Advertisment

କଶ୍ମୀରରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼ରେ ଟିଭି କଳାକାର ଆମରିନ୍ ଭଟ୍ଟ ନିହତ

ଜମ୍ମୁ କଶ୍ମୀରରେ ନରସଂହାର ଜାରି ରଖିଛନ୍ତି ଆତଙ୍କବାଦୀ। ଜଣେ ୩୫ ବର୍ଷୀୟ ଜଣାଶୁଣା ଟିକଟକ ଷ୍ଟାର ଆଜି ଆତଙ୍କବାଦୀ ଗୁଳିରେ ନିହତ ହୋଛନ୍ତି। ହତ୍ୟାର ଶିକାର ହୋଇଥିବା ଯୁବତୀ ଜଣକ ହେଛନ୍ତି ଜମ୍ମୁ ଏବଂ କଶ୍ମୀରିର ବୁଡଗାମ ଜିଲ୍ଲାର। ସେହିପରି ସମ୍ପୃକ୍ତ ମହିଳାଙ୍କ ୧୦ ବର୍ଷର ପୁତୁରା ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି ।

ଅଦ୍ୟତନ ହୋଇଛି
Amreen Bhat

Amreen Bhat

Advertisment

କଶ୍ମୀର ଟିଭି କଳାକାର ଆମରିନ୍ ଭଟ୍ଟଙ୍କୁ ଗୁଳି କରି ହତ୍ୟା । କଶ୍ମୀର ବଡଗାମ ଜିଲ୍ଲାର ଛାଦୁରା ଅଞ୍ଚଳରେ ୩୫ ବର୍ଷିୟ ଆମରିନଙ୍କୁ ଗୁଳି କରାଯାଇଛି । ଆମରିନଙ୍କ ୧୦ ବର୍ଷିୟ ପୁତୁରାଙ୍କୁ ମଧ୍ୟ ଗୁଳି ଲାଗିଛି । ଗୁରୁତର ଅବସ୍ଥାରେ ଆମରିନଙ୍କୁ ହସପିଟାଲ ଅଣାଯାଇଥିଲା । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

Advertisment

ସେପଟେ ଆହତ ୧୦ ବର୍ଷିୟ ପୁତୁରାଙ୍କ ଅବସ୍ଥା ସ୍ଥିର ରହିଛି । ଗତକାଲି ରାତି ପ୍ରାୟ ୮ଟାରେ ୩ ଜଣ ଲସ୍କର-ଏ-ତୋଏବା ଆତଙ୍କବାଦୀ ଆମରିନଙ୍କୁ ତାଙ୍କ ଘର ପାଖରେ ଗୁଳି କରି ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ପୁରା ଅଞ୍ଚଳକୁ ସୁରକ୍ଷାକର୍ମୀ ଘେରାବନ୍ଦୀ କରି ଯାଞ୍ଚ ଆରମ୍ଭ କରିଛନ୍ତି । ଆମରିନ ଭଟ୍ଟ ଜଣେ ଟିଭି କଳାକାର । ଟିକଟକ୍ ଏବଂ ଗୀତ ଦ୍ୱାରା ସେ କାଶ୍ମୀରର ଘରେ ଘରେ ସେ ବେଶ୍‌ ପରିଚିତ ଥିଲେ ।

ପୋଲିସ ପକ୍ଷରୁ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି। ଏହି ଘଟଣା ପାଇଁ କୌଣସି ଆତଙ୍କବାଦୀ ନିଜକୁ ଦାୟୀ କରିନାହାନ୍ତି। ଗତ କିଛି ମାସ ହେଲା ଜମ୍ମୁ କାଶ୍ମୀରେ ଆତଙ୍କବାଦୀ ହମଲା ଜାରି ରହିଛି। ସେମାନଙ୍କ ଗୁଳି ମାଡ଼ରେ କେତେକ ଅଣସ୍ଥାନୀୟ ଓ କଶ୍ମୀର ପଣ୍ଡିତଙ୍କ ମୃତ୍ୟୁ ଘଟିଲାଣି।

Advertisment
Terrorist Attack Jammu Kashmir TV Artist Amreen Bhat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ