Top Naxal Leader Killed In Encounter
ମୁମ୍ବାଇ: ମହାରାଷ୍ଟ୍ରର ଗଡଚିରୋଲିରେ ଗତକାଲି ହୋଇଥିବା ଏନ୍କାଉଣ୍ଟରରେ ଟପ୍ ନକ୍ସଲ ନେତା ନିହତ ହୋଇଛନ୍ତି। ନିହତ ୨୬ ଜଣ ନକ୍ସଲଙ୍କ ମଧ୍ୟରେ ଟପ୍ ନକ୍ସଲ ନେତା କମାଣ୍ଡର ମିଲିନ୍ଦ ତେଲତୁମ୍ବଡେ ଥିଲେ। ମିଲିନ୍ଦଙ୍କ ନାଁରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା।
ମିଲିନ୍ଦ ଭୀମା କୋରେଗା କେସ୍ରେ ମଧ୍ୟ ଅଭିଯୁକ୍ତ ଥିବା କୁହାଯାଉଛି। ସେ ସିପିଆଇ- ମାଓବାଦୀର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ଥିଲେ। ନିହତଙ୍କ ମଧ୍ୟରେ ଥିବା ଅନ୍ୟତମ ହାର୍ଡକୋର ମାଓନେତା ଲୋକେଶ ମଙ୍ଗୁଙ୍କ ନାଁରେ ଥିଲା ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି।
ସେହିପରି ନିହତ ମହେଶ ଶିବାଜୀ ରାଓଜୀଙ୍କ ନାଁରେ ୧୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲ୍ଲୀପ ଓ୍ୱାଲସେ ପାଟିଲ୍ ଏହି ସୂଚନା ଦେଇଛନ୍ତି। ନିହତ ଅନ୍ୟ ମାଓବାଦୀଙ୍କ ଚିହ୍ନଟ ଚାଲିଛି। ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ମହାରାଷ୍ଟ୍ର ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି। ଗତକାଲି ଏହି ଏନ୍କାଉଣ୍ଟରେରେ ନିହତ ୨୬ ନକ୍ସଲଙ୍କ ମଧ୍ୟରୁ ୨୦ ଜଣ ପୁରୁଷ ଓ ୬ ଜଣ ଜଣ ମହିଳା ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ss_1636876455.jpg)