Advertisment

ବଡ଼ ଅପରେସନ, ପୋଲିସ ଗୁଳିରେ ମଲେ ୧୮ ଜଣ ନକ୍ସଲ...!

ନକ୍ସଲଙ୍କ ପାଲଟା ଆକ୍ରମଣରେ ୩ ଯବାନ ଆହତ ହୋଇଥିବା ସୂଚନା ରହିଛି ।

ଅଦ୍ୟତନ ହୋଇଛି
Naxal Encounter

Naxal Encounter

Advertisment

ନିର୍ବାଚନର ଦୁଇ ଦିନ ପୂର୍ବରୁ ଛତିଶଗଡ଼ରେ ବଡ଼ଧରଣର ମାଓ ଅପରେସନ୍। କାଙ୍କେର ଜିଲ୍ଲା ଛୋଟେବେଥିଆ ଥାନା ଅଞ୍ଚଳରେ ମୁହାଁମୁହିଁ ହୋଇଛନ୍ତି ମାଓବାଦୀ ଏବଂ ସୁରକ୍ଷାକର୍ମୀ। ଯେଉଁଥିରେ ୧୮ରୁ ଅଧିକ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ବଡ଼ ନକ୍ସଲ ନେତା ବି ଥିବା ଜଣାପଡ଼ିଛି।

Advertisment

ଏହି ଏନକାଉଣ୍ଟରରେ ସୁରକ୍ଷାବାହିନୀର ୩ ଜଣ ଯବାନ ଆହତ ବି ହୋଇଛନ୍ତି। ପୁରା ଅଞ୍ଚଳକୁ ଏବେ କର୍ଡନ କରି କମ୍ବିଂକୁ ଜୋରଦାର କରାଯାଇଛି। ଜଙ୍ଗଲ ଭିତରେ ଆଜି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ ଯବାନ। ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିବାରୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଇଥିଲା।

ଏହି ସମୟରେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ ନକ୍ସଲ। ଏହାର କଡ଼ା ଜବାବ ଦେଇଛି ଫୋର୍ସ। ଏବେ ଆହତ ସୁରକ୍ଷାକର୍ମୀଙ୍କୁ ସେଠୁ ଆଣିବାକୁ QRT-QUICK RESPONSE TEAM ଘଟଣାସ୍ଥଳକୁ ଯାଉଛି।

Advertisment
Maoist Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ