Advertisment

ଆରମ୍ଭ ହେଲା ରୋଜଗାର ମେଳା: ଏହିସବୁ କ୍ଷେତ୍ରରେ ମିଳିବ ଚାକିରି, ଉପକୃତ ହେବେ ୧୦ ଲକ୍ଷ...

ଦୀପାବଳିରେ ଯୁବପିିଢିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପହାର ଦେଇଛନ୍ତି। ଏହି ରୋଜଗାର ମେଳା ମାଧ୍ୟମରେ ଦେଶର ୧୦ ଲକ୍ଷଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖାଯାଇଛି।

ଅଦ୍ୟତନ ହୋଇଛି
Today PM Modi Launches Rozgar Mela

Today PM Modi Launches Rozgar Mela

Advertisment

ଦୀପାବଳିରେ ଯୁବପିିଢିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପହାର ଦେଇଛନ୍ତି। ଦେଶବ୍ୟାପି ୭୫ ହଜାର ୨୨୬ ଜଣ ଆଶାୟୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭିଡିଓ କନଫରେନ୍ସିଂ ଜରିଆରେ ଆଶାୟୀଙ୍କୁ ଏହି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ୩୮ଟି ମନ୍ତ୍ରଣାଳୟ ଓ ବିଭାଗରେ ଖାଲି ପଡ଼ିଥିବା ପଦବୀରେ ଏହି ନିଯୁକ୍ତି ମିଳିଛି।

Advertisment

ମୁଖ୍ୟତଃ  ପ୍ରତିରକ୍ଷା, ରେଳ, ଗୃହ, ଡାକ, ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ, ସିବିଆଇ, କଷ୍ଟମ୍ସ ଏବଂ ବ୍ୟାଙ୍କିଂ କ୍ଷେତ୍ରରେ ଏହି ଚାକିରି ପ୍ରଦାନ କରାଯାଇଛି।  UPSC, SSC ଏବଂ ରେଲ୍‌ୱେ ବିଭାଗ ଦ୍ୱାରା ଆଶାୟୀଙ୍କୁ ଭର୍ତ୍ତି କରାଯାଇଛି। ଦେଶର ଯୁବ ବର୍ଗକୁ ନିଯୁକ୍ତ ଦେବା ଓ ଆଗାମୀ ପିଢ଼ିକୁ ନୂଆ ଦିଗ ଦେଖାଇବାକୁ କେନ୍ଦ୍ର ସରକାର ଏହି ରୋଜଗାର ମେଳାର ଆୟୋଜନ କରିଛନ୍ତି। ଏହି ରୋଜଗାର ମେଳା ମାଧ୍ୟମରେ ଦେଶର ୧୦ ଲକ୍ଷଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖାଯାଇଛି।

ରୋଜଗାର ମେଳାର ଶୁଭାରମ୍ଭ କରି ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ରୋଜଗାର ଓ ସ୍ୱରୋଜଗାରରେ ଆଉ ଏକ ଅଧ୍ୟାୟ ସାମିଲ ହୋଇଛି। ଦେଶର କାର୍ଯ୍ୟ ସଂସ୍କୃତି ବଦଳିବାରେ ଲାଗିଛି। ସମୟ ସମୟରେ ରୋଜଗାର ମେଳାର ଆୟୋଜନ ହେବ। ନିଯୁକ୍ତି ପ୍ରକ୍ରିୟା ତ୍ୱରିତ ଓ ସହଜ ହୋଇଛି।

Advertisment

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଭାରତ ଆଜି ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ହୋଇପାରିଛି। ୮ ବର୍ଷ ମଧ୍ୟରେ ଆମେ ୧୦ମ ସ୍ଥାନରୁ ୫ମ ସ୍ଥାନକୁ ଉଠି ପାରିଛୁ। ବହୁ ବଡ଼ ରାଷ୍ଟ୍ର ମୁଦ୍ରାସ୍ପୀତି, ବେରୋଜଗାରୀ ବିରୋଧରେ ଯୁଝୁଛନ୍ତି। ୧୦୦ ବର୍ଷର ସମସ୍ୟା ୧୦୦ ଦିନରେ ସମାଧାନ ହୋଇଯିବ ନାହିଁ। ତେବେ 5G ଆସିବା ପରେ ଦେଶରେ ରୋଜଗାର ବଢ଼ିବ। ଏହାସହ ଡିଜିଟାଲ ସେକ୍ଟରରେ ମଧ୍ୟ ଆହୁରି ରୋଜଗାର ବଢ଼ିବ।

ଦେଶର ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଏବଂ ସଂଗଠନରେ ଖାଲିଥିବା ପଦବୀ ପୂରଣ ପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ। ଯାହାକି ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ଅପୂର୍ବ ନିଯୁକ୍ତି ସୁଯୋଗ। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ, ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ମିଶନ ମୋଡ୍‌ରେ ଥିବା ଖାଲିଥିବା ପଦବୀ ପୂରଣ ଦିଗରେ କାର୍ଯ୍ୟ କରୁଥିବା ସୂଚନା ମିଳିଛି।

Advertisment

ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ କେନ୍ଦ୍ରୀୟ ବିଭାଗ ଏବଂ ମନ୍ତ୍ରଣାଳୟରେ ମାନବ ସମ୍ବଳ ସ୍ଥିତିର ସମୀକ୍ଷା କରିଥିଲେ ଏବଂ ଆସନ୍ତା ୧.୫ ବର୍ଷରେ ସରକାର ମିଶନ ମୋଡରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

PM Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ