Advertisment

ପାଗଳ କରିଦେଲା ପ୍ରେମ : ୫ ହଜାର କିମି ଉଡ଼ି ପ୍ରେମିକ ଘରେ ପହଞ୍ଚିଲେ ପ୍ରେମିକା

ଆନ୍ଧ୍ର ଗୁଂଟୁରର ସଂକୀର୍ଥଙ୍କ ସହ ତୁର୍କୀର ଗିଜେମଙ୍କ ସହ ଭଲପାଇବ ହୋଇଥିଲା। ଆଉ ପ୍ରେମ ପାଇଁ ତୁର୍କୀରୁ ଇଣ୍ଡିଆ ଚାଲିଆସିଲେ ଗିଜେମ୍‌। ତେବେ ପାଠ ପଢିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା

Marriage

Marriage

Advertisment

କୁହାଯାଏ ପ୍ରେମ ଅନ୍ଧ। ଭଲପାଇବା କେତେବେଳେ ଯେ କାହା ସହ ହେବ ତାହା କହିହେବ ନାହିଁ। ଜାତିପ୍ରଥା କି ଧନୀଗରିବ କିଛି ଦେଖେ ନାହିଁ ପ୍ରେମ। ବାସ୍‌ ଦୁଇଟି ହୃଦୟ ଯେତେବେଳେ ପରସ୍ପର ସହ ମିଶିଯାଏ ସେତେ ଗଢି ଉଠେ ସମ୍ପର୍କର ନୂଆ ସେତୁ। ଆଉ କିଏ କିଏ କୁହନ୍ତି ପ୍ରେମ କୁଆଡ଼େ ପାଗଳ କରିଦିଏ। ଠିକ୍‌ ଏମିତି କିଛି ଘଟିଛି ଆନ୍ଧ୍ରର ଜଣେ ଯୁବକଙ୍କ ସହ। ପ୍ରେମ ପାଇଁ ୫ ହଜାର କିମି ଅତିକ୍ରମ କରି ଭାରତ ଚାଲିଆସିଲେ ଯୁବତୀ। ତୁର୍କୀରୁ ସିଧା ଆନ୍ଧ୍ର ଆସିଲେ, ବିବାହ ବନ୍ଧନରେ ବାନ୍ଧି ହେଲେ।

Advertisment

ଆନ୍ଧ୍ର ଗୁଂଟୁରର ସଂକୀର୍ଥଙ୍କ ସହ ତୁର୍କୀର ଗିଜେମଙ୍କ ସହ ଭଲପାଇବ ହୋଇଥିଲା। ଆଉ ପ୍ରେମ ପାଇଁ ତୁର୍କୀରୁ ଇଣ୍ଡିଆ ଚାଲିଆସିଲେ ଗିଜେମ୍‌। ତେବେ ପାଠ ପଢିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଆଉ ସଂକୀର୍ଥ ଓ ଗିଜେମ୍ ଉଭୟ ସଂସାର କରିବେ ବୋଲି ପରସ୍ପରକୁ କଥା ବି ଦେଇଥିଲେ। କିନ୍ତୁ ଏହି ଦୁଇ ଜୀବନ ନୂଆ କରି ଗଢିଉଠିବାରେ ବାଧକ ସାଜିଥିଲା ପରିବାର। ଉଭୟଙ୍କ ପରିବାର ଏହି ବିବାହକୁ ସ୍ୱୀକୃତି ଦେଲେ ନାହିଁ। ତେଣୁ କେମିତି ବିବାହ ହେବ? କେମିତି ପରିବାର ସମ୍ମତି ମିଳିବ ସେନେଇ ଦୁହେଁ ଅନେକ ଆଶଙ୍କାରେ ଥିଲେ। କିନ୍ତୁ ୨୦୧୯ ମସିହାରେ ସଂକୀର୍ଥ ଓ ଗିଜେମ୍ ନିଜର ବାପା-ମାଆଙ୍କୁ ନିଜ ଭଲପାଇବାକୁ ବୁଝାଇଥିଲେ ଓ ବିବାହ ପାଇଁ ସମ୍ମତି ମଧ୍ୟ ପାଇଥିଲେ। ଆଉ ସେହି ବର୍ଷ ହିଁ ଉଭୟଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିଲା। କିନ୍ତୁ କରୋନା ପାଇଁ ବିବାହ ହୋଇପାରିନଥିଲା।

ଆଉ ଦୀର୍ଘ ୨ ବର୍ଷ ପରେ ଏବେ ବିବାହ ହୋଇଛି। ତୁର୍କୀରୁ ସପରିବାରେ ଗିଜେମ୍ ଆନ୍ଧ୍ରରେ ପହଞ୍ଚିଥିଲେ। ଆଉ ମଙ୍ଗଳବାର ଉଭୟଙ୍କର ବିବାହ ହୋଇଛି। ପରିବାର, ବନ୍ଧୁବାନ୍ଧବଙ୍କ ଆଶୀର୍ବାଦ ନେଇ ନୂଆ ସଂସାର ଗଢିବାକୁ ଯାଉଛନ୍ତି ସଂକୀର୍ଥ ଓ ଗିଜେମ୍। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଧୈର୍ଯ୍ୟହରା ନହୋଇ ନିଜ ପ୍ରେମକୁ ସାକାର କରିବା ପାଇଁ ନିଜ ବାପା-ମାଆଙ୍କ ସ୍ୱୀକୃତି ପାଇବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଉଭୟ। ସେ ଯାହା ବି ହେଉ, ଉଭୟଙ୍କ ବିବାହକୁ ନେଇ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି।

Advertisment
Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ