TV
ନୂଆଦିଲ୍ଲୀ: ଆପଣଙ୍କ ପକେଟ ଉପରେ ପଡିବ ଚଡକ। ଆସନ୍ତା ଡିସେମ୍ବର ପହିଲାରୁ କିଛି ଟିଭି ଚ୍ୟାନେଲ ନିଜର ରେଟ ବଢାଇ ଦେଉଛନ୍ତି। ଯେଉଁଥି ପାଇଁ ଦର୍ଶକ ଅଧିକ ଖର୍ଚ୍ଚାନ୍ତରେ ପଡିପାରନ୍ତି...
ଆପଣ ଟିଭି ପ୍ରିୟ କି। ଯଦି ହଁ, ତେବେ ଆପଣଙ୍କ ପକେଟ ଉପରେ ପଡିବ ଚଡକ। ଆସନ୍ତା ଡିସେମ୍ବର ପହିଲାରୁ ଟିଭି ଚ୍ୟାନେଲ୍ସର ବିଲ୍ ବଢିବାକୁ ଯାଉଛି। ଦେଶର ପ୍ରମୁଖ ବ୍ରଡକାଷ୍ଟିଂ ନେଟୱର୍କ୍ସ ଜି, ଷ୍ଟାର୍, ସୋନି ଏବଂ ଭାଏକମ୍ ୧୮ ଭଳି କିଛି ଚ୍ୟାନେଲ୍ସ ନିଜର ରେଟ ବଢାଇ ଦେଉଛନ୍ତି। ଯେଉଁଥି ପାଇଁ ଟିଭି ଦର୍ଶକଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିପାରେ। ଟେଲିକମ୍ ରେଗୁଲେଟରୀ ଅଥୋରିଟି ଅଫ୍ ଇଣ୍ଡିଆ ନୂଆ ଟାରିଫ୍ ଅର୍ଡର ଲାଗୁ କରିବା ଯୋଗୁଁ ଏହି ଦାମ୍ ବଢିବାକୁ ଯାଉଛି।
ଷ୍ଟାର ପ୍ଲସ୍, କଲର୍ସ, ଜୀ ଟିଭି, ସୋନି ଏବଂ କିଛି ଲୋକପ୍ରିୟ ଆଞ୍ଚଳିକ ଚ୍ୟାନେଲକୁ ଦେଖିବା ପାଇଁ ଦେଲେ ଏଣିକି ଦର୍ଶକଙ୍କୁ ୩୫ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ପୈଠ କରିବାକୁ ହେବ। ନୂଆ ଦାମ ଅନୁସାରେ ଯଦି କୌଣସି ଦର୍ଶକ ଷ୍ଟାର୍ ଓ ଡିଜନୀ ଇଣ୍ଡିଆର ଚ୍ୟାନେଲ୍ ଦେଖିବାକୁ ଚାହିଁବ ତେବେ ପ୍ରତି ମାସରେ ୪୯ ଟଙ୍କା ବଦଳରେ ୬୯ ଟଙ୍କା ଖର୍ଚ୍ଚ କରିବାକୁ ହେବ। ସେହିଭଳି Sony ପାଇଁ ପ୍ରତି ମାସରେ ଏଣିକି ୩୯ ବଦଳରେ ୭୧ ଟଙ୍କା, ZEE ପାଇଁ ୩୯ ଟଙ୍କା ବଦଳରେ ୪୯ ଟଙ୍କା ଏବଂ Viacom18 ଚ୍ୟାନେଲ୍ସ ପାଇଁ ୨୫ ଟଙ୍କା ବଦଳରେ ଏଣିକି ମାସିକ ୩୯ ଟଙ୍କା ଖର୍ଚ୍ଚ କରିବାକୁ ହେବ।
Also Read
ଟିଭି ଚ୍ୟାନେଲ୍ସର ଦାମକୁ ନେଇ ଗତ ମାର୍ଚ୍ଚ ୨୦୧୭ ମସିହାରେ ଟ୍ରାଇ ନ୍ୟୁ ଟାରିଫ୍ ଅର୍ଡର ଜାରି କରିଥିଲା। ଏହା ପରେ ୧ ଜାନୁୟାରୀ ୨୦୨୦ରେ ଏନଟିଓ ୨.୦ ଜାରି ହୋଇଥିଲା। ଏବେ ସମସ୍ତ ନେଟୱର୍କ NTO 2.0 ଅନୁସାରେ ନିଜ ଚ୍ୟାନେଲ୍ସର ଦାମ୍ ବଦଳାଉଛନ୍ତି। ଏନଟିଓ ୨.୦ ଦର୍ଶକଙ୍କୁ କେବଳ ସେହି ଚ୍ୟାନେଲ୍ ଚୟନ ଏବଂ ପୈଠ କରିବାର ବିକଳ୍ପ ଏବଂ ସ୍ୱାଧୀନତା ଦେବ ଯାହାକୁ ସେମାନେ ଦେଖିବାକୁ ଚାହୁଁଛନ୍ତି। ଏହି ନିୟମ ଲାଗୁ କରିଛି ଟେଲିକମ୍ ରେଗୁଲେଟରୀ ଅଥୋରିଟି ଅଫ୍ ଇଣ୍ଡିଆ ଟ୍ରାଇ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/TV_1635059532.jpg)


