Advertisment

ତେଲ ଦେବା ବେଳେ ଆପଣଙ୍କୁ ଏମିତି ଠକିଥାନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ

ଅନେକ ସମୟରେ ଦେଖାଯାଏ ପମ୍ପ କର୍ମଚାରୀମାନେ ମିଟର କଂଟାରେ ଏପଟ ସେପଟେ କରିଦିଅନ୍ତି। ଆଉ ଫଳ ସ୍ୱରୂପ ୧୦୦ ଟଙ୍କାରେ ପେଟ୍ରୋଲ ପକାଇଲେ ବି ସେତିକି ଟଙ୍କାରେ ଆପଣ ତେଲ ପାଇନଥାନ୍ତି। ତେଣୁ ଆପଣମାନେ ଧ୍ୟାନର ସହ ଦେଖନ୍ତୁ ଆପଣ ଯେତିକି ଟଙ୍କାରେ ତେଲ ଭରିବା ଲାଗି କହିଛନ୍ତି କର୍ମଚାରୀ ସେତିକି ପରିମାଣରେ ତେଲ ମିଟର୍‌ କଂଟାରେ ସେଟ୍‌ କରୁଛନ୍ତି କି ନାହିଁ?

undefined

petroll

Advertisment

ନୂଆଦିଲ୍ଲୀ: ଆପଣ ନିତିଦିନ ପେଟ୍ରୋଲ ପକାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଏହା ଏକ ବଡ଼ ଖବର। କାରଣ ତେଲ ଦର ବର୍ତ୍ତମାନ ସମୟରେ ଯେପରି ଭାବରେ ବଢିବାରେ ଲାଗିଛି , ଆଉ ଯେତେବେଳେ ଆପଣଙ୍କ ଅଜାଣତରେ ଠକାମୀର ଶିକାର ହେଉଛନ୍ତି ଏହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆଉ କହିବେ ଏହା କଣ ସମ୍ଭବ? ଆଜ୍ଞା ହଁ, ତେଲ ଚୋରିରେ ଏବେ ନୂଆ ପନ୍ଥା ଆପଣାଇଛନ୍ତି କିଛି ପେଟ୍ରୋଲ ପମ୍ପ ମାଲିକ। ଯାହା ଫଳରେ ଝାଳ ବୁହା ଧନ ଦେଉଛନ୍ତି ଆପଣ, ଆଉ ମାଲେମାଲ୍‌ ହେଉଛନ୍ତି ପମ୍ପ ମାଲିକ।

Advertisment

ଜାଣନ୍ତୁ କେମିତି ଠକାମୀର ଆପଣ ହୋଇପାରନ୍ତି ଶିକାର?

ଆମେମାନେ ପ୍ରତ୍ୟେକ ସମୟରେ ପେଟ୍ରୋଲ ପକାଉଛନ୍ତି। ବର୍ତ୍ତମାନ ୧୦୩ ଟଙ୍କା ପାଖାପାଖି ହେଲାଣି ତୈଳ ଦର। ଆଉ ଏହି ସମୟରେ ଠକାମୀର ଶିକାର ହେଲେ ଆପଣଙ୍କୁ ତାହା ନିଶ୍ଚିତ ବାଧିକ। ତେଣୁ ଯେଉଁ ସମୟରେ ଆପଣ ଗାଡ଼ିରେ ତେଲ ଭରୁଛନ୍ତି ସେହି ସମୟରେ ମିଟର କଂଟାରୁ ସଠିକ୍‌ ଭାବେ ନିରୀକ୍ଷଣ କରନ୍ତୁ। ଶୂନ ହୋଇଥିଲେ ହିଁ ପେଟ୍ରୋଲ ପକାଇବାକୁ କର୍ମଚାରୀଙ୍କୁ ଅନୁମତି ଦିଅନ୍ତୁ।

ଅନେକ ସମୟରେ ଦେଖାଯାଏ ପମ୍ପ କର୍ମଚାରୀମାନେ ମିଟର କଂଟାରେ ଏପଟ ସେପଟେ କରିଦିଅନ୍ତି। ଆଉ ଫଳ ସ୍ୱରୂପ ୧୦୦ ଟଙ୍କାରେ ପେଟ୍ରୋଲ ପକାଇଲେ ବି ସେତିକି ଟଙ୍କାରେ ଆପଣ ତେଲ ପାଇନଥାନ୍ତି। ତେଣୁ ଆପଣମାନେ ଧ୍ୟାନର ସହ ଦେଖନ୍ତୁ ଆପଣ ଯେତିକି ଟଙ୍କାରେ ତେଲ ଭରିବା ଲାଗି କହିଛନ୍ତି କର୍ମଚାରୀ ସେତିକି ପରିମାଣରେ ତେଲ ମିଟର୍‌ କଂଟାରେ ସେଟ୍‌ କରୁଛନ୍ତି କି ନାହିଁ?

Advertisment

କେବଳ ଏତିକି ନୁହେଁ ବରଂ ତେଲ ପକାଇବା ସମୟରେ ମିଟର ରିଡ଼ିଂ କଂଟା ସବୁବେଳେ ଜିରୋ ରହିବା ଦରକାର। ଏହା ଦେଖିବା ପରେ ହିଁ ନିଜ ଗାଡ଼ିରେ ତେଲ ପକାଇବାକୁ କର୍ମଚାରୀଙ୍କୁ ଅନୁମତି ଦିଅନ୍ତୁ।

Advertisment

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆପଣ ଯେଉଁ ସମୟରେ ତେଲ ପକାଉଛନ୍ତି ସେହି ସମୟରେ ପମ୍ପର ମୁହଁକୁ ବାହାରେ ରଖିବାକୁ କୁହନ୍ତୁ। ଯାହାଦ୍ୱାରା ତେଲ ଯାଉଛି କି ନାହିଁ ଏବଂ ଆଉ କେତେ ସ୍ପଡ଼୍‌ରେ ଯାଉଛି ତାହା ଦେଖିପାରିବେ।

ଏହାସହ ଯେଉଁ ସମୟରେ ଆପଣ ଗାଡ଼ିରେ ତେଲ ପକାଉଛନ୍ତି ତାହା ପୂର୍ବରୁ କର୍ମଚାରୀ ଆପଣ କେଉଁ ତେଲ ପକାଇବେ ତାହା ପଚାରିଥାଆନ୍ତି। ସ୍ପିଡ଼୍‌ କିମ୍ବା ନରମାଲ କହିବା ପରେ ସେମାନେ ଆପଣଙ୍କ ଗାଡ଼ିରେ ତେଲ ଭରନ୍ତି। କିନ୍ତୁ ଏହି ସମୟରେ ଯଦି ମିଟର କଂଟା ଧାର୍ଯ୍ୟ ସମୟରୁ ଅଧିକ ସ୍ପିଡ଼ରେ ବୁଲୁଛି ତେବେ ଜାଣନ୍ତୁ ଆପଣ ଠକାମୀର ଶିକାର ହୋଇଛନ୍ତି।

ଅନେକ ସମୟରେ ପେଟ୍ରୋଲ ପମ୍ପ ମେସିନ୍‌ରେ ଚିପ୍‌ ଲଗାଯାଉଥିବାର ଅଭିଯୋଗ ମଧ୍ୟ ଆସେ। ତେଣୁ ସେଥିପ୍ରତି ମଧ୍ୟ ଧ୍ୟାନ ଦି‌ଅନ୍ତୁ। କାରଣ ଟିକିଏ ଅସାବଧାନ ହେଲେ ପମ୍ପ ମାଲିକମାନେ ଆପଣଙ୍କୁ ଲୁଟିଦେଇପାରନ୍ତି।

India Petrol Pump
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ