Advertisment

ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଆଜି ଶପଥ ନେବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ

ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଶପଥ ନେବେ। ପ୍ରଥମ ଥର ଲାଗି ଜଣେ ଆଦିବାସୀ ମହିଳା ହେବେ ଦେଶର ରାଷ୍ଟ୍ରପତି।

ଅଦ୍ୟତନ ହୋଇଛି
Today Draupadi Murmu All Set To Take Oath As New President Of India

Today Draupadi Murmu All Set To Take Oath As New President Of India

Advertisment

ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଶପଥ ନେବେ। ଆଜି ସଂସଦ ଭବନ ସେଣ୍ଟ୍ରାଲ୍ ହଲ୍‌ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍.ଭି. ରମନ୍ନା।  ସକାଳ ୧୦ଟା ୧୪ ମିନିଟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।ଏହାସହ ଆଜିଠୁ ଭାରତର ଗଣତାନ୍ତ୍ରିକ ଇତିହାସରେ ଯୋଡ଼ିହେବ ଏକ ନୂଆ ଅଧ୍ୟାୟ। 

Advertisment

ପ୍ରଥମ ଥର ଲାଗି ଜଣେ ଆଦିବାସୀ ମହିଳା ହେବେ ଦେଶର ରାଷ୍ଟ୍ରପତି। ଶପଥ ସମାରୋହରେ ଉତ୍ସବରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସମସ୍ତ ରାଜ୍ୟସଭା ଓ ଲୋକସଭା ସାଂସଦ ଏବଂ ଅନ୍ୟ ବହୁ ମାନ୍ୟଗଣ୍ୟ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Advertisment

ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଓଡ଼ିଶାରୁ ବି ନେତା ଓ ଅତିଥିଙ୍କ ସୁଅ ଲମ୍ବିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଥିବା ବେଳେ ଆଗୁଆ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି।  ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍, ମୟୂରଭଞ୍ଜର ୬ ବିଧାୟକ ଏବଂ ଦ୍ରୌପଦୀ ମୁର୍ମୁଙ୍କ ସ୍କୁଲ ବେଳର ସାଥି ଦାନଗି ମୁର୍ମୁ ଓ ଗୟା ଦିଦି, କେନ୍ଦ୍ରମନ୍ତ୍ରୀଙ୍କ ସହିତ ଦ୍ରୌପଦୀ ମୁର୍ମୁଙ୍କ ସାନ ଭାଇ ଓ ଭାଉଜ ମଧ୍ୟ ଭବ୍ୟ ସମାରୋହରେ ଉପସ୍ଥିତ ରହିବେ। ଏଭଳି ମହାର୍ଘ ମୁହୂର୍ତ୍ତର ସାକ୍ଷୀ ହେବାକୁ ସଂସଦ ଭବନ ପ୍ରସ୍ତୁତ ଥିବାବେଳେ ଆଉ ନୂଆ ଅଧିପତିଙ୍କ ସ୍ୱାଗତ ପାଇଁ ରାଇସିନା ହିଲ୍‌ ବି ଅପେକ୍ଷା କରିଛି।

President Of India Draupadi Murmu Draupadi Murmu New President Of India President Draupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ