Advertisment

ଏଣିକି Truecallerରେ ଆଉ ମିଳିବନି କଲ୍‌ ରେକର୍ଡିଂ ସୁବିଧା...ଜାଣନ୍ତୁ, କ’ଣ ଏହାର କାରଣ ?

ଏଣିକି ବନ୍ଦ ହୋଇଯିବ ଟ୍ରୁ-କଲର(Truecaller)ରେ କଲ୍‌ ରେକର୍ଡିଂ ବ୍ୟବସ୍ଥା। ମେ’ ୧୧ରୁ ଏହି ସେବା ବନ୍ଦ ହୋଇଯିବ।

ଅଦ୍ୟତନ ହୋଇଛି
Truecaller To Stop Call Recording Feature

Truecaller To Stop Call Recording Feature

Advertisment

ଏଣିକି ବନ୍ଦ ହୋଇଯିବ ଟ୍ରୁ-କଲର(Truecaller)ରେ କଲ୍‌ ରେକର୍ଡିଂ ବ୍ୟବସ୍ଥା। କେଉଁ ନମ୍ବରରରୁ ଆପଣଙ୍କ ପାଖକୁ ଫୋନ୍‌ କଲ୍‌ ଆସିଛି, ଏହାକୁ ଚିହ୍ନଟ କରୁଥିବା ପପୁଲାର୍‌ ଆପ୍‌ Truecaller ଏହାର କଲ୍‌ ରେକର୍ଡିଂ ସର୍ଭିସ୍‌ ବନ୍ଦ କରିବା ଲାଗି ଘୋଷଣା କରିଛି। ମେ’ ୧୧ରୁ ଏହି ସେବା ବନ୍ଦ ହୋଇଯିବ। ଗୁଗଲ୍‌ର ନୂଆ ପଲିସି ଆଧାରରେ ଟ୍ରୁ-କଲର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। 

Advertisment

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, Truecaller ର ଟପ୍‌ ଫିଚର୍ସ ମଧ୍ୟରୁ କଲ୍‌ ରେକର୍ଡିଂ ହେଉଛି ଅନ୍ୟତମ ଫିଚର୍‌। Truecaller ମାଧ୍ୟମରେ ଲୋକମାନେ କଲ୍‌ ରେକର୍ଡିଂ କରିଥାନ୍ତି। ଗୁଗଲ୍‌ର ନୂଆ ପଲିସି ଆଧାରରେ ଥାର୍ଡ ପାର୍ଟି ଆପ୍ସକୁ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ରେ କଲ୍‌ ରେକର୍ଡିଂ ଆକ୍‌ସେସ୍‌ ଆଉ ମିଳି ପାରିବ ନାହିଁ।  

ଗୁଗଲ୍‌ର ଏହି ଆକ୍ସନ ପରେ  Truecaller ଏହାର କଲ୍‌ ରେକର୍ଡିଂ ଫିଚରକୁ ଆପ୍‌ରୁ ହଟାଇବା ସମ୍ପର୍କରେ ସୂଚନା ଦେଇଛି। ଏନେଇ  Truecaller ପକ୍ଷରୁ କୁହାଯାଇଛି, ଗୁଗଲ୍‌(Google)ର ନୂଆ ଡେଭଲପର୍‌ ପ୍ରୋଗ୍ରାମ ଅନୁସାରେ, ଏବେ କଲ୍‌ ରେକର୍ଡିଂ ସୁବିଧା ଆଉ ଉପଲ୍ଲବ୍ଧ କରାଯିବନି। ୟୁଜର୍ସଙ୍କ ଚାହିଦା ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ରେTruecaller ଏହାର କଲ୍‌ ରେକର୍ଡିଂ ବ୍ୟବସ୍ଥା ଆରମ୍ଭ କରିଥିଲା। ଯାହାକି ସମସ୍ତଙ୍କ ପାଇଁ ଫ୍ରି ଥିଲା। 

Advertisment

କାହିଁକି ବନ୍ଦ ହେବ କଲ୍‌ ରେକର୍ଡିଂ ସର୍ଭିସ୍‌ ?

ସୂଚନାଥାଉ କି, ସର୍ବାଧିକ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲ୍‌ ଏହାର ପଲିସିରେ କିଛିଟା ପରିବର୍ତ୍ତନ ଆଣିବାକୁ ଯାଉଛି। ଏହି ପରିବର୍ତ୍ତନ ଫଳରେ ଥାର୍ଡ ପାର୍ଟି କଲ୍‌ ରେକର୍ଡିଂ ଆପ୍ସ (Call Recording Apps) ବନ୍ଦ ହୋଇଯିବ। ନୂଆ ପଲିସି ଆଧାରରେ ଆପ୍‌ ଡେଭଲପର୍ସଙ୍କୁ  କଲ୍‌ ରେକର୍ଡିଂ ପାଇଁ Accessibility API ସୁବିଧା ମିଳିବ ନାହିଁ। ଏହି ସୁବିଧା ବନ୍ଦ ହୋଇଗଲେ  କଲ୍‌ ରେକର୍ଡିଂ ଫିଚର ଆଉ କାମ କରିବ ନାହିଁ। ଚଳିତ ବର୍ଷ ମେ’ ୧୧ରେ ଏହି ନିୟମ ଲାଗୁ ହେବାକୁ ଯାଉଛି। 

Google Call Recording Truecaller Google New Policy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ