Advertisment

ଗରମରେ ଆଉଟୁପାଉଟୁ ଲୋକେ, ବିଧାୟକ ବାଣ୍ଟିଲେ କମ୍ବଳ

ଗତ କିଛି ଦିନ ଧରି ପଶ୍ଚିମବଙ୍ଗରେ ହିଟ୍‌ ୱେଭ୍‌ ତଥା ଗ୍ରୀଷ୍ମ ପ୍ରବାହ ଜାରି ରହିଛି।

ଅଦ୍ୟତନ ହୋଇଛି
TMC Mla distributed blanket in summer

TMC Mla distributed blanket in summer

Advertisment

ସାରା ଦେଶରେ ଅସହ୍ୟ ଗରମ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ। ଭୀଷଣ ଗରମରେ ଆଉଟୁପାଉଟୁ ହେଉଛନ୍ତି ଲୋକେ। ଟୋପାଏ ବର୍ଷା ପାଇଁ ଲୋକେ ତ୍ରାହି ତ୍ରାହି ଡାକୁଥିବା ବେଳେ ବିଧାୟକ ବାଣ୍ଟିଲେ କମ୍ବଳ। ଜନପ୍ରତିନିଧିଙ୍କ ଏପରି ସେବା ମନୋଭାବ ସମସ୍ତଙ୍କୁ ଚକିତ କରିଛି। ଏହି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ।

Advertisment

ଗତ କିଛି ଦିନ ଧରି ପଶ୍ଚିମବଙ୍ଗରେ ହିଟ୍‌ ୱେଭ୍‌ ତଥା ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏପରିକି ଖରା ସମୟରେ ଘରୁ  ନବାହାରିବା ପାଇଁ ପଶ୍ଚିମବଙ୍ଗ ପାଣିପାଗ ବିଭାଗ କହିଛି। ସବୁଦିନ ପାରଦ ୪୦ ଡିଗ୍ରି ଉପରେ ରହୁଛି। ଏଭଳି ସ୍ଥିତିରେ ଜଣେ ଟିଏମ୍‌ସି ବିଧାୟକ କମ୍ବଳ ବାଣ୍ଟିବା ସମସ୍ତଙ୍କୁ ଚକିତ କରିଛି।  

Advertisment

ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର କରିମପୁର ଅଞ୍ଚଳରେ କିଛି ଲୋକ ଏକାଠି ହୋଇଛନ୍ତି। ସେଠି ବିଧାୟକ ଜଣ ଜଣ କରି କମ୍ବଳ ବାଣ୍ଟୁଛନ୍ତି। କମ୍ବଳ ନେବାକୁ ଆସିଥିବା ଗରିବ ଓ ଅସହାୟ ଲୋକେ ବିଧାୟକଙ୍କୁ ନମସ୍କାର କରି ଗ୍ରହଣ କରୁଛନ୍ତି। ଯେତେବେଳେ ଲୋକେ ଗରମରେ ଛାଟିପିଟି ହେଉଛନ୍ତି ସେତେବେଳେ କମ୍ବଳ ବଣ୍ଟାକୁ ଅନେକ ସମାଲୋଚନାର ସାମନା କରିବାକୁ ପଡିଛି।   

ଏହି ଭିଡିଓକୁ ସନାତନୀ ଠାକୁର ନାମକ ଜଣେ ବଙ୍ଗ ମହିଳା ଟ୍ୱିଟରରେ ସେୟାର କରିଛନ୍ତି। ତାପମାତ୍ରା ୪୩ ଡିଗ୍ରୀ ହୋଇଥିବା ବେଳେ କରିମପୁରର ବିଧାୟକ ବିମଳେନ୍ଦୁ ସିଂ ରାୟ କମ୍ବଳ ବାଣ୍ଟିଥିବା ସେ କ୍ୟାପସନ୍‌ରେ ଉଲ୍ଲେଖ କରିଛନ୍ତି।

Advertisment
Heat Wave Temperature
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ