Advertisment

ଟୋଲ ଆଦାୟକୁ ନେଇ ବଚସା: କର୍ମଚାରୀଙ୍କୁ ୧୦ କିମି ବୋହି ନେଲେ ଟ୍ରକ ଚାଳକ

ଶ୍ରୀନିବାସ ସେମିତି ଟ୍ରକର ବମ୍ଫର ଉପରେ ଝୁଲି ରହିଥିଲେ

ଅଦ୍ୟତନ ହୋଇଛି
Truck drags Toll Employee

Truck drags Toll Employee

Advertisment

ଫାଇନ୍ ତ ଦେଲେନି ବରଂ ବୋହିନେଲେ ୧୦ କିଲୋମିଟର। ା ଟ୍ରକ୍‌ରେ ବୋହି ବୋହି ଟୋଲ୍ ଗେଟ୍ ଅଧିକାରୀଙ୍କୁ ୧୦ କିଲୋମିଟର ନେଇଗଲେ ଡ୍ରାଇଭର। ଏପରି କିଛି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ୫ ନମ୍ବର ଜାତୀୟ ରାଜପଥ କୁର୍ଣ୍ଣୁଲ ନିକଟରେ। ସ୍ଥାନୀୟ ଟୋଲ୍ ଗେଟରେ ଆଳୁ ବୋଝେଇ ଟ୍ରକ ପହଞ୍ଚିଥିଲା। ହେଲେ ଫାଷ୍ଟଟ୍ୟାଗ୍ କାମ କରୁନଥିବାରୁ ସେଠି କିଛି ସମୟ ପାଇଁ ଅଟକିଥିଲା ଟ୍ରକ୍।

Advertisment

ଫଳରେ ଟୋଲ କର୍ମଚାରୀମାନେ ଟ୍ରକକୁ ବହୁ ସମୟ ଧରି ଅଟକାଇଥିଲେ ଏବଂ ଟୋଲ ଚାର୍ଜ ଠାରୁ ଅଧିକ ଚାର୍ଜ ଫାଇନ ଆକାରରେ ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଟୋଲ ଚାର୍ଜ ଦେବା ପାଇଁ ମନାକରି ଟ୍ରକ ଚାଳକ ଆଗକୁ ବଢୁଥିବା ବେଳେ ଟୋଲ ଗେଟ ସୁପରଭାଇଜର ଶ୍ରୀନିବାସ ଗାଡ଼ିଟିକୁ ଅଟକାଇବା ପାଇଁ ବମ୍ଫର ଉପରକୁ ଚଢିଯାଇଥିଲେ। 

ତେବେ ଟ୍ରକ ଚାଳକ ଜଣକ ତାଙ୍କୁ ୧୦ କିଲୋମିଟର ଯାଏ ନେଇଯାଇଥିଲେ, ଶ୍ରୀନିବାସ ସେମିତି ଟ୍ରକର ବମ୍ଫର ଉପରେ ଝୁଲି ରହିଥିଲେ। ପରେ ପୋଲିସ ସୂଚନା ପାଇ ଟ୍ରକଟିକୁ ଅଟକାଇ ଶ୍ରୀନିବାସକୁ ଉଦ୍ଧାର କରିଥିଲେ। ଚାଳକ ଜଣକୁ ଗିରଫ କରି ତଦନ୍ତ କରାଯାଉଛି। 

Advertisment

ରିପୋର୍ଟ: ଯଶୋବନ୍ତ ପାଢ଼ୀ

Truck Drags Toll Employee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ