Advertisment

ଟ୍ରେନ୍‌ ମିସ୍‌ ହେବାରୁ ଛାତ୍ରଙ୍କ ପାଇଁ କ୍ୟାବ୍‌ ବୁକ୍‌ କଲା ରେଳ ବିଭାଗ

ଛାତ୍ରଙ୍କ ପାଇଁ କ୍ୟାବ୍‌ ବୁକ୍‌ କଲା ରେଳ ବିଭାଗ...ହେଲେ କାହିଁକି ?

ଅଦ୍ୟତନ ହୋଇଛି
train gets cancelled then Indian railways books cab for student read full story here

train gets cancelled then Indian railways books cab for student read full story here

Advertisment

ମିସ୍‌ ହେଲା ଛାତ୍ରଙ୍କ ଟ୍ରେନ୍‌ । କ୍ୟାବ୍‌ ବୁକ୍‌ କଲା ରେଳ ବିଭାଗ । ଗୁଜୁରାଟରେ ଏଭଳି ଅଜବ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଲେଳ ସତ୍ୟମ୍ ଗାଦ୍ଭି ନାମକ ଜଣେ ଯୁବକଙ୍କ ପାଇଁ ବିଭାଗ ପକ୍ଷରୁ କ୍ୟାବ୍‌ ବୁକ୍‌ କରାଯାଇଛି । ହେଲେ ଏଠାରେ ପ୍ରଶ୍ନ ଉଠୁଛି ରେଳ ବିଭାଗ ଜଣେ ଛାତ୍ରଙ୍କ ପାଇଁ କାହିଁକି କ୍ୟାବ୍‌ ବୁକ୍‌ କଲା ? ତେବେ ଆସନ୍ତୁ ଜାଣିବା କ’ଣ ଏହି ପୂରା ଘଟଣା...

Advertisment

ସତ୍ୟମ୍ ଚେନ୍ନାଇ ଯିଇଥାନ୍ତେ । ଏଥିପାଇଁ ସେ ଗୁଜୁରାଟ୍‌ର ଏକ୍ତା ନଗରରୁ ବୋଡଦରାକୁ ଟ୍ରେନ୍‌ ବୁକ୍‌ କରିଥିଲେ । ହେଲେ ଗୁଜୁରାଟ୍‌ର ଏକ୍ତା ନଗରରୁ ବୋଡଦରାକୁ ଯିବାକୁ ଥିବା ଟ୍ରେନ୍‌ ମିସ୍‌ ହୋଇଥିଲା । ଭାରତୀୟ ରେଳ ବିଭାଗ ଏହି ଘଟଣାକୁ ଗୁରୁତର ସହ ନେବା ସହ ଯୁବକଙ୍କ ପାଇଁ କ୍ୟାବ୍‌ କୁକ୍‌ କରିଦେଲେ । ଫଳରେ ଯୁବକ ଜଣକ ବୋଡଦରାରୁ ଟେନ୍ନାଇ ଯାଇପାରିଛନ୍ତି ।

ସୂଚନା ଅନୁସାରେ, IIT ମାଡ୍ରାସ୍‌ର ଇଞ୍ଜିନିୟରିଂ ଛାତ୍ର ସତ୍ୟମ୍ ଗାଡିଙ୍କୁ ତାଙ୍କ କଲେଜକୁ ଫେରିବାକୁ ପଡିଲା। ସେଥିପାଇଁ ସେ ଏକ୍ତା ନାଗରରୁ ବୋଡଦରା ପର୍ଯ୍ୟନ୍ତ ଟ୍ରେନ୍ ବୁକ୍ କରିଥିଲେ । ହେଲେ ବର୍ଷା କାରଣରୁ ଟ୍ରେନ୍‌ ଟ୍ରାକ୍‌ ଜଳମଗ୍ନ ହୋଇଥିବାରୁ ଟ୍ରେନ୍‌ ବାତିଲ୍‌ ହୋଇଗଲା । ତେଣୁ ଭାରତୀୟ ରେଳ ବିଭାଗ ପକ୍ଷରୁ ଛାତ୍ରଙ୍କ ସହାୟତା ପାଇଁ ଏହିପରି ପଦକ୍ଷେପ ନେଇଛନ୍ତି । ଫଳରେ ରେଳ ବିଭାଗ ଏକତା ନଗରରୁ ବୋଡଦରା ପର୍ଯ୍ୟନ୍ତ ଏକ କ୍ୟାବ ବୁକ୍ କରିଥିଲେ । 

Advertisment

ଘଟଣାକୁ ନେଇ ସତ୍ୟମ୍ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡ଼ିଓ ଶେୟାର କରି ରେଳ ବିଭାଗର ଅଧିକାରୀମାନଙ୍କୁ ଧନ୍ୟବାଦ୍‌ ଜଣାଇଛନ୍ତି । ଭଡ଼ିଓଟିକୁ ଶେୟାର କରି ଲେଖିଛନ୍ତି ଯେ, “ଆଜି ମୁଁ ଏକ୍ତା ନଗର ଏବଂ ବୋଡଦରାର ରେଳ ବିଭାଗକୁ ମୋର ଯାତ୍ରାକୁ ସଫଳ କରିଥିବାରୁସେମାନଙ୍କ ନିକଟରେ ମୁଁ କୃତଜ୍ଞ । ମୁଁ ବୁକ୍ କରିଥିବା ଟ୍ରେନ୍ ଏକ୍ତା ନଗରରୁ ୯ଟା ୧୫ରେ ଯାତ୍ରା ଆରମ୍ଭ କରିଥାନ୍ତା । ହେଲେ ବର୍ଷା ଯୋଗୁଁ ଟ୍ରାକଗୁଡିକ ଜଳମଗ୍ନ ହୋଇଥିଲା ତେଣୁ ଶେଷ ମୁହୂର୍ତ୍ତରେ ଟ୍ରେନ୍ ବାତିଲ କରାଯାଇଥିଲା ’ ।

Advertisment

ଏହାସହ ସେସିଆଲ୍‌ ମିଡିଆରେ ଶେୟାର ହୋଇଥିବା ଏହି ଭିଡ଼ିଓରେ ଅନେକ ୟୁଜର୍ସ ନିଜ ମନ୍ତବ୍ୟ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଭଲ କାମ କରିଥିବାରୁ ତାଙ୍କୁ ନମସ୍କାର। ଅନ୍ୟ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି, ସେଠାରେ ଥିବା ପ୍ରତ୍ୟେକ ରେଳ କର୍ମଚାରୀଙ୍କୁ ନମସ୍କାର। ଏହି ଘଟଣାକୁ ନେଇ ବିଭିନ୍ନ ସ୍ଥାନରୁ ଲୋକେ ଭାରତୀୟ ରେଳ ବିଭାଗର ପ୍ରଶଂସା କରିଛନ୍ତି ।

Indian Railways Indian Railways Books Cab For Student Trending Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ