Advertisment

ଟ୍ରାଫିକ ନିୟମ ଭାଙ୍ଗିଲେ ଅଧଘଣ୍ଟା ସମ୍ଭାଳିବେ ଟ୍ରାଫିକ

କିଛି ଲୋକ ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଥିବା ବେଳେ ଆଉ କିଛି ଲୋକ ନିୟମ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। ଏଭଳି ନିୟମ ଉଲ୍ଲଂଘନକାରୀଙ୍କୁ ଉଚିତ୍‌ ଦଣ୍ଡ ଦେବା ପାଇଁ ଏକ ନିଆରା କ୍ୟାମ୍ପେନ୍‌ ଆରମ୍ଭ ହୋଇଛି।

ଅଦ୍ୟତନ ହୋଇଛି
aware of traffic rules

aware of traffic rules

Advertisment

ଇନ୍ଦୋର: କିଛି ଲୋକ ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଥିବା ବେଳେ ଆଉ କିଛି ଲୋକ ନିୟମ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। ଏଭଳି ନିୟମ ଉଲ୍ଲଂଘନକାରୀଙ୍କୁ ଉଚିତ୍‌ ଦଣ୍ଡ ଦେବା ପାଇଁ ଏକ ନିଆରା କ୍ୟାମ୍ପେନ୍‌ ଆରମ୍ଭ ହୋଇଛି। ଯେଉଁମାନେ ଟ୍ରାଫିକ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କୁ ଅଧ ଘଣ୍ଟା ପାଇଁ ଟ୍ରାଫିକ ସମ୍ଭାଳିବା ଦାୟିତ୍ୱ ଦିଆଯାଉଛି। ମଧ୍ୟପ୍ରଦେଶର ଇନ୍ଦୋରରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।  ନିୟମ ଉଲ୍ଲଂଘନକାରୀଙ୍କୁ ଏଭଳି ଢଙ୍ଗରେ ଦଣ୍ଡ ଦେଉଛି ପୋଲିସ୍‌।

Advertisment

ଟ୍ରାଫିକ୍ ନିୟମ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଇନ୍ଦୋର ପୋଲିସ ଏଭଳି ଅଭିନବ ପଦକ୍ଷେପ ନେଇଛି। ଟ୍ରାଫିକ୍ ନିୟମ ଉଲ୍ଲଂଘନ ପରେ ଯେଉଁମାନେ ଜରିମାନା ଦେବା ପାଇଁ ରାଜି ହେଉ ନାହାନ୍ତି, ସେମାନଙ୍କୁ ଅଧଘଣ୍ଟା ପାଇଁ ଟ୍ରାଫିକ୍ ସମ୍ଭାଳିବାର ଦାୟିତ୍ୱ ଦିଆଯାଉଛି। ଟ୍ରାଫିକ୍ ସମ୍ଭାଳିବା ପୂର୍ବରୁ ସେମାନଙ୍କୁ ପୋଲିସ ପକ୍ଷରୁ ସମସ୍ତ ଟ୍ରାଫିକ୍ ନିୟମ ସମ୍ପର୍କରେ ବୁଝାଯାଉଛି। ଏପରି କରିବା ଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବ ବୋଲି ପୋଲିସ୍‌ ଆଶା ରଖିଛି। 

Advertisment

ଏହି କ୍ୟାମ୍ପେନ ମାଧ୍ୟମରେ ଟ୍ରାଫିକ ନିୟମକୁ ନେଇ ଲୋକଙ୍କ ମଧ୍ୟରେ ଆହୁରି ସଚେତନତା ସୃଷ୍ଟି କରାଯାଇପାରିବ। ଅନ୍ୟମାନେ ଯେଭଳି ଟ୍ରାଫିକ ନିୟମ ଉଲ୍ଲଂଘନ ନକରନ୍ତି, ଏଥିପ୍ରତି ସଚେତନା ସୃଷ୍ଟି କରିବା ପାଇଁ ଏଥିଲାଗି ସାହାଯ୍ୟ କରିବା ଲାଗି ନିୟମ ଉଲ୍ଲଂଘନକାରୀଙ୍କୁ କୁହାଯାଉଛି ବୋଲି ଏଏସ୍‌ପି(ଟ୍ରାଫିକ) ଏକେ ପଟିଦାର କହିଛନ୍ତି। 

Advertisment

Madhya Pradesh Traffic Rules
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ