Today Last Day To File Income Tax Returns
୨୦୨୩-୨୪ ବର୍ଷ ଲାଗି ଆୟକର ରିଟର୍ଣ୍ଣ(Income Tax Returns) ଦାଖଲର ଆଜି ଶେଷ ଦିନ। ଆୟକର ବିଭାଗ ସୂଚନା ଅନୁଯାୟୀ, ଗତକାଲି ସୁଦ୍ଧା ପ୍ରାୟ ୬ କୋଟି ରିଟର୍ଣ୍ଣ ଫାଇଲିଂ ହୋଇଛି । ୬ କୋଟି ମଧ୍ୟରୁ ଗତକାଲି ଗୋଟିଏ ଦିନରେ ସନ୍ଧ୍ୟା ୬ଟା ୩୦ ସୁଦ୍ଧା ୨୬ ଲକ୍ଷ ୭୬ ହଜାର ରିଟର୍ଣ୍ଣ ଫାଇଲିଂ ହୋଇଛି।
ସେହିପରି ରବିବାର ଗୋଟିଏ ଦିନରେ ସନ୍ଧ୍ୟା ୬ଟା ୩୦ ସୁଦ୍ଧା ୧ କୋଟି ୩୦ ଲକ୍ଷ ଇ-ଫାଇଲିଂ ଲଗ ଇନ୍ ହୋଇଛି। ଶେଷ ମୂହୁର୍ତ୍ତକୁ ଅପେକ୍ଷା ନକରି ଭିଡ଼ରୁ ରକ୍ଷା ପାଇଁ ନିର୍ଦ୍ଧାରିତ ସମୟ ପୂର୍ବରୁ ରିଟର୍ଣ୍ଣ ଫାଇଲିଂ ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲା।
ଡେଡଲାଇନ୍ ସୁଦ୍ଧା ରିଟର୍ଣ୍ଣ ଦାଖଲ କରି ନପାରିଲେ, କ’ଣ କରିବେ ଜାଣନ୍ତୁ...
ଆୟକର ବିଭାଗର ସୂଚନା ଅନୁଯାୟୀ, ଯେତିକି ପରିମାଣର ଡ୍ୟୁ ରହିଛି, ତା’ ଉପରେ ୫୦ରୁ ୨୦୦ ପ୍ରତିଶତ ଫାଇନ୍ ଦେଇ ସେମାନେ ରିଟର୍ଣ୍ଣ ଦାଖଲ କରିବାର ବ୍ୟବସ୍ଥା ରହିଛି।ଇନ୍କମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପ୍ ଡେସ୍କ ଖୋଲା ରହିଥିବା ସୂଚନା ଦିଆଯାଇଛି।
ଯଦି ଆପଣଙ୍କର ମୋଟ୍ ଆୟ ୫ ଲକ୍ଷ ଟଙ୍କାରୁ ଅଧିକ ଓ ବିଳମ୍ବରେ ଫାଇଲ୍ କରୁଛନ୍ତି ତା’ହେଲେ ଲେଟ୍ ଫାଇଲିଂ ଫିସ୍ ୫ ହଜାର ଟଙ୍କା ଦେବାକୁ ପଡ଼ିବ। ଯଦି ମୋଟ୍ ଆୟ ୫ ଲକ୍ଷ ଟଙ୍କାରୁ କମ୍, ତା’ହେଲେ ଲେଟ୍ ଫାଇଲିଂ ଫିସ୍ ୧ ହଜାର ଟଙ୍କା ଦେବାକୁ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1690786291.jpg)