Advertisment

ଆଜି ଭାରତ-ଚୀନ୍ କୋର୍ କମାଣ୍ଡରସ୍ତରୀୟ ବୈଠକ

ଆଲୋଚନା ମାଧ୍ୟମରେ ପ୍ରକୃତ ନିୟନ୍ତ୍ରଣ ରେଖା ବା LACରେ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ଆଜି ପୁଣି ବସୁଛି ଭାରତ-ଚୀନ୍ କୋର୍ କମାଣ୍ଡର୍ ସ୍ତରୀୟ ବୈଠକ। ଏହି ୧୩ତମ ବୈଠକ ଦିନ ସାଢ଼େ ୧୦ଟାରେ ଚୁଶୁଲ୍ ମୋଲ୍ଡୋରେ ଅନୁଷ୍ଠିତ ହେବ

India-China meeting

India-China meeting

Advertisment

ନୂଆଦିଲ୍ଲୀ: ଆଲୋଚନା ମାଧ୍ୟମରେ ପ୍ରକୃତ ନିୟନ୍ତ୍ରଣ ରେଖା ବା LACରେ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ଆଜି ପୁଣି ବସୁଛି ଭାରତ-ଚୀନ୍ କୋର୍ କମାଣ୍ଡର୍ ସ୍ତରୀୟ ବୈଠକ। ଏହି ୧୩ତମ ବୈଠକ ଦିନ ସାଢ଼େ ୧୦ଟାରେ ଚୁଶୁଲ୍ ମୋଲ୍ଡୋରେ ଅନୁଷ୍ଠିତ ହେବ। ପାଟ୍ରୋଲିଂ ପଏଣ୍ଟ୍-୧୫ ବା ହଟ୍ସ୍ପ୍ରିଙ୍ଗ ଅଞ୍ଚଳରୁ ଉଭୟ ଦେଶର ସୈନ୍ୟ ପ୍ରତ୍ୟାହାର ପ୍ରସଙ୍ଗ ଆଲୋଚନାର ମୁଖ୍ୟ ଏଜେଣ୍ଡା ରହିଛି। ଏବେ ସେଠାରେ ଉଭୟ ପକ୍ଷରୁ ୫୦ ଜଣ ଲେଖାଏଁ ଯବାନ ମୁତୟନ ଅଛନ୍ତି। ଡେପ୍ସାଙ୍ଗ୍ ବଲଜ ଓ ଚାର୍ଡିଙ୍ଗ୍ ନାଲା ଜଙ୍କ୍ସନରେ ପାଟ୍ରୋଲିଂ ଅଧିକାର ପ୍ରସଙ୍ଗରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇପାରେ ।

Advertisment

୧୦ ଦିନ ତଳେ ଅରୁଣାଚଳ ପ୍ରଦେଶ ତଓ୍ୱାଙ୍ଗରେ ଏବଂ ଅଗଷ୍ଟ ୩୦ରେ ଉତ୍ତରାଖଣ୍ଡ ବାରାହୋତି ଅଞ୍ଚଳରେ ଚୀନ୍ PLA ସୈନ୍ୟ ଭାରତ ସୀମା ଭିତରକୁ ପ୍ରାୟ ୫ କିଲୋମିଟର ପଶିଆସିଥିଲେ। ବିନା କୌଣସି ସଂଘର୍ଷରେ ସେମାନେ ଫେରିଯାଇଥିଲେ ମଧ୍ୟ ଏହି ଏଲ୍ଏସି ଅତିକ୍ରମଣ ପ୍ରସଙ୍ଗ ଭାରତ କୋର୍ କମାଣ୍ଡର୍ ସ୍ତରୀୟ ବୈଠକରେ ଉଠାଇପାରେ। ତେବେ ଏହି ବୈଠକକୁ ସମସ୍ତେ ଅପେକ୍ଷା କରିଥିବା କୁହାଯାଉଛି।

Advertisment
India China
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ