ଶିକ୍ଷାଗତ ଯୋଗ୍ୟତା ପଚାରିଲେ ୟୁଜର, ଏମିତି ଉତ୍ତର ଦେଲେ ଆନନ୍ଦ ମହିନ୍ଦ୍ରା

ଆନନ୍ଦ ମହିନ୍ଦ୍ରାଙ୍କୁ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ୟୁଜର ପଚାରିଲେ ପ୍ରଶ୍ନ, କ’ଣ ଉତ୍ତର ଦେଲେ ସେ . .

ଆନନ୍ଦ ମହିନ୍ଦ୍ରାଙ୍କ ଶିକ୍ଷାଗତ ଯୋଗ୍ୟତା ?

ଦେଶର ପ୍ରସିଦ୍ଧ ବ୍ୟବସାୟୀ ତଥା ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଖୁବ ସକ୍ରିୟ । ପ୍ରତିଦିନ ତାଙ୍କର କିଛି ନା କିଛି ଭିଡିଓ ଭାଇରାଲ ହୁଏ । ତାଙ୍କ ପୋଷ୍ଟରେ ସ୍ୱତନ୍ତ୍ରତା ବାରି ହୋଇପଡ଼େ । କେତେବେଳେ ସେ ଦେଶର ପ୍ରତିଭାକୁ ଲୋକଲୋଚନକୁ ଆଣନ୍ତି ତ, ଆଉ କେତେବେଳେ ସେ ହୃଦୟସ୍ପର୍ଶୀ ଭିଡିଓ କିମ୍ବା ଚିତ୍ର ପୋଷ୍ଟ କରନ୍ତି । ବର୍ତ୍ତମାନ ପୁଣି ଥରେ ତାଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହେଉଛି ।

ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଏକ ସୁନ୍ଦର ଏବଂ ପ୍ରେରଣାଦାୟକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଜଣେ ଝିଅ ଜଙ୍ଗଲରେ ଏକୁଟିଆ ପଢ଼ୁଥିବା ଦେଖିବାକୁ ମିଳୁଛି । ସେହି ପୋଷ୍ଟରେ ଅନେକ ୟୁଜର ସକରାତ୍କମ କମେଣ୍ଟ୍‌ ଦେବା ସହ ଲାଇକ୍ କରିଛନ୍ତି । ତେବେ ଜଣେ ୟୁଜର କମେଣ୍ଟ୍‌ ବକ୍ସରେ ଆନନ୍ଦ ମହିନ୍ଦ୍ରାଙ୍କୁ ତାଙ୍କର ଯୋଗ୍ୟତା ବିଷୟରେ ପଚାରିଛନ୍ତି । ୟୁଜର ଲେଖିଛନ୍ତି ’ସାର ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିପାରେ କି?

ଆନନ୍ଦ ମହିନ୍ଦ୍ରା ଅତି ସରଳତା ସହ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି । ଏ ବୟସରେ ଯୋଗ୍ୟତା କେବଳ ମୋର ଅଭିଜ୍ଞତା ବୋଲି କହିଛନ୍ତି । ଅନ୍ୟପକ୍ଷରେ ଆନନ୍ଦ ମହିନ୍ଦ୍ରାଙ୍କୁ ଏପରି ପ୍ରଶ୍ନ ପଚରାଯାଇଥିବାରୁ କିଛି ୟୁଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି 'ତାଙ୍କର ଯୋଗ୍ୟତା ପାଇଁ ପ୍ରମାଣପତ୍ରର ଆବଶ୍ୟକତା ନାହିଁ' । ସାର୍ଟିଫିକେଟ୍‌ କେବଳ କାଗଜପତ୍ରର ସୀମିତି । ତାଙ୍କର ଅଧୀନରେ ୪୦ ହଜାର ଯୋଗ୍ୟ ବ୍ୟକ୍ତି କାମ କରୁଛନ୍ତି । ଏଥିରୁ ତାଙ୍କ ଯୋଗ୍ୟତା ଜାଣି ହେଉଛି ।