WHO ମୁଖ୍ୟଙ୍କୁ 'ତୁଳସୀ ଭାଇ' ନାଁ ଦେଲେ ମୋଦି

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ତଥା ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନୋମ୍‌ଙ୍କୁ ନୂଆ ନାଁରେ ନାମିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

PM Modi, Tedros Ghebreyesus

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ମୁଖ୍ୟ ତଥା ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନୋମ୍‌ଙ୍କୁ ନୂଆ ନାଁରେ ନାମିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାତ୍ମା ଗାନ୍ଧୀଙ୍କ ଜନ୍ମସ୍ଥାନ ଗାନ୍ଧୀନଗରରେ ଆୟୋଜିତ ଗ୍ଲୋବାଲ୍ ଆୟୁଷ୍ ଆଣ୍ଡ ଇନୋଭେସନ୍ ସମ୍ମିଟ୍‌ରେ ମୋଦି ତାଙ୍କୁ ଏକ ଗୁଜୁରାଟୀ ନାଁ ଦେଇ ତୁଲସୀ ଭାଇ ବୋଲି ନାମକରଣ କରିଛନ୍ତି ।

ଟେଡ୍ରୋସଙ୍କୁ ନିଜର ଜଣେ ଭଲ ବନ୍ଧୁ ବୋଲି କହିବା ସହ ଭାରତୀୟ ଶିକ୍ଷକଙ୍କ ଶିକ୍ଷାଦାନରୁ ଟେଡ୍ରୋସ୍ ତାଙ୍କ ଜୀବନରେ ସଫଳତା ପାଇଥିବା ମୋଦି କହିଛନ୍ତି । କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ମୋଦିଙ୍କୁ WHO ମୁଖ୍ୟ ନିଜକୁ ପକ୍କା ଗୁଜରାଟୀ ବୋଲି ଦର୍ଶାଇବା ସହ ଗୁଜରାଟୀ ନାଁ ସ୍ଥିର କରିସାରିଛନ୍ତି ନା ନାହିଁ ବୋଲି ପଚାରିଥିଲେ ।

ଏହି ପ୍ରଶ୍ନର ଉତ୍ତରରେ ମୋଦି WHO ମୁଖ୍ୟଙ୍କୁ ତୁଲସୀ ଭାଇ ବୋଲି ସର୍ବସାଧାରଣରେ ନାମିତ କରିଛନ୍ତି । ତୁଳସୀ ହେଉଛି ଏକ ପବିତ୍ର ବୃକ୍ଷ । ଯାହାକୁ ଶୁଭ କାମରେ ବ୍ୟବହାର କରାଯାଇଥାଏ । ଆଉ ଏହି ପବିତ୍ର ବୃକ୍ଷର ନାଁକୁ ନେଇ ବନ୍ଧୁ ଟେଡ୍ରୋସ୍‌ଙ୍କୁ ଗୁଜୁରାଟୀ ଶୈଳୀରେ ତୁଳସୀ ଭାଇ ବୋଲି ନାମକରଣ କରିଥିବା କହିଛନ୍ତି ମୋଦି ।