Advertisment

ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି-ଟିଏମ୍‌ସି ବିଧାୟକଙ୍କ ମଧ୍ୟରେ ଠେଲାପେଲା, ମାର୍‌ପିଟ୍‌

ପଶ୍ଚିମବଙ୍ଗ ବିଧାନସଭାରେ ବିଧାୟକଙ୍କ ମଧ୍ୟରେ ମାର୍‌ପିଟ୍। ବିଜେପି ଓ ଟିଏମ୍‌ସି ବିଧାୟକଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ୫ ଜଣ ବିଜେପି ବିଧାୟକଙ୍କୁ ସସ୍‌ପେଣ୍ଡ୍‌ କରାଯାଇଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
TMC, BJP Come To Blows In Bengal Assembly

TMC, BJP Come To Blows In Bengal Assembly

Advertisment

ପଶ୍ଚିମବଙ୍ଗ ବିଧାନସଭାରେ ବିଧାୟକଙ୍କ ମଧ୍ୟରେ ମାର୍‌ପିଟ୍। ବିଜେପି ଓ ଟିଏମ୍‌ସି ବିଧାୟକଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି ବିଧାୟକ ମନୋଜ ତିଗା ଓ ଟିଏମ୍‌ସି ବିଧାୟକ ଅସିତ୍‌ ମଜୁମଦାରଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଛି। ଏହି ଗଣ୍ଡଗୋଳରେ ଅସିତ୍‌ ମଜୁମଦାର ଆହତ ହୋଇଥିବା ସୂଚନା ମିଳିଛି।

Advertisment

ପଶ୍ଚିମବଙ୍ଗ ବିଧାନସଭା ବଜେଟ୍‌ ଅଧିବେଶନର ଆଜି ଶେଷ ଦିନ। ହେଲେ ଆଜି ଶେଷ ଦିନରେ ବିଧାନସଭାରେ ଏହି ଗଣ୍ଡଗୋଳ ଘଟିଛି। ମାର୍‌ପିଟ୍‌ ଘଟଣା ପରେ ବିଜେପି ବିଧାୟକ ବିଧାନସଭାରୁ ବାହାରକୁ ଚାଲି ଆସିଥିଲେ। ଅଭିଯୋଗ ଆଣି ବିଧାୟକ ମନୋଜ ତିଗା କହିଛନ୍ତି, ବୀରଭୂମ ପ୍ରସଙ୍ଗରେ ଆଲୋଚନା ହେଉ ବୋଲି ଆମେ ଚାହୁଁଥିଲୁ। ହେଲେ ଏନେଇ ହଙ୍ଗାମା ହୋଇଥିଲା। ଏହାପରେ ଟିଏମ୍‌ସି ବିଧାୟକମାନେ ଠେଲାପେଲା କରିବା ସହ ମାର୍‌ପିଟ୍‌ କରିଥିଲେ। 

Advertisment

ଘଟଣାକୁ ନେଇ ମନୋଜ ତିଗା ବିଧାନସଭା ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ସେ କହିଥିଲେ- ଟିଏମ୍‌ସି ବିଧାୟକମାନେ ତାଙ୍କୁ ଠେଲାପେଲା କରିବା ସହ ମାର୍‌ପିଟ୍‌ କରିଥିଲେ। ଏପରିକି ତାଙ୍କ ସାର୍ଟ ମଧ୍ୟ ଫାଡ଼ି ହୋଇଯାଇଛି। ଗଣ୍ଡଗୋଳ ଘଟଣାରେ ନିଜେ ମଧ୍ୟ ଆହତ ହୋଇଥିବା ନେଇ ବିଧାୟକ ଅସିତ୍‌ ମଜୁମଦାର କହିଛନ୍ତି।

ଅନ୍ୟପକ୍ଷରେ, ଏହି ଘଟଣାରେ ୫ ଜଣ ବିଜେପି ବିଧାୟକଙ୍କୁ ସସ୍‌ପେଣ୍ଡ୍‌ କରାଯାଇଥିବା ସୂଚନା ମିଳିଛି। 

Advertisment
BJP TMC Bengal Assembly BJP MLAs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ