Advertisment

ବଡ଼ ଭୁଲ୍ ! ଗୋଟିଏ ପ୍ଲାଟଫର୍ମରେ ଛିଡ଼ା ହୋଇଥିଲେ ଯାତ୍ରୀ, ଆଉ ଗୋଟେ ପ୍ଲାଟଫର୍ମରୁ ଛାଡ଼ିଦେଲା ଟ୍ରେନ୍‌

ଯାତ୍ରୀମାନେ କହିଛନ୍ତି ଯେ ଯେତେବେଳେ ଇଲେକ୍ଟ୍ରୋନିକ୍ ଡିସ୍‌ପ୍ଲେ ବୋର୍ଡରେ ସକାଳ ୬.୩୨ ରେ ଟ୍ରେନ ପହଞ୍ଚିବାର ସମୟ ଦେଖାଯାଇଥିଲା, ସେତେବେଳେ ବି ପ୍ଲାଟଫର୍ମ ନେଇ କୌଣସି ସୂଚନା ଦିଆଯାଇନଥିଲା ।

ଅଦ୍ୟତନ ହୋଇଛି
Train Missed

Train Missed

Advertisment

ପୁଣି ସାମ୍ନାକୁ ଆସିଲା ରେଲୱେର ଏକ ବଡ଼ ଭୁଲ । ଟିକଟ କାଟି ଟ୍ରେନ୍‌କୁ ଅପେକ୍ଷା କରିଥିଲେ ଯାତ୍ରୀ । ହେଲେ ଷ୍ଟେସନ୍‌ରେ ରହିଲାନି ଟ୍ରେନ୍‌ । ଯାତ୍ରୀଙ୍କ ମଧ୍ୟରେ ତେଜିଲା ଅସନ୍ତୋଷ । ହୋହଲ୍ଲା ସହ ଷ୍ଟେସନ୍‌ ଅଧିକାରୀଙ୍କ ଉପରେ ବର୍ଷିଲେ ଲୋକେ । କର୍ତ୍ତୃପକ୍ଷ କହିଲେ ଘଟଣାର ତଦନ୍ତ କରାଯାଇ ନିଆଯିବ କାର୍ଯ୍ୟାନୁଷ୍ଠାନ ।

Advertisment

ଏଭଳି ଏକ ବଡ଼ ଭୁଲ ହୋଇଛି କର୍ଣ୍ଣାଟକ କୁଲବର୍ଗି ରେଳ ଷ୍ଟେସନ୍‌ରେ । ରବିବାର ହୁବଲି-ସିକନ୍ଦରବାଦ ଏକ୍ସପ୍ରେସ୍‌ (୧୭୩୧୯) ଟ୍ରେନ୍‌ ପ୍ଲାଟ୍‌ଫର୍ମ ନମ୍ବର ୧ରେ ଆସିବାର ଥିଲା । ହେଲେ ଅଚାନକ କୌଣସି କାରଣ ବଶତଃ ଏହାର ରୁଟ୍‌ ବଦଳିଗଲା । ଟ୍ରେନ୍‌ଟି ଏକ ନମ୍ବର ପ୍ଲାଟ୍‌ଫର୍ମ ବଦଳରେ ଆସିଲା ଅନ୍ୟ ପ୍ଲାଟ୍‌ଫର୍ମରେ । ଆଉ ସବୁଠାରୁ ବଡ଼ କଥା ହେଲା, ଏନେଇ ଷ୍ଟେସନ୍‌ରେ ଲାଗିଥିବା ଡିଜିଟାଲ ବୋର୍ଡରେ ଦିଆଯାଇନଥିଲା କୌଣସି ସୂଚନା । ଖାଲି ସେତିକି ନୁହେଁ ପ୍ରତ୍ୟେକ ଟ୍ରେନ୍‌ ସମ୍ବନ୍ଧରେ ମାଇକ୍‌ରେ କୁହାଯାଉଥିବା ବେଳେ ଉକ୍ତ ଟ୍ରେନ୍‌ ବିଷୟରେ କୌଣସି ପ୍ରକାର ଆନାଉନ୍ସମେଣ୍ଟ କରାଯାଇନଥିଲା । ଲୋକଙ୍କ କହିବା କଥା, ଟ୍ରେନ୍‌ ଆସିବ ବୋଲି ସମୟ ତ କୁହାଯାଇଥିଲା ହେଲେ, କେଉଁ ପ୍ଲାଟ୍‌ପର୍ମରେ ଆସିବ ସେନେଇ କୌଣସି ସୂଚନା ଦିଆଯାଇନଥିଲା ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ତ୍ରୁଟି ସେତେବେଳେ ଜଣାପଡ଼ିଲା ଯେତେବେଳେ ଡିସ୍‌ପ୍ଲେ ବୋର୍ଡରୁ ଟ୍ରେନ୍‌ର ନାଁ କାଢ଼ି ଦିଆଗଲା । ଟ୍ରେନ୍‌ ନାଁ ଦେଖାନଯିବା ପରେ ଅପେକ୍ଷାରତ ଯାତ୍ରୀମାନେ ଷ୍ଟେସନ୍‌ମାଷ୍ଟରଙ୍କ ପାଖକୁ ଗଲେ ଆଉ ଜାଣିବାକୁ ପାଇଲେ ଯେ ଟ୍ରେନ୍ ଷ୍ଟେସନ୍ ଛାଡ଼ି ଯାଇସାରିଛି । ସେଥିପାଇଁ ବୋର୍ଡରେ ଆଉ ନାଁ ଦେଖାଯାଉ ନାହିଁ । ଷ୍ଟେସନ୍ ମାଷ୍ଟରଙ୍କ କଥା ଶୁଣିବା ପରେ ଯାତ୍ରୀମାନେ ଉତ୍‌କ୍ଷିପ୍ତ ହୋଇପଡ଼ିଲେ । ଆଉ କହିଲେ ବୋର୍ଡରେ ଟ୍ରେନ୍ ଆସିବାର ସମୟ କୁହାଯାଇଥିଲା, ହେଲେ ପ୍ଲାଟ୍‌ଫର୍ମ ବିଷୟରେ କିଛି ବି କୁହାଯାଇନଥିଲା । 

Advertisment

ରିପୋର୍ଟ ଅନୁଯାୟୀ, ହୁବଲି-ସିକନ୍ରାଦରାବାଦ ଏକ୍ସପ୍ରେସ ରବିବାର ସକାଳ ୬.୩୫ରେ କଲବୁର୍ଗି ଷ୍ଟେସନରେ ପହଞ୍ଚି, ୯ ମିନିଟ ରହିବା ପରେ ପରେ ୬.୪୪ରେ ଛାଡିଥିଲା । ଟ୍ରେନ୍ ଛାଡି ଚାଲିଯିବା ମାତ୍ରେ ହିଁ ଶହ ଶହ ଯାତ୍ରୀ ଷ୍ଟେସନ ମାଷ୍ଟରଙ୍କ ନିକଟରେ ପହଞ୍ଚି ହୋହଲ୍ଲା କରିଥିଲେ । ଷ୍ଟେସନ ମାଷ୍ଟର ଯେତେବେଳେ ଏନେଇ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ସେତେବେଳେ ଜଣାପଡ଼ିଥିଲା ଯେ, ଶେଷ ମୁହୁର୍ତ୍ତରେ ଟ୍ରେନର ପ୍ଲାଟଫର୍ମ ବଦଳାଯାଇଥିଲା । କିନ୍ତୁ ଏନେଇ କୌଣସି ଘୋଷଣା କରାଯାଇନଥିଲା । 

ଡିସ୍‌ପ୍ଲେ ବୋର୍ଡରୁ ନାଁ କଢ଼ାଯିବା ପରେ ଲୋକଙ୍କର ସନ୍ଦେହ ହେଲା

ଯାତ୍ରୀମାନେ କହିଛନ୍ତି ଯେ ଯେତେବେଳେ ଇଲେକ୍ଟ୍ରୋନିକ୍ ଡିସ୍‌ପ୍ଲେ ବୋର୍ଡରେ ସକାଳ ୬.୩୨ ରେ ଟ୍ରେନ ପହଞ୍ଚିବାର ସମୟ ଦେଖାଯାଇଥିଲା, ସେତେବେଳେ ବି ପ୍ଲାଟଫର୍ମ ନେଇ କୌଣସି ସୂଚନା ଦିଆଯାଇନଥିଲା । ଏହା ପରେ, ଟ୍ରେନ୍ ୬.୪୨ରେ ପହଞ୍ଚିବ ବୋଲି କୁହାଗଲା, ସେତେବେଳେ ବି ପ୍ଲାଟଫର୍ମ ନେଇ କିଛି କୁହାଯାଇନଥିଲା । ୬.୪୫ରେ କିନ୍ତୁ ଡିସ୍‌ପ୍ଲେ ବୋର୍ଡରୁ ଟ୍ରେନ୍‌ର ନାଁ ହଟେଇ ଦିଆଗଲା । କିଛି ମିନିଟ୍ ଅପେକ୍ଷା କରିବା ପରେ ଯାତ୍ରୀମାନେ ବିରକ୍ତ ହେବାକୁ ଲାଗିଲେ।

Advertisment

କ୍ଷମା ମାଗିଲେ ଷ୍ଟେସନ୍‌ ମାଷ୍ଟର

ଯାତ୍ରୀମାନଙ୍କ ହୋହଲ୍ଲା ଓ ଅସନ୍ତୋଷ ଦେଖି ଷ୍ଟେସନ ମାଷ୍ଟର ପିଏ ନର୍ଗୁଣ୍ଡକର, ଏଭଳି ତ୍ରୁଟି ପାଇଁ ଯାତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଏହାସହ ସେମାନଙ୍କ ଅଲଗା ଟ୍ରେନ୍‌ର ବ୍ୟବସ୍ଥା ବି କରିଛନ୍ତି ।

Train
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ