Advertisment

ଅଟକାଉଥିଲେ ଗାଡି, ପୋଲିସକୁ ବନେଟ୍‌ ଉପରେ ବସାଇ ଭିଡି ନେଲା ଡ୍ରାଇଭର୍

ଦିଲ୍ଲୀ ଟ୍ରାଫିକ୍ ପୋଲିସର ସାହାସିକତାର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଗାଡିର କାଗଜପତ୍ର ଯାଞ୍ଚ ବେଳେ ଖସି ପଳାଉଥିବା ବ୍ୟକ୍ତିକୁ ଡ୍ୟୁଟିରେ ଥିବା ଟ୍ରାଫିକ୍ ପୋଲିସ ଅଟକାଇବାକୁ ଯାଇ ଦୀର୍ଘ ୧ କିଲୋମିଟର ଯାଏଁ ଚଳନ୍ତା ଗାଡିର ବନେଟ୍‌ରେ ବସିଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି।

Traffic Police

Traffic Police

Advertisment

ନୂଆଦିଲ୍ଲୀ: ଦିଲ୍ଲୀ ଟ୍ରାଫିକ୍ ପୋଲିସର ସାହାସିକତାର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଗାଡିର କାଗଜପତ୍ର ଯାଞ୍ଚ ବେଳେ ଖସି ପଳାଉଥିବା ବ୍ୟକ୍ତିକୁ ଡ୍ୟୁଟିରେ ଥିବା ଟ୍ରାଫିକ୍ ପୋଲିସ ଅଟକାଇବାକୁ ଯାଇ ଦୀର୍ଘ ୧ କିଲୋମିଟର ଯାଏଁ ଚଳନ୍ତା ଗାଡିର ବନେଟ୍‌ରେ ବସିଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି।

Advertisment

ଏହି ଘଟଣାଟି ଗତବର୍ଷ ନଭେମ୍ବରରେ ଘଟିଥିବା ବେଳେ ଏହାର ଭିଡିଓକୁ ବର୍ତ୍ତମାନ ସୋସିଆଲ୍ ମିଡିଆରେ ସେୟାର କରାଯାଇଛି। ପୋଲିସ ଅଧିକାରୀଙ୍କ ଦ୍ୱାରା ଏହାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଦିଲ୍ଲୀ ଟ୍ରାଫିକ ପୋଲିସର ସୂଚନା ଅନୁଯାୟୀ, ନାଙ୍ଗଲୋଇ ଛକରେ ପୋଲିସ ଦ୍ୱାରା ଗାଡିର କାଗଜପତ୍ର ଯାଞ୍ଚ କରାଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କ କାରକୁ ଅନ୍ୟ ପାର୍ଶ୍ୱରୁ ନେଇ ଯାଉଥିଲେ। ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଗାଡି ଅଟକାଇବାକୁ କହିଥିଲା କିନ୍ତୁ ଗାଡିକୁ ଟିକିଏ ମନ୍ଥର କରିବା ପରେ ବ୍ୟକ୍ତି ଜଣକ ସେହି କାରକୁ ଦ୍ରୁତ ଗତିରେ ନେଇ ପଳାଇବାକୁ ଚେଷ୍ଟା କରିଥିଲା।

Advertisment

ସେହି ସମୟରେ ଡ୍ୟୁଟିରେ ଥିବା ଟ୍ରାଫିକ ପୋଲିସ ସୁନିଲ କାରକୁ ଅଟକାଇବକୁ ଚେଷ୍ଟା କରିଥିଲେ, କିନ୍ତୁ କାରଟି ନ ଅଟକିବାରୁ ସେ କାରର ବନେଟ ଉପରେ ବସିଯାଇଥିଲେ। ଅଭିଯୁକ୍ତ ଗାଡି ଅଟକାଇବା ପରିବର୍ତ୍ତେ ବେଗ ବଢାଇ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ପୋଲିସକୁ ଟାଣି ନେଇଥିଲେ। କାରରେ ବସିଥିବା ସହ-ଯାତ୍ରୀ ତାଙ୍କ ମୋବାଇଲ୍ ଫୋନରେ ଏହି ଘଟଣାକୁ ରେକର୍ଡ କରିଥିଲେ ଯେଉଁଥିରେ ପୋଲିସ୍ ଗାଡିର ବନେଟ୍‌ରେ ବସି ଗାଡିକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି। କିଛି ବାଟ ଯିବା ପରେ ବ୍ୟକ୍ତି ଜଣକ ଗାଡିକୁ ଅଟକାଇ ଥିଲେ ଏବଂ ସେଠାରୁ ପଳାଇଥିଲେ। ଏହି ଘଟଣାରେ ଟ୍ରାଫିକ ପୋଲିସ ଆହତ ହୋଇଥିବାର ପୋଲିସ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି। ଭିଡିଓଟି ବର୍ତ୍ତମାନ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର୍ ଧରିଛି ଏବଂ ପୋଲିସ ପକ୍ଷରୁ ମଧ୍ୟ କଡାକଡି ତଦନ୍ତ କରାଯାଉଛି।

Delhi Traffic Police Car Bonnet
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ