ଲବ୍ଧ ହେବ। ଫଳରେ ଜଣେ ପାଠକ ଅତି ସହଜରେ ଜାଣିପାରିବ ଯେ, ମୂଳ ଟ୍ୱିଟ୍‌କୁ ଏଡିଟ୍‌ କରାଯାଇଛି।
  •  label ଟାପିଂ କରିବା ପରେ ଆପଣ ଟ୍ୱିଟ୍‌ର ଏଡିଟ୍‌ ହିଷ୍ଟ୍ରିକୁ ଯାଇପାରିବେ। ଯେଉଁଠି ପୁରୁଣା ଟ୍ୱିଟ୍‌ ଆପଣ ପାଇପାରିବେ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଟ୍ୱିଟରର ଏହି ନୂଆ ଏଡିଟ୍‌ ଫିଚର ସମସ୍ତଙ୍କ ପାଇଁ ଉପଲ୍ଲବ୍ଧ ନୁହେଁ। କେବଳ ଟ୍ୱିଟର ବ୍ଳ୍ୟୁ ସବ୍‌ସ୍କ୍ରିପସନ୍‌ ଥିବା ୟୁଜର୍ସ ଏହି ନୂଆ ଏଡିଟ୍‌ ଫିଚରର ସୁବିଧା ଉଠାଇ ପାରିବେ। ଏନେଇ ଟ୍ୱିଟର ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ଯେଉଁ ୟୁଜର୍ସଙ୍କ ପାଖରେ ବ୍ଲୁ ଟିକ୍‌ ମାର୍କ ନାହିଁ ସେମାନେ କେବେ ଏହାର ଫାଇଦା ପାଇପାରିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। 

Advertisment

ଦୁଃଖଦ କଥା, ଭାରତରେ ଏହି ସୁବିଧା ଉପଲ୍ଲବ୍ଧ ହେବନାହିଁ। ଟ୍ୱିଟରର ଏହି ନୂଆ ଏଡିଟ୍‌ ଫିଚର କେବଳ କିଛି ଦେଶରେ ଉପଲ୍ଲବ୍ଧ ହେବ। ଏହିସବୁ ଦେଶ ଗୁଡ଼ିକ ହେଲା- ଆମେରିକା, କାନାଡା, ଅଷ୍ଟ୍ରେଲିଆ ଓ ନ୍ୟୁଜଲାଣ୍ଡ୍‌। ଭାରତ ବ୍ୟତୀତ ଏହା ଅନ୍ୟ ଦେଶରେ କେବେ ଉପଲ୍ଲବ୍ଧ ହେବ ତାହା ସ୍ପଷ୍ଟ ହୋଇନାହିଁ। 

Twitter Twitter Edit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ