ଥମିବାର ନାଁ ଧରୁନି ତୈଳ ଦର ବୃଦ୍ଧି

ଆଜି ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୭.୨୪ ଟଙ୍କା ଓ ଡିଜେଲ୍ ୯୫.୯୭ ଟଙ୍କାରେ ବିକ୍ରି ହେଉଛି

ଥମିବାର ନାଁ ଧରୁନି ତୈଳ ଦର ବୃଦ୍ଧି

News Summary

ଥମିବାର ନାଁ ଧରୁନି ଦର ବୃଦ୍ଧି

ଆପୁଣି ବଢିଲା ତେଲ ଦର

ନୂଆଦିଲ୍ଲୀ:ଆଜି ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୭.୨୪ ଟଙ୍କା ଓ ଡିଜେଲ୍ ୯୫.୯୭ ଟଙ୍କାରେ ବିକ୍ରି ହେଉଛି । ମୁମ୍ବାଇରେ ପେଟ୍ରୋଲ ୧୧୩.୧୨ ଟଙ୍କା ଓ ଡିଜେଲ୍ ୧୦୪ ଟଙ୍କା, କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୭.୭୮ ଓ ଡିଜେଲ ଲିଟର ପିଛା ୯୯.୦୮ ଟଙ୍କା ଏବଂ ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୪.୨୨ ଟଙ୍କା ଓ ଡିଜେଲ୍ ଲିଟର ପିଛା ୧୦୦.୨୫ ଟଙ୍କାରେ ବିକ୍ରି ହେଉଛି । ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ବିଭିନ୍ନ ସହର ପେଟ୍ରୋଲ ଡିଜେଲ ଦର

ସେହିପରି ଓଡିଶାର ବିଭିନ୍ନ ସ୍ଥାନରେ ପେଟ୍ରୋଲ୍‌ ଓ ଡିଜେଲ୍‌ ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୮ ଟଙ୍କା ୧୯ ପଇସା ହୋଇଥିବାବେଳେ ଡିଜେଲ୍ ୧୦୪ ଟଙ୍କା ୭୦ ପଇସାରେ ପହଞ୍ଚିଛି । ସେହିପରି ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୧୧୩ ଟଙ୍କା ୭୮ ପଇସା ଓ ଡିଜେଲ ଲିଟର ପ୍ରତି ଦର ୧୧୦ ଟଙ୍କା ୯ ପଇସାରେ ପହଞ୍ଚିଛି । କଟକରେ ପେଟ୍ରୋଲ ଲିଟର ୧୦୮ ଟଙ୍କା ୫୧ ପଇସା ଏବଂ ଡିଜେଲ୍ ଦର ଲିଟର ପ୍ରତି ୧୦୫.୮୨ ଟଙ୍କାରେ ବିକ୍ରି ହେଉଛି ।

ଦେଶରେ ସବୁଦିନ ସକାଳ ୬ ଟାରେ ୩ ଟି ତେଲ କମ୍ପାନୀ ଯଥା HPCL, BPCL ଏବଂ IOC ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲର ନୂଆ ଦର ଜାରି କରାଯାଏ । ୱେବସାଇଟ୍ ମାଧ୍ୟମରେ ଗ୍ରାହକମାନେ ନୂଆ ଦର ଜାଣିପାରିବେ । ଏହା ସହ ମୋବାଇଲ୍ ଫୋନରେ SMS ମାଧ୍ୟମରେ ମଧ୍ୟ ନୂଆ ଦର ଜାଣିପାରିହେବ । ଯାହା ପାଇଁ ଗ୍ରାହକମାନଙ୍କୁ 92249 92249 ନମ୍ୱର କୁ ଏକ SMS ପଠାଇବାକୁ ପଡିବ । ଫଳରେ ସେମାନେ ପେଟ୍ରୋଲ ଏବଂ ଡିଜେଲର ନୂଆ ମୂଲ୍ୟ ବିଷୟରେ ଜାଣିପାରିବେ । ଏହି SMS ରେ RSP <ସ୍ପେସ୍> ପେଟ୍ରୋଲ ପମ୍ପ ଡିଲର କୋଡ୍ ଲେଖି 92249 92249 କୁ ପଠାଇବାକୁ ପଡିବ ।